ଗ୍ରେ ଲିଷ୍ଟରେ ରହିଲା ପାକିସ୍ତାନ, ବଡ଼ ବଡ଼ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଇସଲାମାବାଦ: ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦାବି କରୁଥିଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ପାକିସ୍ତାନ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରି ନଥିବାରୁ ଫାଇନାନ୍ସିଆଲ ଆକସନ ଟାସ୍କ ଫୋର୍ସ(ଏଫଏଟିଏଫ)ର ଗ୍ରେ ଲିଷ୍ଟରେ ପୂର୍ବଭଳି ରହିଛି ପାକିସ୍ତାନ। ଏହାକୁ ନେଇ ଏଫଏଟିଏଫ ବିରକ୍ତି ପ୍ରକାଶ କରିବା ସହ ପାକିସ୍ତାନକୁ ବଡ଼ବଡ଼ ଆତଙ୍କୀଙ୍କ ଆକ୍କାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଗ୍ଲୋବାଲ ଟେରର ଫାନାନ୍ସିଂ ୱାଚଡଗ୍‌ ତା’ର ଶେଷ ଯାଞ୍ଚ ରିପୋର୍ଟରେ କହିଛି, […]

Imran-Khan

Imran-Khan

Hemant Lenka
  • Published: Friday, 25 June 2021
  • Updated: 25 June 2021, 08:27 PM IST

Sports

Latest News

ଇସଲାମାବାଦ: ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦାବି କରୁଥିଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ପାକିସ୍ତାନ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରି ନଥିବାରୁ ଫାଇନାନ୍ସିଆଲ ଆକସନ ଟାସ୍କ ଫୋର୍ସ(ଏଫଏଟିଏଫ)ର ଗ୍ରେ ଲିଷ୍ଟରେ ପୂର୍ବଭଳି ରହିଛି ପାକିସ୍ତାନ।

ଏହାକୁ ନେଇ ଏଫଏଟିଏଫ ବିରକ୍ତି ପ୍ରକାଶ କରିବା ସହ ପାକିସ୍ତାନକୁ ବଡ଼ବଡ଼ ଆତଙ୍କୀଙ୍କ ଆକ୍କାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଗ୍ଲୋବାଲ ଟେରର ଫାନାନ୍ସିଂ ୱାଚଡଗ୍‌ ତା’ର ଶେଷ ଯାଞ୍ଚ ରିପୋର୍ଟରେ କହିଛି, ପାକିସ୍ତାନ ୨୭ଟି ଆକ୍ସନ ପ୍ଲାନରୁ ୨୬ଟିକୁ ପୂରଣ କରିଛି।

ତଥାପି ପାକିସ୍ତାନ ସଂସ୍ଥାର ଗ୍ରେ ବା ସନ୍ଦିଗ୍ଧ ତାଲିକାରେ ରହିବ। ପାକିସ୍ତାନର ସ୍ଥିତିକୁ ନେଇ ଜୁନ୍‌ ୨୧ରୁ ୨୫ ଯାଏ ଏଫଏଟିଏଫର ବୈଠକ ବସିଥିଲା। ଏହାପରେ ଇସଲାମାବାଦକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଏଫଏଟିଏଫର ସଭାପତି ମାର୍କସ ପ୍ଲେୟର କହିଛନ୍ତି, ଗ୍ରେ ଲିଷ୍ଟରୁ ହଟିବାକୁ ହେଲେ ପାକିସ୍ତାନକୁ କେବଳ ୨୦୧୮ରେ ଦିଆଯାଇଥିବା ୨୭ଟି ଯାକ ଆକ୍ସନ ପ୍ଲାନକୁ କାର୍ଯ୍ୟକକାରୀ କରିବାକୁ ପଡ଼ିବ ନାହିଁ ବରଂ ଅତିରିକ୍ତ ୬ଟି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ।

ଦୀର୍ଘ ବର୍ଷ ହେଲାଣି ଅନ୍ତର୍ଜାତୀୟ ସ୍ତରର ପ୍ରସ୍ତୁତ ହୋଇଥିବା ମନି ଲଣ୍ଡରିଂ, ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଣ ଓ ସମସ୍ତ ପ୍ରକାରର ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ହୋଇଥିବା ନିୟମକୁ ପାଳନ କରିବାକୁ ପାକିସ୍ତାନକୁ କୁହାଯାଉଛି। ତେବେ ଏକାଧିକ ଥର ସ୍ଥିତି ଯାଞ୍ଚ କରାଯାଇଥିଲେ ମଧ୍ୟ ପାକିସ୍ତାନର ଆଭିମୁଖ୍ୟରେ କୌଣସି ଆଖି ଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଏହି କାରଣରୁ ଜୁନ୍‌ ୨୦୧୮ରୁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଏବେ ବି ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି।

ଶେଷ ଥର ପାଇଁ ଫେବୃଆରୀ ମାସରେ ଏଫଏଟିଏଫ ବୈଠକ ବସିଥିଲା। ଏଥିରେ ଜୁନ୍‌ ମାସ ଯାଏ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ଏହାକୁ ପୁଣିଥରେ ବୃଦ୍ଧି କରାଯାଇଛି।

ଅନ୍ତର୍ଜାତୀୟ ଆର୍ଥକ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଟେରର ପଣ୍ଡିଂ ଓ ବିଶ୍ୱ ସ୍ତରୀୟ ମନିଲଣ୍ଡରିଂ ଭଳି କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ୧୯୮୯ ମସିହାରେ ଏଫଏଟିଏଫ ଗଠନ ହୋଇଥିଲା। ପାକିସ୍ତାନ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ପ୍ରମାଣ ମିଳିବା ପରେ ୨୦୧୮ରେ ଉକ୍ତ ସଂସ୍ଥା ଇସଲାମାବାଦକୁ ତା’ର ଗ୍ରେ ଲିଷ୍ଟରେ ରଖିଥିଲା।

୨୦୧୯ ଅକ୍ଟୋବର ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା। ହେଲେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଏଫଏଟିଏଫ୍‌ ଏହାକୁ କଳା ତାଲିକା ଭୁକ୍ତ କିମ୍ବା ଡାର୍କ ଗ୍ରେ ଲିଷ୍ଟରେ ସାମିଲ କରିବାକୁ ତର୍ଜମା ଆରମ୍ଭ କରିଥିଲା। ତେବେ ଶେଷ ମୁହୂର୍ତ୍ତରେ କଳା ତାଲିକା ଭୁକ୍ତ ହେବାରୁ ପାକିସ୍ତାନ ବର୍ତ୍ତି ଯାଇଥିଲା।

ପାକିସ୍ତାନ ପୂର୍ବଭଳି ଗ୍ରେ ଲିଷ୍ଟରେ ରହିଥିବାରୁ ଆର୍ଥିସ୍ତରରେ କାଙ୍ଗାଳ ହୋଇଯାଇଥିବା ଇମ୍ରାନ୍‌ ଖାନ୍‌ ସରକାରଙ୍କ ଅଡ଼ୁଆ ବଢ଼ିଛି। କାରଣ ଆଇଏମଏଫ୍‌ ଓ ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ପୂର୍ବରୁ ଅନେକ ବିଷୟରେ ତର୍ଜମା କରିବେ। ସେମାନେ ସନ୍ତୋଷ ଲାଭ କଲେ ଯାଇ ପାକିସ୍ତାନକୁ ଆର୍ଥି ସହାୟତା ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story