ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଦେହାନ୍ତ

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ରାଜ ପରିବାର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଜି ସକାଳେ ବେଶ ଶାନ୍ତିର ସହ ପ୍ରିନ୍ସ ଫିଲିପ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ୱିଣ୍ଡସୋର କ୍ୟାଷ୍ଟେଲରେ ତାଙ୍କ ଦେହାନ୍ତ ହୋଇଛି। ଆଗକୁ ଏ ସମ୍ପର୍କରେ ଆଉ […]

Prince-Philip

Hemant Lenka
  • Published: Friday, 09 April 2021
  • , Updated: 09 April 2021, 05:25 PM IST

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ରାଜ ପରିବାର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆଜି ସକାଳେ ବେଶ ଶାନ୍ତିର ସହ ପ୍ରିନ୍ସ ଫିଲିପ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ୱିଣ୍ଡସୋର କ୍ୟାଷ୍ଟେଲରେ ତାଙ୍କ ଦେହାନ୍ତ ହୋଇଛି। ଆଗକୁ ଏ ସମ୍ପର୍କରେ ଆଉ କିଛି ଘୋଷଣା ହେବ। ଏହି ବିୟୋଗରେ ପୂରା ବିଶ୍ୱ ସହ ରାଜ ପରିବାର ସାମିଲ ହୋଇ ଶୋକ ପ୍ରକାଶ କରୁଛି। ଏପ୍ରିଲ ୨୧ରେ ରାଣୀ ଏଲିଜାବେଥଙ୍କ ୯୫ତମ ଜନ୍ମ ଦିନ ପାଳନ ହୋଇଥାଆନ୍ତା ଏହାର ୧୨ ଦିନ ପୂର୍ବରୁ ଏହି ଦୁଃଖଦ ଖବର ଆସିଛି।

ଫେବୃଆରୀ ମାସରେ ପ୍ରିନ୍ସ ଫିଲିପ ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ହାର୍ଟରେ ସଂକ୍ରମଣ ହୋଇଥିବାରୁ ହସ୍ପିଟାଲରେ ଏହାର ଚିକିତ୍ସା କରାଯାଇଥିଲା। ମାସାଧିକ କାଳ ହସ୍ପିଟାଲରେ ରହିବା ପରେ ସେ ରାଜ ପ୍ରାସାଦକୁ ପୁଣି ଫେରିଥିଲେ।

[caption id="" align="aligncenter" width="1000"] ରାଣୀ ଏଲିଜାବେଥଙ୍କ ସହ ପ୍ରିନ୍ସ ଫିଲିପ[/caption]

୧୯୨୧ ମସିହା ଜୁନ୍‌ ୧୦ରେ ଗ୍ରୀକ ଆଇସଲ୍ୟାଣ୍ଡର କୋରଫୁଠାରେ ଜନ୍ମ ଗ୍ରହଣ କରିଥିଲେ ଫିଲିପ। ସେ ଗ୍ରୀସ ଓ ଡେନମାର୍କର ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ଏକମାତ୍ର ସନ୍ତାନ। ୧୯୧୯-୧୯୨୨ରେ ତୁର୍କୀ ସହ ଯୁଦ୍ଧ ବେଳେ ଗ୍ରୀସ ପରାସ୍ତ ହୋଇଥିଲା। ଏହି କାରଣରୁ ପୂରା ପରିବାର ସହ ଆଣ୍ଡ୍ର୍ୟୁ ଫ୍ରାନ୍ସ ପଳାଇଥିଲେ।

୭ ବର୍ଷ ବୟସରେ ଫିଲିପ୍‌ ନିଜ ସମ୍ପର୍କୀୟଙ୍କ ପାଖରେ ରହି ଇଂଲଣ୍ଡ ସ୍କୁଲରେ ପାଠପଢ଼ିଥିଲେ। ୧୯୪୭ରେ ୨୬ ବର୍ଷୀୟ ଫିଲିପ ବ୍ରିଟେନର ୨୧ ବର୍ଷୀୟ ରାଜକୁମାରୀ ଏଲିଜାବେଥକୁ ବିବାହ କରିଥିଲେ।

Related story