ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ!

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ। ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ SJB, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ଯଦି ଶ୍ରୀଲଙ୍କାବାସୀଙ୍କୁ ଗତ କିଛି ଦିନ ଧରି ଦେଖାଦେଇଥିବା ଅର୍ଥନୈତିକ ସଙ୍କଟରୁ ମୁକ୍ତି ନମିଳେ, ତେବେ ରାଷ୍ଟ୍ରପତି ଅନାସ୍ଥା ଭୋଟର ସାମ୍ନା କରିବେ ବୋଲି SJB କହିଛି। ସମସ୍ତ ବିରୋଧୀ ଦଳଙ୍କୁ ଏନେଇ ଏକ ବୈଠକ କରାଯିବ। ଏହାପରେ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ […]

Shrilanka president

Madhupriya Mistry
  • Published: Saturday, 09 April 2022
  • , Updated: 09 April 2022, 01:12 PM IST

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ। ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ SJB, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ଯଦି ଶ୍ରୀଲଙ୍କାବାସୀଙ୍କୁ ଗତ କିଛି ଦିନ ଧରି ଦେଖାଦେଇଥିବା ଅର୍ଥନୈତିକ ସଙ୍କଟରୁ ମୁକ୍ତି ନମିଳେ, ତେବେ ରାଷ୍ଟ୍ରପତି ଅନାସ୍ଥା ଭୋଟର ସାମ୍ନା କରିବେ ବୋଲି SJB କହିଛି।

ସମସ୍ତ ବିରୋଧୀ ଦଳଙ୍କୁ ଏନେଇ ଏକ ବୈଠକ କରାଯିବ। ଏହାପରେ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀଲଙ୍କା ବିରୋଧୀ ଦଳ ନେତା ସଜିଥ୍ ପ୍ରେମଦାସା ସୂଚନା ଦେଇଛନ୍ତି। ଏସ୍‌ଜେବି ଅନାସ୍ଥା ପ୍ରସ୍ତାବ ପାଇଁ ସାଂସଦମାନଙ୍କ ଠାରୁ ଦସ୍ତଖତ ନେବା ଆରମ୍ଭ କରିଦେଇଛି। ରାଜପକ୍ସା ଏହା ପୂର୍ବରୁ ଏକତା ସରକାର ତିଆରି କରିବା ପାଇଁ ପ୍ରସ୍ତାବ ରଖିଥିଲେ, କିନ୍ତୁ ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବାଲବେଗ୍ୟା ଏହାକୁ ଖାରଜ କରିଦେଇଥିଲା।

ରାଷ୍ଟ୍ରପତି ଏବଂ ସମଗ୍ର ରାଜପେକ୍ଷଙ୍କ ପରିବାରର ଇସ୍ତଫା ଦାବିରେ ସାରା ଦେଶରେ ଚାଲିଥିବା ବିରୋଧକୁ ବିରୋଧୀ ଦଳ ସମର୍ଥନ କରୁଛନ୍ତି। ଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟର ସମାଥାନ ପାଇଁ ନୂଆ ନେତା କାର୍ଯ୍ୟଭାର ସମ୍ଭାଳନ୍ତୁ ବୋଲି ସେମାନେ ଦାବି କରୁଛନ୍ତି।

ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଏଠାରେ ଘୋର ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ଏଥି ଯୋଗୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରୁନାହାନ୍ତି। ବିଭିନ୍ନ ସାମଗ୍ରୀର ଦର ଦୁଇ ଗୁଣ, ତିନି ଗୁଣ ବଢିଯାଇଛି। ଦୋକାନରେ ଜିନିଷ ବି ଉପଲବ୍ଧ ହୋଇପାରୁନି।  ଏହାକୁ ନେଇ ଲୋକେ ନାନା ହଇରାଣର ସମ୍ମୁଖୀନ ହେଉଛନ୍ତି।

Related story