ସିଞ୍ଜୋ ଆବେଙ୍କୁ କାହିଁକି କଲା ହତ୍ୟା? କାରଣ କହିଲା ହତ୍ୟାକାରୀ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦ୍ୱିପହରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପଶ୍ଚିମ ଜାପାନର ନାରାରେ ଏକ ସଂସଦୀୟ ନିର୍ବାଚନ ପାଇଁ ସିଞ୍ଜୋ ଆବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ହଠାତ୍‌ ପଛ ପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି କରିଥିଲେ। ଅଉ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ତେବେ ସିଞ୍ଜୋ ଆବେଙ୍କୁ କାହିଁକି ଗୁଳି କଲା ହତ୍ୟାକାରୀ। ହତ୍ୟାକାଣ୍ଡ ପଛରେ କ’ଣ […]

shinzo-abe-assassination

Madhupriya Mistry
  • Published: Sunday, 10 July 2022
  • , Updated: 10 July 2022, 11:28 AM IST

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦ୍ୱିପହରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପଶ୍ଚିମ ଜାପାନର ନାରାରେ ଏକ ସଂସଦୀୟ ନିର୍ବାଚନ ପାଇଁ ସିଞ୍ଜୋ ଆବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ହଠାତ୍‌ ପଛ ପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି କରିଥିଲେ। ଅଉ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ତେବେ ସିଞ୍ଜୋ ଆବେଙ୍କୁ କାହିଁକି ଗୁଳି କଲା ହତ୍ୟାକାରୀ। ହତ୍ୟାକାଣ୍ଡ ପଛରେ କ'ଣ ରହିଛି କାରଣ। ରାଜନୈତିକ ଶତ୍ରୁତା ନା ଆଉ କିଛି? ଏହାକୁ ନେଇ ତିନି ଦିନ ହେବ ଚର୍ଚ୍ଚା ଚାଲିଥିବା ବେଳେ ମୁହଁ ଖୋଲିଛି ହତ୍ୟାକାରୀ। ପୁଲିସ ଆଗରେ କହିଛି ପୂରା କାରଣ।

 

ସିଞ୍ଜୋ ଆବେ ଏକ ଧାର୍ମିକ ଅନୁଷ୍ଠାନ ସହ ସାମିଲ ଥିଲେ। ଏହି ଅନୁଷ୍ଠାନକୁ ଚାନ୍ଦା ଦେଇ ଦେଇ ଦେବାଳିଆ ହୋଇଯାଇଥିଲେ ହତ୍ୟାକାରୀ ତେତ୍ସୁଆ ୟାମାଗାମିଙ୍କ ମା'। ଏହାକୁ ନେଇ ଅସନ୍ତୁଷ୍ଟ ଥିଲା ୟାମାଗାମୀ। ସିଞ୍ଜୋଙ୍କ ଉପରେ ରାଗ ସୁଝାଇବାକୁ ସେ କରୁଥିଲା ଯୋଜନା। କିଭଳି ତାଙ୍କ ଠାରୁ ପ୍ରତିଶୋଧ ନେବେ ସେ ନେଇ ବର୍ଷ ବର୍ଷ ଧରି କରିଥିଲା ପ୍ଲାନିଂ। ଶେଷରେ ସେ ଦିନ ସୁଯୋଗ ମିଳିଯାଇଥିଲା ତାକୁ। ପୁଲିସର ଟିକେ ଢ଼ିଲା ସୁରକ୍ଷା ଦେଖି ବିଚ୍‌ ରାସ୍ତାରେ ସର୍ବସମ୍ମୁଖରେ  ସିଞ୍ଜୋଙ୍କ ଉପରକୁ ଗୁଳି ମାଡ କରିଥିଲା ୪୧ ବର୍ଷୀୟ ୟାମାଗାମୀ। ପୁଲିସ ଆଗରେ ସିଞ୍ଜେ ଆବେଙ୍କ ହତ୍ୟାକାଣ୍ଡକୁ ନେଇ ଟିକିନିଖି ଘଟଣା ବଖାଣିଛି ସେ।

କେବଳ ସେତିକି ନୁହେଁ ସିଞ୍ଜୋ ଆବେଙ୍କୁ ହତ୍ୟା କରିବା ପାଇଁ ଘରେ ବନ୍ଧୁକ ତିଆରି କରିଥିଲା ୟାମାଗାମୀ।  ଏହି ବନ୍ଧୁକରେ ହିଁ ସେ ସିଞ୍ଜୋ ଆବେଙ୍କ ଉପରକୁ ଆକ୍ରମଣ କରିଥିଲେ। ଏନେଇ ପୋଲିସ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛି।

ୟାମାଗାମୀଙ୍କ ପଡୋଶୀଙ୍କ କହିବା ମୁତାବକ, ସେ ଘରେ ଏକୁଟିଆ ରହୁଥିଲା। ସେ କାହା ସହ ମଧ୍ୟ କଥା ହେଉନଥିଲା। ସିଞ୍ଜୋ ଆବେ ଏକ ଧାର୍ମିକ ଅନୁଷ୍ଠାନକୁ ପ୍ରୋତ୍ସାହିତ କରିଥିଲେ ଯାହା ଲାଗି ୟମାଗାମୀର ମା' ଦେବାଳିଆ ହୋଇ ଯାଇଥିଲେ ବୋଲି ସେ ବିଶ୍ୱାସ କରୁଥିଲା। ଏହି ଧାର୍ମିକ ଅନୁଷ୍ଠାନରେ ସାମିଲ ହେବାକୁ ୟାମାଗାମୀ ନିଜ ମା'କୁ ବିରୋଧ ମଧ୍ୟ କରିଥିଲା ବୋଲି ପୁଲିସ ଆଗରେ କହିଛି।

ଜାପାନୀ ମିଡିଆ ଏନ୍‌ଏଚ୍‌କେର ସୂଚନାନୁସାରେ,  ବନ୍ଧୁକ ନୁହେଁ ୟାମାଗାମୀ ପ୍ରଥମେ ବୋମାରେ ଆକ୍ରମଣ କରିବା ନେଇ ଚିନ୍ତା କରିଥିଲା।  କିନ୍ତୁ ପରେ ଏହି ପ୍ଲାନ୍‌କୁ ସେ ବଦଳାଇ ଦେଇଥିଲା। ସେ ଷ୍ଟିଲ ପାଇପ୍‌କୁ ଟେପରେ ଗୁଡ଼ାଇ ବନ୍ଧୁକ ତିଆରି କରିଥିଲା। ବନ୍ଧୁକ ତିଆରି ପାଇଁ ଅନ୍‌ଲାଇନ୍‌ରୁ ସାମଗ୍ରୀ କିଣିଥିଲା ବୋଲି ପୁଲିସକୁ ୟାମାଗାମୀ କହିଛି।

ଶୁକ୍ରବାର ସକାଳେ ଏକ ସଂସଦୀୟ ନିର୍ବାଚନ ପାଇଁ ସିଞ୍ଜୋ ଆବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ସମୟରେ ହଠାତ୍‌ ପଛ ପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲକୁ ପଠାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅତ୍ୟଧିକ ରକ୍ତସ୍ରାବ ହେତୁ ସିଞ୍ଜୋ ହୃଦଘାତର ଶିକାର ହୋଇଥିଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ କହିଥିଲେ। ସେପଟେ  ସିଞ୍ଜୋ ଆବେଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ପୁଲିସ ମାଡି ବସିଥିଲା।

Related story