ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି

କଲମ୍ବୋ: ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଚାଲି ଯାଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ଇ-ମେଲ ଯୋଗେ ଶ୍ରୀଲଙ୍କା ସଂସଦର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ଆନ୍ଦୋଳନକାରୀମାନେ ତାଙ୍କ ଇସ୍ତଫା ଦାବି କରି […]

Gotabaya

Hemant Lenka
  • Published: Thursday, 14 July 2022
  • , Updated: 14 July 2022, 10:28 PM IST

କଲମ୍ବୋ: ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପ୍ରଥମେ ମାଳଦ୍ୱୀପ ଓ ସେଠାରୁ ସିଙ୍ଗାପୁର ଚାଲି ଯାଇଥିବା ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବି କରି ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ପଦ ଛାଡ଼ି ଦେଇଛନ୍ତି।

ସେ ନିଜର ଇସ୍ତଫାପତ୍ରକୁ ଇ-ମେଲ ଯୋଗେ ଶ୍ରୀଲଙ୍କା ସଂସଦର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। କିଛି ଦିନ ପୂର୍ବରୁ ଆନ୍ଦୋଳନକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ଧସେଇ ପଶିଥିଲେ। ଏବେ ସେ ଇସ୍ତଫା ଦେଇଥିବାରୁ ବାଚସ୍ପତି ଆସନ୍ତା ୩ ଦିନ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶ ଡାକି ଦେଶର ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି।

ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲାଙ୍କାରେ ଜାରି ରହିଥିବା ବିଶାଳ ଆନ୍ଦୋଳନକୁ ଦେଖି ରାଜପକ୍ଷ ଦେଶ ଛାଡ଼ି ଫେରାର ହୋଇଯାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଂଘେ ଶ୍ରୀଲଙ୍କାଳର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ। ସେ ଦାୟିତ୍ୱ ନେବା କ୍ଷଣି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ଏଥିସହ ପୁଲିସ ଓ ସେନାକୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ କହିଥିଲେ।

ତଥାପି ଦେଶରେ ଆନ୍ଦୋଳନ ଜାରି ରହିଛି। ସେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବେଳେ ବିରୋଧୀ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରିଛନ୍ତି। ଏବେ ରାଜପକ୍ଷ ଇସ୍ତଫା ଦେଇଥିବାରୁ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି।

Related story