କାଲି ମହାରାଣୀଙ୍କ ଶେଷକୃତ୍ୟ: ରୁଷକୁ ନିମନ୍ତ୍ରଣ ନାହିଁ, ଯୋଗ ଦେବନି ଚୀନ !

ନୂଆଦିଲ୍ଲୀ: ଆସନ୍ତାକାଲି ସ୍ୱର୍ଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।  ଆସନ୍ତାକାଲି ଏହି କାର୍ଯ୍ୟକ୍ରମରେ  ବିଶ୍ୱର ଅନେକ ରାଷ୍ଟ୍ର ଯୋଗ ଦେଉଥିବା ବେଳେ ୟୁକ୍ରେନ୍ ଯୁଦ୍ଧକୁ ନେଇ ବ୍ରିଟେନ୍‌ ରାଜ ପରିବାର ପକ୍ଷରୁ ଋଷକୁ ନିମନ୍ତ୍ରଣ କରାଯାଇ ନାହିଁ। ସେହିପରି ଚୀନକୁ ନିମନ୍ତ୍ରଣ ହୋଇ ଥିଲେ ମଧ୍ୟ ସାମିଲ ହୋଇନପାରେ ବୋଲି କୁହାଯାଉଛି। ଭାରତୀୟ ସମୟ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ୱେଷ୍ଟ ମିନିଷ୍ଟର ହଲରେ ତାଙ୍କର ରାଜକୀୟ ବିଦାୟୀ ଦିଆଯିବ।  ତାପୂର୍ବରୁ ଅନ୍ତିମ […]

Queen-Elizabeth

  • Published: Sunday, 18 September 2022
  • , Updated: 18 September 2022, 08:08 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ସ୍ୱର୍ଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।  ଆସନ୍ତାକାଲି ଏହି କାର୍ଯ୍ୟକ୍ରମରେ  ବିଶ୍ୱର ଅନେକ ରାଷ୍ଟ୍ର ଯୋଗ ଦେଉଥିବା ବେଳେ ୟୁକ୍ରେନ୍ ଯୁଦ୍ଧକୁ ନେଇ ବ୍ରିଟେନ୍‌ ରାଜ ପରିବାର ପକ୍ଷରୁ ଋଷକୁ ନିମନ୍ତ୍ରଣ କରାଯାଇ ନାହିଁ। ସେହିପରି ଚୀନକୁ ନିମନ୍ତ୍ରଣ ହୋଇ ଥିଲେ ମଧ୍ୟ ସାମିଲ ହୋଇନପାରେ ବୋଲି କୁହାଯାଉଛି। ଭାରତୀୟ ସମୟ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ୱେଷ୍ଟ ମିନିଷ୍ଟର ହଲରେ ତାଙ୍କର ରାଜକୀୟ ବିଦାୟୀ ଦିଆଯିବ।  ତାପୂର୍ବରୁ ଅନ୍ତିମ ଯାତ୍ରାର ରିହର୍ସାଲ୍ କରିଛି ରୟାଲ୍ ନେଭି । ରାଣୀ ଏଲିଜାବେଥଙ୍କ ରାଜକୀୟ ଅନ୍ତ୍ୟେଷ୍ଟିରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ଲଣ୍ଡନକୁ ଛୁଟିଛି ଅତିଥିଙ୍କ ସୁଅ । ୩ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୱେଷ୍ଟ ମିନିଷ୍ଟର ହଲକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ, ଆସନ୍ତାକାଲି ଶେଷକୃତ୍ୟ କର୍ଯ୍ୟକ୍ରମରେ ଯୋଗଦେବେ।

ବକିଂହାମ୍ ପ୍ୟାଲେସରେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ତାଙ୍କୁ ମଧ୍ୟ ବିଧିବଦ୍ଧ ଭାବେ ସ୍ୱାଗତ କରିବେ କିଙ୍ଗ୍ ଚାର୍ଲସ୍।  ସୂଚନା ଅନୁସାରେ, ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ପ୍ରାୟ ୫ଶହ ବିଦେଶୀ ଅତିଥିଙ୍କୁ ଶେଷକୃତ୍ୟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି।  ଅନ୍ତ୍ୟେଷ୍ଟି ବେଳେ କିଙ୍ଗ୍ ଚାର୍ଲସ୍, କୁଇନ୍ କାମିଲା, ଏଲିଜାବେଥଙ୍କ ବାକି ତିନି ପୁଅଝିଅ ଓ ନାତିନାତୁଣୀଙ୍କ ସମେତ ରାଜପରିବାର ସଦସ୍ୟ, ସମ୍ପର୍କୀୟ, କର୍ମଚାରୀ ଓ ଅତିଥିଙ୍କୁ ମିଶାଇ ୨ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ।  ପ୍ରଥମ ଥର ପାଇଁ ୱେଷ୍ଟମିନିଷ୍ଟର ଆବିର ପୂରା ଘଟଣାକ୍ରମ ଟିଭିରେ ସିଧା ପ୍ରସାରଣ ହେବ ।

ସମସ୍ତ ୟୁରୋପୀୟ ରାଜପରିବାର ଏବଂ କମନୱେଲଥ ରାଷ୍ଟ୍ରମୁଖ୍ୟ ଏଥିରେ ଯୋଗ ଦେବାକୁ ଥିବା ବେଳେ, ଅନ୍ୟ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଅଛନ୍ତି- ଆମେରିକା, ବେଲଜିୟମ, ସ୍ପେନ୍, ଆୟର୍ଲାଣ୍ଡ୍, ଜର୍ମାନୀ, ଇଟାଲୀ, ଇତ୍ୟାଦିର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧି  ଉତ୍ତରକୋରିଆ ଓ ନିକାରାଗୁଆ ରାଜଦୂତଙ୍କୁ ପଠାଇବାକୁ କୁହାଯାଇଛି।  ତେବେ ସିରିୟା, ଭେନେଜୁଏଲା, ମ୍ୟାନମାର ଓ ଆଫଗାନିସ୍ତାନର ତାଲିବାନ ସରକାରକୁ ବ୍ରିଟିଶ ରାଜପରିବାର ଡାକିନଥିବା ବେଳେ ୟୁକ୍ରେନ୍ ଆକ୍ରମଣକୁ ନେଇ ସଂପର୍କ ବିଗିଡ଼ିବା ଯୋଗୁଁ ରୁଷ୍ ଓ ବେଲାରୁଷ ମଧ୍ୟ ନିମନ୍ତ୍ରଣ ତାଲିକାରୁ ବାଦ୍ ପଡ଼ିଛନ୍ତି ।  ସେହିପରି ଚୀନ୍‌କୁ ନିମନ୍ତ୍ରଣ ହୋଇ ଥିଲେ ମଧ୍ୟ  ସେ ଏଥିରେ ଯୋଗ ଦେଇନପାରେ ବୋଲି ଚର୍ଚ୍ଚା ହେଉଛି।

Related story