ରାଜକୀୟ ସମ୍ମାନ ସହ ବିଦାୟ ନେଲେ ବ୍ରିଟେନ୍‌ ରାଣୀ

ଲଣ୍ଡନ: ବ୍ରିଟେନ୍ ମହାରାଣୀଙ୍କୁ ଅନ୍ତିମ ବିଦାୟ ଦେଲେ ବ୍ରିଟେନବାସୀ। ରାଜକୀୟ ସମ୍ମାନ ସହ ଭାରତୀୟ ସମୟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲଣ୍ଡନ ୱେଷ୍ଟମିନିଷ୍ଟର ଆବେରେ ଅନ୍ତ୍ୟେଷ୍ଟି କାଯର୍ୟକ୍ରମ ସଂପନ୍ନ  ହୋଇଛି।  ଓ୍ୱିଣ୍ଡସର୍ କ୍ୟାସେଲ୍‌ର କିଙ୍ଗ୍ ଜର୍ଜ ଷଷ୍ଠ ମେମୋରିଆଲ୍ ଚାପେଲ୍‌ରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କୁ କବର ଦିଆଯାଇଛି। ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ବିଦାୟ ଯାତ୍ରାରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ ୨ହଜାରରୁ ଅଧିକ ଭିଭିଆଇପି।  ଦିବଙ୍ଗତ […]

queen-elizabeth-laid-to-rest

Madhupriya Mistry
  • Published: Tuesday, 20 September 2022
  • , Updated: 20 September 2022, 08:05 AM IST

ଲଣ୍ଡନ: ବ୍ରିଟେନ୍ ମହାରାଣୀଙ୍କୁ ଅନ୍ତିମ ବିଦାୟ ଦେଲେ ବ୍ରିଟେନବାସୀ। ରାଜକୀୟ ସମ୍ମାନ ସହ ଭାରତୀୟ ସମୟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲଣ୍ଡନ ୱେଷ୍ଟମିନିଷ୍ଟର ଆବେରେ ଅନ୍ତ୍ୟେଷ୍ଟି କାଯର୍ୟକ୍ରମ ସଂପନ୍ନ  ହୋଇଛି।  ଓ୍ୱିଣ୍ଡସର୍ କ୍ୟାସେଲ୍‌ର କିଙ୍ଗ୍ ଜର୍ଜ ଷଷ୍ଠ ମେମୋରିଆଲ୍ ଚାପେଲ୍‌ରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କୁ କବର ଦିଆଯାଇଛି।

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ବିଦାୟ ଯାତ୍ରାରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ ୨ହଜାରରୁ ଅଧିକ ଭିଭିଆଇପି।  ଦିବଙ୍ଗତ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଅନ୍ତିମ ସଂସ୍କାର ପାଇଁ ରାଜକୀୟ ପରମ୍ପରାରେ ନିଆଯାଇଥିଲା।  ମହାରାଣୀଙ୍କ ମରଶରୀର ଥିବା କଫିନକୁ ୱେଷ୍ଟମିନଷ୍ଟର ଆବେରୁ ୱେଲିଂଟନ ଆର୍କ ଏବଂ ପରେ ଓ୍ୱିଣ୍ଡସର୍‌ କ୍ୟାସେଲ୍‌କୁ ନିଆଯାଇଥିଲା।

ୱେଷ୍ଟମିନଷ୍ଟର ଆବେରୁ ୱିଣ୍ଡସର୍‌ କ୍ୟାସଲକୁ ରାଣୀ ଏଲିଜାବେଥଙ୍କ ଅନ୍ତିମ ଯତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା। ପ୍ରାୟ ୬୦୦୦ ସାମରିକ କର୍ମଚାରୀ ଓ ହଜାର ହଜାର ଲୋକ ଏଥିରେ ଭାଗ ନେଇଥିଲେ।

ରାଣୀ ଏଲିଜାବେଥ୍ ଟୁ ସର୍ବାଧିକ କାଳ ବ୍ରିଟେନ୍ ଶାସନର ମୁଖ୍ୟ ଥିଲେ। ୧୯୫୩ ମସିହାରେ ତାଙ୍କର ପିତା ଜର୍ଜ ଷଷ୍ଠଙ୍କଠାରୁ ସେ ଶାସନଭାର ଗ୍ରହଣ କରିଥିଲେ। ରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ବ୍ୟବହୃତ ଇଂଲିସ ଓକ୍ କାଠରେ ବିଶେଷ କଫିନ ୩ ଦଶନ୍ଧି ତଳେ ତିଆରି ହୋଇଥିଲା। ଏହାକୁ ୱେଷ୍ଟମିନଷ୍ଟର ହଲ୍‌ରେ ‘କାଟାଫାଲ୍‌କ’ ବୋଲି କୁହାଯାଉଥିବା କଫିନ ଷ୍ଟାଣ୍ଡରେ ରଖାଯାଇଥିଲା। ତା’ପରେ ଏଥିରୁ ରାଣୀଙ୍କ ମରଶରୀରକୁ ନେଇ ତାଙ୍କର ସ୍ବାମୀ ପ୍ରିନ୍ସ ଫିଲିପଙ୍କ ପାଖରେ ଶେଷ ବିଶ୍ରାମ ଦିଆଯାଇଥିଲା।

ଗତ ୮ ତାରିଖରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ଘଟିଥିଲା। ମୃତ୍ୟୁର ୧୧ ଦିନ ପରେ ତାଙ୍କୁ ଶେଷ ବିଶ୍ରାମ ଦିଆଯାଇଛି।

Related story