ନିର୍ଣ୍ଣାୟକ ଲଢ଼େଇ ପାଇଁ ରୁଷର ସଜବାଜ: ଆରମ୍ଭ ହେଲା ଆଣବିକ ସମରାଭ୍ୟାସ

ନୂଆଦିଲ୍ଲୀ: ୟୁକ୍ରେନ୍‌ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା ରୁଷ। ବାରମ୍ବାର ଆଣବିକ ଧମକ ଦେଇ ଆସୁଥିବା ରୁଷ ଆଉ ପାଦେ ଆଗେଇଛି। ୟୁକ୍ରେନ୍‌କୁ ଅନ୍ତିମ ଲଢ଼େଇ ପାଇଁ ସଜବାବଜ ହେଥିବା ରୁଷ ଆଣବିକ ସମରାଭ୍ୟାସ ଆରମ୍ଭଭ କରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆରମ୍ଭ ହୋଇଛି ଏହି ଅଭିଯାନ । ୟୁକ୍ରେନ୍‌ ଡାର୍ଟି ବମ୍ବ ପ୍ରସ୍ତୁତିରେ ଲାଗିପଡ଼ିଥିବା ରୁଷ ଅଭିଯୋଗ ଆଣି ନିଜକୁ ଯୁଦ୍ଧର ଅନ୍ତିମ ଅସ୍ତ୍ର ସଜାଗ ପାଇଁ ଲାଗିପଡ଼ିଛି।  ରୁଷ […]

rush

  • Published: Wednesday, 26 October 2022
  • , Updated: 26 October 2022, 09:29 PM IST

ନୂଆଦିଲ୍ଲୀ: ୟୁକ୍ରେନ୍‌ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା ରୁଷ। ବାରମ୍ବାର ଆଣବିକ ଧମକ ଦେଇ ଆସୁଥିବା ରୁଷ ଆଉ ପାଦେ ଆଗେଇଛି। ୟୁକ୍ରେନ୍‌କୁ ଅନ୍ତିମ ଲଢ଼େଇ ପାଇଁ ସଜବାବଜ ହେଥିବା ରୁଷ ଆଣବିକ ସମରାଭ୍ୟାସ ଆରମ୍ଭଭ କରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆରମ୍ଭ ହୋଇଛି ଏହି ଅଭିଯାନ । ୟୁକ୍ରେନ୍‌ ଡାର୍ଟି ବମ୍ବ ପ୍ରସ୍ତୁତିରେ ଲାଗିପଡ଼ିଥିବା ରୁଷ ଅଭିଯୋଗ ଆଣି ନିଜକୁ ଯୁଦ୍ଧର ଅନ୍ତିମ ଅସ୍ତ୍ର ସଜାଗ ପାଇଁ ଲାଗିପଡ଼ିଛି।  ରୁଷ ସେନାର ଏହି ଆଣବିକ ସମରାଭ୍ୟାସ ଅଭିଯାନକୁ କଣ୍ଟ୍ରୋଲ ରୁମରୁ ନିଜେ ଆ ପୁଟିନ ନିଘା ରଖିଛନ୍ତି।  ରୁଷ-ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ୮ ମାସ ଧରି ଯୁଦ୍ଧ ଚାଲିଥିବା ବେଳେ ଏବେ ନିର୍ଣ୍ଣାୟକ ମୋଡ଼କୁ ଗତି କରିବା ନେଇ ଏଥିରୁ ସଙ୍କେତ ମିଳୁଛି।  ପୁଟିନଙ୍କ ନେତୃତ୍ୱରେ ସ୍ଥଳ, ଜଳ ଓ ଆକାଶ ଭାଗରେ ୩ ସେନା ପକ୍ଷରୁ ଆଣିବିକ ତାଲିମ ପରିଚାଳାନା଼ ହୋଇଥିଲା।

ଏହି ଆଣବିକ ଅଭିଯାନରେ ରୁଷ ତାର ବାଲାଷ୍ଟିକ କ୍ଷେପଣାସ୍ତ୍ର ଏବଂ ଜ୍ରୁଜ୍‌କୁ ସାମିଲ କରି  ପରୀକ୍ଷା କରିଛି।  ୟୁକ୍ରେନ୍ ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହେଉଛି। ଏହି ଏକ୍ସର୍ସାଇଜରେ  ଆଣବିକ ଆକ୍ରମଣ କ୍ଷମତାସଂପନ୍ନ ବୁଡ଼ାଜାହାଜ ଓ ଲଢ଼ୁଆ ବିମାନ ଭାଗ ନେଇଥିଲେ।  ବିଭିନ୍ନ ପ୍ରାକ୍ଟିସ୍ ରେଞ୍ଜରୁ ବାଲିଷ୍ଟିକ୍ ଓ କ୍ରୁଜ୍ ମିଜାଇଲ୍ ଛଡ଼ାଯାଇଥିଲା । ରୁଷ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଯଦି ରୁଷ ଉପରେ ପରମାଣୁ ହମଲା ହୁଏ, ତେବେ ଏହାର ଜବାବ ମସ୍କୋ ପକ୍ଷରୁ କିପରି ଦିଆଯିବ, ଇଏ ତାର ପୂର୍ବ ଅଭ୍ୟାସ ବୋଲି ପୁଟିନଙ୍କୁ ଜଣାଇଛନ୍ତି ରୁଷ ପ୍ରତିରକ୍ଷା ମନ୍ତ୍ରୀ । ଏହି ସମରାଭ୍ୟାସ ବେଳେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ଗୁଡ଼ିକ ନିଜ ଲକ୍ଷ୍ୟଭେଦ କରିଛି ବୋଲି କ୍ରେମ୍ଲିନ ପକ୍ଷରୁ କୁହାଯାଇଛି ।

ମସ୍କୋ ପକ୍ଷରୁ ଏଭଳି ସମରାଭ୍ୟାସ ନେଇ ଆଗରୁ ସୂଚନା ଦିଆଯାଇଥିଲା ବୋଲି ଓ୍ୱାଶିଂଟନ୍ ଜଣାଇଛି।  କିଛି ଦିନ ତଳେ ମସ୍କୋ ଅଭିଯୋଗ କରିଥିଲା ଯେ, ରୁଷକୁ ବଦନାମ କରିବା ପାଇଁ ୟୁକ୍ରେନ୍ ଏକ ତେଜସ୍କ୍ରିୟ ବିକିରଣ ଯୁକ୍ତ ବୋମା ବା ଡାର୍ଟି ବମ୍ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରୁଛି ।  ତେବେ ଏଭଳି ଅଭିଯୋଗକୁ ୟୁକ୍ରେନ୍ ପକ୍ଷରୁ ଖଣ୍ଡନ କରାଯାଇଥିଲା । ଗତ ମଙ୍ଗଳବାରଦିନ ରୁଷ ପକ୍ଷରୁ ଜାତିସଂଘରେ କୁହାଯାଇଥିଲା ଯେ ଏକ ଡାର୍ଟି ବମ୍ ପ୍ରୟୋଗ କରିବାକୁ ୟୁ୍କ୍ରେନ ଯୋଜନା କରୁଛି । ଏ ସଂପର୍କରେ ରୁଷ ପକ୍ଷରୁ ଭାରତ ଓ ଚୀନକୁ ବି ଅବଗତ କରାଯାଇଛି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଏ ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଫୋନ କରି ରୁଷର ଚିନ୍ତା ସମ୍ପର୍କରେ ଅବଗତ କରାଇଛନ୍ତି  । ସେହିପରି ଚୀନର ପ୍ରତିରକ୍ଷା ମନ୍ତ୍ରୀ ଓ ନାଟୋକୁ ବି ରୁଷ ନିଜର ଚିନ୍ତା ଜଣାଇଦେଇଛି ।

Related story