‘ପୁଟିନ୍ ୨୦ ବୋତଲ ଭୋଡ୍‌କା ପଠାଇଛନ୍ତି’, ଅଡ଼ିଓ ଭାଇରାଲ

ରୋମ୍‌: ‘ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋ ପାଖକୁ ୨୦ ବୋତଲ ଭୋଡ୍‌କା ପଠାଇଛନ୍ତି । ତା’ ବଦଳରେ ମୁଁ ତାଙ୍କୁ ଦେଇଛି ଦାମୀ ରେଡ୍ ୱାଇନ୍ ।’ ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନୀଙ୍କ ଏଭଳି କିଛି ଅଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ନିକଟରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲସ୍କୋନୀଙ୍କ ୮୬ତମ ଜନ୍ମ ଦିନ ଥିଲା। ଏହି ଅବସରରେ ତାଙ୍କୁ ପୁଟିନ୍ କୁଆଡେ ଶୁଭେଚ୍ଛା […]

putin and vodka

Madhupriya Mistry
  • Published: Thursday, 20 October 2022
  • , Updated: 20 October 2022, 12:21 PM IST

ରୋମ୍‌: ‘ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋ ପାଖକୁ ୨୦ ବୋତଲ ଭୋଡ୍‌କା ପଠାଇଛନ୍ତି । ତା’ ବଦଳରେ ମୁଁ ତାଙ୍କୁ ଦେଇଛି ଦାମୀ ରେଡ୍ ୱାଇନ୍ ।’ ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନୀଙ୍କ ଏଭଳି କିଛି ଅଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

ନିକଟରେ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲସ୍କୋନୀଙ୍କ ୮୬ତମ ଜନ୍ମ ଦିନ ଥିଲା। ଏହି ଅବସରରେ ତାଙ୍କୁ ପୁଟିନ୍ କୁଆଡେ ଶୁଭେଚ୍ଛା ଜଣାଇବା ସହ ଭୋଡକା ବୋତଲ ପଠାଇଥିବା ସେ କହିଛନ୍ତି। ସାମ୍ନାକୁ ଆସିଥିବା ଅଡିଓରେ ପୁଟିନଙ୍କ ସହ ତାଙ୍କର ବନ୍ଧୁତା କେତେ ଗଭୀର ତାହା କହିବାକୁ ଚେଷ୍ଟା କରୁଛନ୍ତି ସିଲଭିଓ।

ଅଡିଓ ଟେପ୍‌ର ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ଗର୍ବର ସହ କହୁଛନ୍ତି, ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପୁର୍ନବାର ସମ୍ପର୍କ ସ୍ଥାପନ କରିଛନ୍ତି। ପୁଟିନ ଏନେଇ ତାଙ୍କୁ ଭୋଡକା ପଠାଇଥିବା ବେଳେ ସେ ରେଡ୍ ୱାଇନ୍ ପଠାଇଛନ୍ତି। ପୁଟିନ୍ ତାଙ୍କୁ ଅଭିନନ୍ଦନ ଜଣାଇ ୨୦ ବୋତଲ ଭୋଡକା ପଠାଇଛନ୍ତି। ଏହାର ପ୍ରତିବଦଳରେ ସେ ତାଙ୍କୁ ୨୦ ବୋତଲ ମହଙ୍ଗା ରେଡ୍ ୱାଇନ୍ ଲାମ୍ବ୍ରାସ୍କୋ ପଠାଇଛନ୍ତି।

ୟୁକ୍ରେନ୍ ରୁଷ ଯୁଦ୍ଧ ଭିତରେ ଏହି ଅଡିଓ ଏବେ ସାମ୍ନାକୁ ଆସିବା ପରେ ସେ ଏବେ ପ୍ରଶ୍ନ ଘେରକୁ ଆସିଛନ୍ତି। ଗୋଟିଏ ପଟେ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଇଟାଲୀର କଞ୍ଜରଭେଟିଭ ମିଳିତ ମଞ୍ଚ ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଦୃଢ଼ ସମର୍ଥନ କରୁଥିବା ବେଳେ, ଅନ୍ୟ ପଟେ ଏହି ମିଳିତ ମଞ୍ଚ ସହ ଜଡିତ 'ଫୋରଜା ଇଟାଲୀ' ଦଳର ଜଣେ ଭେଟେରାନ ନେତା ବର୍ଲସ୍କୋନୀ ପୁଟିନଙ୍କ ସହ ତାଙ୍କ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି।

Related story