ଜଳୁଛି ଶ୍ରୀଲଙ୍କା: ସାମ୍ନାକୁ ଆସିଲା ସିଡିଏସ୍‌ଙ୍କ ବୟାନ, ପଦ ଛାଡ଼ିବାକୁ ବିକ୍ରମସିଙ୍ଘେଙ୍କୁ ବିରୋଧୀଙ୍କ ପରାମର୍ଶ

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶରୁ ଫେରାର ହୋଇଯିବା ପରେ ଲୋକମାନେ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୋଡ଼ାଜଳା ସାଙ୍ଗକୁ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ ଓ ସଂସଦରେ ପଶି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କୁ ଆକ୍ରୋଶକୁ ନିୟନ୍ତ୍ରଣ କରିବା ପାଇଁ ସେନା ଓ ପୁଲିସ ଲାଗିଥିଲେ ମଧ୍ୟ […]

CDS

Hemant Lenka
  • Published: Wednesday, 13 July 2022
  • , Updated: 13 July 2022, 09:06 PM IST

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶରୁ ଫେରାର ହୋଇଯିବା ପରେ ଲୋକମାନେ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପୋଡ଼ାଜଳା ସାଙ୍ଗକୁ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ ଓ ସଂସଦରେ ପଶି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କୁ ଆକ୍ରୋଶକୁ ନିୟନ୍ତ୍ରଣ କରିବା ପାଇଁ ସେନା ଓ ପୁଲିସ ଲାଗିଥିଲେ ମଧ୍ୟ ଏଯାଏ ସେତେଟା ଆଖି ଦୃଶିଆ ସଫଳତା ମିଳିନାହିଁ।

ଏସବୁ ଭିତରେ ଶ୍ରୀଲଙ୍କାର ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ଶାଭେନ୍ଦ୍ର ସିଲଭା ଲୋକମାନଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ବଜାୟୀ ରଖିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ବିକ୍ଷୋଭକାରୀମାନେ ସାଧାରଣ ସମ୍ପତ୍ତି ନଷ୍ଟ ନ କରିବାକୁ ମଧ୍ୟ ସେ କହିଛନ୍ତି। ଜେନେରାଲ ସିଲଭାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସେ ଓ ଆର୍ମଡ ଫୋର୍ସର ମୁଖ୍ୟମାନେ ସଂସଦର ବାଚସ୍ପତିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେମାନେ ଦେଶର ସୃଷ୍ଟି ହୋଇଥିବା ଆର୍ଥିକ ଓ ରାଜନୀତିକ ସଙ୍କଟକୁ ସର୍ବଦଳୀୟ ବୈଠକ ଡାକି ସମାଧାନ କରିବାକୁ ବାଚସ୍ପତିଙ୍କୁ ପରାମର୍ଶ ଦେଇଥିବା ବିବୃତିରେ କହିଛନ୍ତି।

ସିଡିଏସଙ୍କ ପରାମର୍ଶ ପରେ ଶ୍ରୀଲଙ୍କା ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକ ସନ୍ଧ୍ୟାରେ ଶେଷ ହୋଇଛି। ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଙ୍ଘେଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଏଥିସହ ନିର୍ବାଚନ ନ ସରିବା ଯାଏ ସଂସଦର ବାଚସ୍ପତି ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ କାମ କରିବାକୁ ପ୍ରସ୍ତାବ ଦେଇଛନ୍ତି। ରାଷ୍ଟ୍ରପତି ଗୋଟବାୟା ଦେଶ ଛାଡ଼ି ଦେଇଥିବାରୁ ବାଚସ୍ପତି ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରିଛନ୍ତି। ସେ ସେନା ଓ ପୁଲିସ୍‌କୁ ଆଇନ ଶୃଙ୍ଖଳା ବଜାୟୀ ରଖିବା ପାଇଁ ଯେକୌଣସି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ହେଲେ ସନ୍ଧ୍ୟାରେ ବିରୋଧୀମାନେ ତାଙ୍କୁ ହିଁ ପଦ ଛାଡ଼ିବାକୁ କହିଛନ୍ତି।

ଏହି ପ୍ରସ୍ତାବ ପରେ ପୁଣିଥରେ ଶ୍ରୀଲଙ୍କା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ବିକ୍ରମସିଂଘେ ପଦ ଛାଡ଼ିବେ କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ। ମହିନ୍ଦା ରାଜପକ୍ଷ ଲୋକଙ୍କ ଆକ୍ରୋଶରୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଏହାପରେ ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଏବେ ତାଙ୍କୁ ମଧ୍ୟ ପଦ ଛାଡ଼ିବାକୁ ବାଧ୍ୟ କରାଯାଉଛି।

ଏହି ସବୁ ଘଟଣା ପୂର୍ବରୁ ଆଜି ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନଙ୍କ ଉପରକୁ ଟିୟର ଗ୍ୟାସ ସହ ପାଣି ମାଡ଼ କରାଯାଇଥିଲା। ସେହିପରି ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ମଧ୍ୟ ଲାଗୁ କରାଯାଇଛି।

Related story