ଧରାପଡ଼ିଲା ବିମାନ କ୍ରାଶ କରିବାକୁ ଧମକ ଦେଇଥିବା ପାଇଲଟ୍‌

ୱାଶିଂଟନ୍‌: ଧରାପଡିଲା ବିମାନ କ୍ରାଶ କରିବାକୁ ଧମକ ଦେଇଥିବା ପାଇଲଟ୍‌। ଆମେରିକାର ଉତ୍ତରପଶ୍ଚିମ ମିସିସିପି ଅଞ୍ଚଳର ଟୁପେଲୋ ସହରରେ ବିମାନ ଏଣେତେଣେ ଉଡ଼ାଇ ୱାଲମାର୍ଟ ସପିଂ ମଲ୍‌ରେ କ୍ରାଶ କରିବାକୁ ଧମକ ଦେଇ ପାଇଲଟକୁ ଗିରଫ କରିଛି ଆମେରିକା ପୁଲିସ। ଇନ୍ଧନ ସରିଯିବାରୁ ବିମାନ ଲ୍ୟାଣ୍ଡ କରିବା ପରେ ସମ୍ପୃକ୍ତ ପାଇଲଟ୍‌କୁ ପୁଲିସ କାବୁ କରିଛି। ଉକ୍ତ ପାଇଲଟ୍‌କୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ସୂଚନା ଅନୁସାରେ, ବିମାନଟି ଟୁପେଲୋ ସହରର ଆକାଶରେ ଏକ […]

pilot arrested

Madhupriya Mistry
  • Published: Sunday, 04 September 2022
  • , Updated: 04 September 2022, 08:24 AM IST

ୱାଶିଂଟନ୍‌: ଧରାପଡିଲା ବିମାନ କ୍ରାଶ କରିବାକୁ ଧମକ ଦେଇଥିବା ପାଇଲଟ୍‌। ଆମେରିକାର ଉତ୍ତରପଶ୍ଚିମ ମିସିସିପି ଅଞ୍ଚଳର ଟୁପେଲୋ ସହରରେ ବିମାନ ଏଣେତେଣେ ଉଡ଼ାଇ ୱାଲମାର୍ଟ ସପିଂ ମଲ୍‌ରେ କ୍ରାଶ କରିବାକୁ ଧମକ ଦେଇ ପାଇଲଟକୁ ଗିରଫ କରିଛି ଆମେରିକା ପୁଲିସ। ଇନ୍ଧନ ସରିଯିବାରୁ ବିମାନ ଲ୍ୟାଣ୍ଡ କରିବା ପରେ ସମ୍ପୃକ୍ତ ପାଇଲଟ୍‌କୁ ପୁଲିସ କାବୁ କରିଛି। ଉକ୍ତ ପାଇଲଟ୍‌କୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି।

ସୂଚନା ଅନୁସାରେ, ବିମାନଟି ଟୁପେଲୋ ସହରର ଆକାଶରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ିଥିଲା। ସପିଂ ମଲ୍‌ରେ ବିମାନ କ୍ରାଶ୍‌ କରିବା ନେଇ ପାଇଲଟ ଧମକ ଦେଇଥିଲେ। ଏହାକୁ ନେଇ ଭୟ ବଢ଼ିବା ସହ ଆମେରିକାରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା।

ଏହାପରେ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଥିଲା। ଟୁପେଲୋର କେତେକ ସପିଂ ମଲ୍‌ ଖାଲି କରିବା ସହ ସ୍ଥାନୀୟ ଲୋକଙ୍କୁ ଗୋଟିଏ ସ୍ଥାନରେ ଠୁଳ ହେବାକୁ ମନା କରାଯାଇଥିଲା। ପାଇଲଟ୍ ସହ ସିଧାସଲଖ କଥା ହୋଇଥିଲା ଟୁପେଲୋ ପୁଲିସ।

ଗିରଫ ହେବା ପରେ ବିମାନ ଚାଳକଙ୍କ ପରିଚୟ ଜଣାପଡ଼ିଛି। ଗିରଫ ପାଇଲଟ ଜଣଙ୍କ ଟୁପେଲୋ ଆଞ୍ଚଳିକ ବିମାନବନ୍ଦର ଜଣେ ୨୯ ବର୍ଷିୟ କର୍ମଚାରୀ ବୋଲି ଜଣାପଡିଛି। ଦୁଇଟି ଇଂଜିନ ଥିବା ଏହି ନାଇନ୍ ସିଟର୍ ୧୯୮୭ ବିଚ୍‌ ସି୯୦ଏ ବିମାନକୁ ପାଇଲଟ୍ ଜଣକ ଅପହରଣ କରି ନେଇ ଯାଇଥିଲେ। ତେବେ କେଉଁ କାରଣରୁ ପାଇଲଟ ଜଣକ ଏଭଳି ଧମକ ଦେଇଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ।

https://twitter.com/CityKing_Gank_/status/1566027897357352962?s=20&t=CFO7S98leCPC2jo-ZseJ3Q

Related story