ଚୋରକୁ ଧରାଇଲା ମଲା ମଶା, ଜାଣନ୍ତୁ କେମିତି

ବେଜିଂ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ମଲା ମଶା କେମିତି ଚୋରକୁ ଧରାଇଲା ବୋଲି ଭାବୁଥିବେ। କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ଘଟିଛି। ମଲା ମଶାର ରକ୍ତର ଡିଏନଏ ପରୀକ୍ଷା କରି ପୁଲିସ୍‌ ବେଶ ସହଜରରେ ଜଣେ କୁଖ୍ୟାତ ଚୋରକୁ ଧରିବାରେ ସକ୍ଷମ ହୋଇଛି। ଚାଇନା ପୁଲିସ୍‌ ଏପରି କୌତହଳ ଢଙ୍ଗରେ ଚୋରକୁ ଧରିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଛନ୍ତି। ଜୁନ ୧୧ରେ ଚାଇନାର ଫୁଜିହାନ ପ୍ରଦେଶର ଫୁଜହୋ […]

Mosquito

Hemant Lenka
  • Published: Tuesday, 19 July 2022
  • , Updated: 19 July 2022, 06:44 PM IST

ବେଜିଂ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ମଲା ମଶା କେମିତି ଚୋରକୁ ଧରାଇଲା ବୋଲି ଭାବୁଥିବେ। କିନ୍ତୁ ବାସ୍ତବରେ ଏମିତି ଏକ ଘଟଣା ଘଟିଛି। ମଲା ମଶାର ରକ୍ତର ଡିଏନଏ ପରୀକ୍ଷା କରି ପୁଲିସ୍‌ ବେଶ ସହଜରରେ ଜଣେ କୁଖ୍ୟାତ ଚୋରକୁ ଧରିବାରେ ସକ୍ଷମ ହୋଇଛି। ଚାଇନା ପୁଲିସ୍‌ ଏପରି କୌତହଳ ଢଙ୍ଗରେ ଚୋରକୁ ଧରିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଛନ୍ତି। ଜୁନ ୧୧ରେ ଚାଇନାର ଫୁଜିହାନ ପ୍ରଦେଶର ଫୁଜହୋ ଠାରେ ଏହି ଘଟଣା ଘଟିଛି।

ଫୁଜହୋରେ ଥିବା ଗୋଟିଏ ଆପାର୍ଟମେଣ୍ଟରୁ ଚୋରି ହୋଇଥିଲା। ପୁଲିସ୍‌ ଏଠାରେ ଯାଞ୍ଚ କରୁଥିବା ବେଳେ ଘରର କାନ୍ଥରୁ ଦୁଇଟି ମଲା ମଶା ଠାବ କରିଥିଲା। ଏହି ମଶା ଦୁଇଟି ରକ୍ତ ପିଇବା ପରେ କାନ୍ଥରେ ମରି ଲାଖି ଯାଇଥିଲେ। ଏହି ରକ୍ତକୁ ବେଶ ସତର୍କତାର ସହ ପୁଲିସ୍ ସଂଗ୍ରହ କରି ପୁରୁଣା ଅପରାଧୀଙ୍କ ଡିଏନଏ ସହ ମ୍ୟାଚ କରାଇଥିଲା। ଏହି ସମୟରେ ଜଣେ ଅପରାଧୀର ଡିଏନଏ ସହ ଏହା ମ୍ୟାଚ୍ କରିଥିବା ପୁଲିସ୍ କହିଛି।

ଚୋରି ସମ୍ପର୍କରେ ପୁଲିସ୍ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଞ୍ଚିଥିଲା। ଘରର କବାଟ ଭିତରୁ ବନ୍ଦ ଥିବା ବେଳେ ଚୋର ବାଲକୋନୀ ଦେଇ ଏହା ଭିତରେ ପଶିଥିବା ପୁଲିସ ଜାଣିବାକୁ ପାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଚୋର ଜଣକ ଘର ଭିତରେ ଥିବା ଅନେକ ମୂଲ୍ୟବାନ ଜିନିଷ ପ୍ରଥମେ ଏକାଠି କରିଥିଲା। ହେଲେ ରାତିରେ ଘର ବାହାରକୁ ନ ଯାଇ ସେଇଠି ରହିଥିଲା। ଘରେ ଥିବା ନୁଡୁଲ୍ସ ଓ ଅଣ୍ଡା ସେ ଖାଇବା ସହ ସେହିଠାରେ ରାତି କାଟିଥିଲା। ପୁଲିସ୍‌ ଘର ଭିତରୁ ଗୋଟିଏ ଅଧା ବ୍ୟବହୃତ ମଶା କଏଲ ଠାବ କରିଛନ୍ତି।

ଚୋର ରାତିରେ ଶୋଇଥିବା ବେଳେ ତା’କୁ ମଶା କାମୁଡ଼ିବାରୁ ସେ ଏହାର ବ୍ୟବହାର କରିଥିଲା। ଶୋଇବା ରୁମରେ ମଶା କଏଲ ଥିବା ବେଳେ କାନ୍ଥରେ ଦୁଇଟି ରକ୍ତ ପିଇଥିବା ମଶାଙ୍କ ମୃତଦେହ ମିଳିଥିଲା। ଏହି ରକ୍ତ ହିଁ ଚୋର ପାଖରେ ପହଞ୍ଚିବାରେ ପୁଲିସ୍‌କୁ ସହଯୋଗ କରିଥିଲା। ପୁଲିସ୍‌ ଟିମ ବେଶ ସତର୍କତାର ସହ କାନ୍ଥରୁ ରକ୍ତ ସଂଗ୍ରହ କରିଥିଲା। ଏହାପରେ ଏହାକୁ ଡିଏନଏ ବିଶ୍ଲେଷଣ ପାଇଁ ପଠାଇଥିଲା।

ଏହି ସମୟରେ ସନ୍ଦିଗ୍ଧ ଚାଇର ରକ୍ତ ନମୁନା ସହ କାନ୍ଥରୁ ମିଳିଥିବା ରକ୍ତର ମେଳ ଖାଇଥିଲା। ଏହାପରେ ପୁଲିସ୍ ଚାଇକୁ ଗିରଫ କରିଛି। ପୂର୍ବରୁ ମଧ୍ୟ ତା’ରେ ଅନେକ ଅପରାଧିକ ରେକର୍ଡ ରହିଛି। ଜେରା ବେଳେ ସେ ଆପାର୍ଟମେଣ୍ଟରୁ ଚୋରି କରିଥିବା ସ୍ୱୀକାର କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଲୋକମାନେ ସୋଶାଲ ମିଡିଆରେ ଏହାକୁ ଭାଇରାଲ କରିବା ଆରମ୍ଭ କରିଛନ୍ତି।

Related story