ଜିନପିଙ୍ଗ ତୁମେ ଗାଦି ଛାଡ଼… ଚାଇନାରେ ବାଥରୁମରେ ଲାଗୁଛି ପୋଷ୍ଟର, ବ୍ୟାନର

ନୂଆଦିଲ୍ଲୀ: ପୁଣିଥରେ ଚାଇନାରେ କ୍ଷମତା ଅକ୍ତିଆର କରିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ଜିନପିଙ୍ଗ ଦେଶରେ ତୃତୀୟ ଥର ପାଇଁ ପୁନର୍ବାର ରାଷ୍ଟ୍ର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥାତ ଜିନପିଙ୍ଗ ଚାଇନାରେ ରାଷ୍ଟ୍ରପତି ଭାବେ ତୃତୀୟ ପାଳି ଆରମ୍ଭ କରିବେ। ତେବେ କ୍ରମାଗତ ଭାବେ କ୍ଷମତା ଆସନରେ ଅଳଙ୍କୃତ ହୋଇଥିବା ଜିନପିଙ୍ଗଙ୍କ ବିରୋଧରେ ଉଠିଛି ବିଦ୍ରୋହର ସ୍ୱର। ତୃତୀୟଥର ଭାବେ ଅକ୍ଟୋବର ୧୬ରେ ନିଯୁକ୍ତିର ୨ ଦିନ ପୂର୍ବରୁ ଜିନପିଙ୍ଗଙ୍କୁ କ୍ଷମତା କେନ୍ଦ୍ରରୁ ହଟାଇବାକୁ ଦାବି କରି ଜଣେ […]

Xi-Jinping

  • Published: Thursday, 20 October 2022
  • , Updated: 20 October 2022, 10:42 AM IST

ନୂଆଦିଲ୍ଲୀ: ପୁଣିଥରେ ଚାଇନାରେ କ୍ଷମତା ଅକ୍ତିଆର କରିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ଜିନପିଙ୍ଗ ଦେଶରେ ତୃତୀୟ ଥର ପାଇଁ ପୁନର୍ବାର ରାଷ୍ଟ୍ର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଅର୍ଥାତ ଜିନପିଙ୍ଗ ଚାଇନାରେ ରାଷ୍ଟ୍ରପତି ଭାବେ ତୃତୀୟ ପାଳି ଆରମ୍ଭ କରିବେ। ତେବେ କ୍ରମାଗତ ଭାବେ କ୍ଷମତା ଆସନରେ ଅଳଙ୍କୃତ ହୋଇଥିବା ଜିନପିଙ୍ଗଙ୍କ ବିରୋଧରେ ଉଠିଛି ବିଦ୍ରୋହର ସ୍ୱର। ତୃତୀୟଥର ଭାବେ ଅକ୍ଟୋବର ୧୬ରେ ନିଯୁକ୍ତିର ୨ ଦିନ ପୂର୍ବରୁ ଜିନପିଙ୍ଗଙ୍କୁ କ୍ଷମତା କେନ୍ଦ୍ରରୁ ହଟାଇବାକୁ ଦାବି କରି ଜଣେ ଚାଇନା ନାଗରିକ ବେଜିଂରେ ବିକ୍ଷୋଭ କରିଛନ୍ତି। ଚାଇନା ରାଷ୍ଟ୍ରପତିଙ୍କୁ ହଟାଇବାକୁ ଦାବି କରି ସମ୍ପୃକ୍ତ ନାଗରିକ ଜଣକ ବେଜିଂର ଏକ ସେତୁବନ୍ଧରେ ଏକ ବଡ଼ ବ୍ୟାନର ଲଗାଇଛନ୍ତି।

ସେଥିରେ କରୋନା ସମୟରେ ଜିନପିଙ୍ଗଙ୍କ ପରିଚାଳନାଗତ ତ୍ରୁଟି, କଡ଼ାକଡ଼ି ଭାବେ ଲକଡାଉନ ନିୟମ ଲଦିବା, ଅନାବଶ୍ୟକ କଟକଣା ଓ ଜିରୋ କୋଭିଡ୍‌ ପଲିସିକୁ ତୀବ୍ର ସମାଲୋଚନା କରାଯାଇଛି। ବ୍ଲମବର୍ଗ ରିପୋର୍ଟ ଅନୁଯାୟୀ, ଚାଇନାରେ ଗଣତନ୍ତ୍ର ସ୍ଥାପନା ସପକ୍ଷରେ ଏକ ଜନମତ ସୃଷ୍ଟି ହୋଇଛି। ଏଥିପାଇଁ ଏକ ସଙ୍ଗଠନ ପକ୍ଷରୁ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ଆକା‌ଉଣ୍ଟ ଖୋଲାଯାଇଛି। ଏହି ଆକାଉଣ୍ଟରେ ଜିପନପିଙ୍ଗଙ୍କୁ ଗାଦିରୁ ହଟାଇବାକୁ ଦାବି ହୋଇଛି। ଚାଇନାର ପ୍ରାୟ ୮ଟି ସହରରେ ଜିନପିଙ୍ଗଙ୍କ ବିରୋଧରେ ସ୍ୱର ତେଜିଛି।

ଏହି ୮ଟି ସହର ଗୁଡ଼ିକ ହେଲା ସେନଜେହନ୍, ସଂଘାଇ, ବେଜିଂ,ଗୁଆନଘାଓ ଓ ହଂକଂ।  ଏଠାରେ ଜିନପିନଙ୍ଗଙ୍କ ଶାସନ ନୀତିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରାଷ୍ଟ୍ରପତିଙ୍କ ବିରୋଧରେ ସ୍ଲୋଗାନ ଓ ନାରାବାଜି ଆରମ୍ଭ ହୋଇଛି । ବିଶେଷ କରି ଜିନପିଙ୍ଗ ବିରୋଧୀ ଏହି ସ୍ଲୋଗାନ ଗୁଡ଼ିକ ଲୋକଙ୍କ ବାଥରୁମ୍‌ ଏବଂ ସ୍କୁଲ କାନ୍ଥରେ ଦେଖିବାକୁ ମିଳୁଛି। ଚାଇନାର ଜନସାଧାରଣ ଖୋଲାଖୋଲି ବିଦ୍ରୋହ କରିବାକୁ ଭୟ କରୁଥିବାରୁ ସେମାନେ ଅଭିନବ ଉପାୟରେ ପ୍ରତିବାଦ ଆରମ୍ଭ କରିଛନ୍ତି। ଚାଇନା ସରକାରଙ୍କ ବିରୋଧରେ ପ୍ରତିବାଦ ପାଇଁ ବାଥରୁମ୍ ଏକ ପ୍ରମୁ‌ଖ ସ୍ଥାନ ପାଲଟିଛି।

ଚାଇନାର ଅଧିକାଂଶ ଅଞ୍ଚଳ ସିକ୍ୟୁରିଟି କ୍ୟାମେରା ଓ ରାଡାର ସ୍କାନରରେ ଥିବାରୁ ଲୋକେ ଲୁଚି ଲୁଚି ପ୍ରତିବାଦ କରୁଛନ୍ତି। ବେଜିଂର ଫିଲ୍ମ ଆରକାଇଭ ଆର୍ଟ ସିନେମା ବାଥରୁମରେ ‘ଆମେ ଏକ ଛତ୍ରବାଦୀଙ୍କୁ ପ୍ରତ୍ୟାଖ୍ୟାନ’ କରୁଛୁ ବୋଲି ଉଲ୍ଲେଖ ରହିଛି। କେବଳ ଦେଶ ନୁହଁ ବିଦେଶରେ ମଧ୍ୟ ଜିନପିଙ୍ଗଙ୍କ ବିରୋଧରେ ସ୍ୱର ତେଜିଛି। ମୁଖ୍ୟତଃ ଅନ୍ୟ ରାଷ୍ଟ୍ରର ୨୦୦ଟି ବିଶ୍ୱବିଦ୍ୟାଳୟରେ ଜିନପିଙ୍ଗଙ୍କ ବିରୋଧରେ ପ୍ରତିବାଦ କରାଯାଇଛି। ଆମେରିକା, ଜାପାନ, ଦକ୍ଷିଣ କୋରିଆ ଏବଂ ତାଇୱାନରେ ଏହି ପ୍ରତିବାଦ ଦେଖିବାକୁ ମିଳିଛି। ତେବେ ଚାଇନାରେ ରାଷ୍ଟ୍ରପତି ବିରୋଧୀ ସ୍ୱର ଉପରେ କଟକଣା ଲାଗୁ କରାଯାଇଛି। କୌଣସ ସର୍ବସାଧରଣ ସ୍ଥାନରେ ରାଷ୍ଟ୍ରପତିଙ୍କ ବିରୋଧରେ ବ୍ୟାନର କିମ୍ବା ପୋଷ୍ଟର ଲାଗିଲେ କଡ଼ା ଜେଲ ଦଣ୍ଡ ରହିଛି।

Related story