ବାଉଳା ହେଲାଣି ପାକିସ୍ତାନ, ମିଳୁନି ପାରାସିଟାମଲ୍‌

ଇସଲାମାବାଦ: ପାକିସ୍ତାନରେ ହାହାକାର ପରିସ୍ଥିତି। ବାଉଳା ହେଲାଣି ଭାରତର ପଡ଼ୋଶୀ ଦେଶ। ମିଳୁନି ଥଣ୍ଡା ଜ୍ୱର ଔଷଧ। ପାରାସିଟାମଲ୍‌ ମେଡିସିନ୍‌କୁ ନେଇ ଦେଖାଦେଇଛି ଅଭାବ। ପାକିସ୍ତାନର ଅଧିକାଂଶ ସହରରେ ପାରାସିଟାମଲ୍‌ ଔଷଧର ମିଳୁନଥିବା ନେଇ ଅଭିଯୋଗ ଉଠିଛି। ପାକିସ୍ତାନ ଖବର କାଗଜ ଡନ୍‌ର ରିପୋର୍ଟ ମୁତାବକ, ଦେଶର ଅଧିକାଂଶ ସହରରେ ପାରାସିଟାମଲ୍‌ ଉପଲବ୍ଧ ନାହିଁ। ଆଉ ଯେଉଁଠି ଅଛି, ସେଠାରେ କଥିତ ରୂପେ ଏହାର କଳାବଜାରୀ ଚାଲିଛି। ରିପୋର୍ଟ ମୁତାବକ, ଗୋଟିଏ ପଟେ ବଢ଼ୁଥିବା କରୋନା ସଂକ୍ରମଣ […]

pakistan

Madhupriya Mistry
  • Published: Wednesday, 02 February 2022
  • , Updated: 02 February 2022, 06:34 PM IST

ଇସଲାମାବାଦ: ପାକିସ୍ତାନରେ ହାହାକାର ପରିସ୍ଥିତି। ବାଉଳା ହେଲାଣି ଭାରତର ପଡ଼ୋଶୀ ଦେଶ। ମିଳୁନି ଥଣ୍ଡା ଜ୍ୱର ଔଷଧ। ପାରାସିଟାମଲ୍‌ ମେଡିସିନ୍‌କୁ ନେଇ ଦେଖାଦେଇଛି ଅଭାବ। ପାକିସ୍ତାନର ଅଧିକାଂଶ ସହରରେ ପାରାସିଟାମଲ୍‌ ଔଷଧର ମିଳୁନଥିବା ନେଇ ଅଭିଯୋଗ ଉଠିଛି। ପାକିସ୍ତାନ ଖବର କାଗଜ ଡନ୍‌ର ରିପୋର୍ଟ ମୁତାବକ, ଦେଶର ଅଧିକାଂଶ ସହରରେ ପାରାସିଟାମଲ୍‌ ଉପଲବ୍ଧ ନାହିଁ। ଆଉ ଯେଉଁଠି ଅଛି, ସେଠାରେ କଥିତ ରୂପେ ଏହାର କଳାବଜାରୀ ଚାଲିଛି।

ରିପୋର୍ଟ ମୁତାବକ, ଗୋଟିଏ ପଟେ ବଢ଼ୁଥିବା କରୋନା ସଂକ୍ରମଣ ଏବଂ ଅନ୍ୟପଟେ ଡେଙ୍ଗୁ। ଏହାକୁ ନେଇ ଏବେ ଆଉଟୁପାଉଟୁ ହୋଇଗଲାଣି ପାକିସ୍ତାନ। କରୋନା ସାଙ୍ଗକୁ ଏଠି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାରି ଭିତରେ ପାରାସିଟାମଲ ମେଡିସିନ୍‌ ସରିଯିବାକୁ ନେଇ ହାହାକାର ପରିସ୍ଥିତି ଦେଖାଦେଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ପାକିସ୍ତାନର ଡ୍ରଗ୍‌ ରେଗୁଲେଟରୀ ଅଥରିଟି(DRAP)ର ଜଣେ ଅଧିକାରୀଙ୍କ କହିବା ମୁତାବକ, ପାରାସିଟାମଲ୍‌ ଔଷଧର ଅଭାବ ଯୋଗୁଁ ଏଠାରେ ଡେଙ୍ଗୁ ମାମଲା ବଢ଼ି ଚାଲିଛି। ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଏଥିପାଇଁ ହିଁ ଦାୟୀ କରାଯାଇଛି। ମଙ୍ଗଳବାର ଦିନ ଡ୍ରାପ ପାରାସିଟାମଲ ଉତ୍ପାଦନ କରିବାରେ ବିଫଳ ହୋଇଥିବା ୧୫ ଲାଇସେନ୍ସ ପ୍ରାପ୍ତ ଫାର୍ମାସିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ପାକିସ୍ତାନ ମେଡିକାଲ ଏକ୍ସପର୍ଟସ୍‌ଙ୍କ କହିବା ମୁତାବକ, ଔଷଧ ତିଆରି କରୁଥିବା କମ୍ପାନୀ ପାଖରେ କଞ୍ଚା ମାଲର ଅଭାବ ରହିଛି, ଏହି କାରଣ ଯୋଗୁଁ ଔଷଧ ତିଆରି କରିବାରେ ଅସମର୍ଥ ପ୍ରମାଣିତ ହେଉଛନ୍ତି।

ବର୍ତ୍ତମାନ ପାକିସ୍ତାନରେ କରୋନା ପଞ୍ଚମ ଲହର ଜାରି ରହିଛି। ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଛି। ପାକିସ୍ତାନର ଜାତୀୟ ପଜିଟିଭିଟି ରେଟ୍ ୯.୬୫ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି। ସେପଟେ ବଢ଼ୁଥିବା ଡେଙ୍ଗୁ ମାମଲା ଯୋଗୁଁ ଭାରତର ଏହି ପଡ଼ୋଶୀ ଦେଶର ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି।

Related story