ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ୍‌ ଟିକାକୁ ବ୍ୟବହାର ପାଇଁ ମିଳିଲା ଅନୁମତି

ଲଣ୍ଡନ: ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା ସିଙ୍ଗଲ ଡୋଜ୍‌ କରୋନା ବିରୋଧୀ ଟିକାକୁ ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏ ସମ୍ପର୍କରେ ଏମଏଚ୍‌ଆରଏ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ବ୍ରିଟେନରେ ଏକାଧିକ କରୋନା ଟିକାର ବ୍ୟବହାର କରାଯାଉଥିଲା। ହେଲେ ଏଗୁଡ଼ିକ ଡବଲ ଡୋଜ୍‌ ଟିକା ଥିଲା। ଅର୍ଥାତ ଜଣେ ବ୍ୟକ୍ତି ଗୋଟିଏ କମ୍ପାନୀର ଦୁଇଟି ଡୋଜ୍‌ ନେବାକୁ ବାଧ୍ୟ। ଏବେ ଜନସନ ଆଣ୍ଡ ଜନସନ କରୋନା ଟିକାର ଗୋଟିଏ ଡୋଜ୍‌ କରୋନା ବିରୋଧରେ […]

J&J

J&J

Hemant Lenka
  • Published: Friday, 28 May 2021
  • Updated: 28 May 2021, 06:46 PM IST

ଲଣ୍ଡନ: ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା ସିଙ୍ଗଲ ଡୋଜ୍‌ କରୋନା ବିରୋଧୀ ଟିକାକୁ ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏ ସମ୍ପର୍କରେ ଏମଏଚ୍‌ଆରଏ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ବ୍ରିଟେନରେ ଏକାଧିକ କରୋନା ଟିକାର ବ୍ୟବହାର କରାଯାଉଥିଲା। ହେଲେ ଏଗୁଡ଼ିକ ଡବଲ ଡୋଜ୍‌ ଟିକା ଥିଲା।

ଅର୍ଥାତ ଜଣେ ବ୍ୟକ୍ତି ଗୋଟିଏ କମ୍ପାନୀର ଦୁଇଟି ଡୋଜ୍‌ ନେବାକୁ ବାଧ୍ୟ। ଏବେ ଜନସନ ଆଣ୍ଡ ଜନସନ କରୋନା ଟିକାର ଗୋଟିଏ ଡୋଜ୍‌ କରୋନା ବିରୋଧରେ ଯଥେଷ୍ଟ ହେବ। ଏହି ନିଷ୍ପତ୍ତିକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ୱାଗତ କରିଛନ୍ତି। ସେହିପରି ଦେଶର ଟିକାକରଣ କାର୍ଯ୍ୟକ୍ରମରେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ସେ ଆଶା କରିଛନ୍ତି।

ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକୋକ କହିଛନ୍ତି, ସଫଳତା ଦିଗରେ ଆଗେଇଥିବା ବ୍ରିଟେନର ଟିକାକରଣ କାର୍ଯ୍ୟକ୍ରମକୁ ଏହି ନିଷ୍ପତ୍ତି ଆହୁରି ତ୍ୱରାନ୍ୱିତ କରିବ। ବର୍ତ୍ତମାନ ଆମ ପାଖରେ ୪ଟି ସୁରକ୍ଷିତ ଓ ପ୍ରଭାବୀ ଟିକା ହୋଇଯାଇଛି। ଏହା ଲୋକଙ୍କୁ ମାରାତ୍ମକ ଭାଇରସ ଠାରୁ ରକ୍ଷା କରିବ। ସିଙ୍ଗଲ ଡୋଜ୍‌ କରୋନା ଟିକା ଆଗାମୀ ମାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସରକାର ଆଶା ରଖିଛନ୍ତି। ଭାରତରେ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟର ଭୟାବହତାକୁ ଦେଖି ଅଧିକ ସଂଖ୍ୟକ ଯୁବକଯୁବତୀ ଟିକା ନେବାକୁ ଆସୁଛନ୍ତି ବୋଲି ସେ କହିଛନ୍ତି।

ପ୍ରଥମ ଦଫାରେ ବ୍ରିଟେନ ସରକାର ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ୍‌ ଟିକାର ୨୦ ମିଲିୟନ ଡୋଜ୍‌ ମଗାଇଛନ୍ତି। ଏହା କରୋନା ବିରୋଧରେ ଲଢ଼େଇ କରିବାକୁ ୭୨% ସକ୍ଷମ ବୋଲି ମାନବ ପରୀକ୍ଷଣରୁ ଜଣାପଡ଼ିଛି। ତେଣୁ ସିଙ୍ଗଲ ଡୋଜ୍‌ କରୋନା ଟିକା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ବ୍ରିଟେନରେ ଏଯାଏ ୬୨ ମିଲିୟନ ଡୋଜ୍‌ ଟିକା ଲୋକଙ୍କୁ ଦିଆଯାଇ ସାରିଲାଣି। ଦେଶରେ ପୂର୍ବରୁ କେବଳ ଫାଇଜର ଓ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର କରାଯାଉଥିଲା। ଏହପରେ ବ୍ରିଟେନ ସରକାର କିଛି ଦିନ ତଳେ ମଡର୍ଣ୍ଣା ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏବେ ଟିକାକରଣ ଅଭିଯାନରେ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକା ସାମିଲ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story