ବଡ ଧରଣର ଭୂମିକମ୍ପ, ଧରାଶାୟୀ ବଡ ବଡ କୋଠା

ନୂଆଦିଲ୍ଲୀ: ତାଇୱାନରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି।  ଏମିତି ହୋଇଥିଲା ଯେ, ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଥିଲା । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ କୌଣସି ସରକାରୀ ରିପୋର୍ଟ ଆସିନି।  ରିକ୍ଟର ସ୍କେଲରେ ଭୂମିକମ୍ପର […]

taiwan

  • Published: Sunday, 18 September 2022
  • , Updated: 18 September 2022, 06:24 PM IST

ନୂଆଦିଲ୍ଲୀ: ତାଇୱାନରେ ବଡ ଧରଣର ଭୂମିକମ୍ପ । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି।  ଏମିତି ହୋଇଥିଲା ଯେ, ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଥିଲା । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ କୌଣସି ସରକାରୀ ରିପୋର୍ଟ ଆସିନି।  ରିକ୍ଟର ସ୍କେଲରେ ଭୂମିକମ୍ପର ତୀବତ୍ରା ପାଖାପାଖି ୭ ଥିଲା । ଆମେରିକା ଜିଓ ଲୋଜିକାଲ ସର୍ଭେ ବା USGS ରିପୋର୍ଟ ଅନୁଯାୟୀ, ଭୂମିକମ୍ପର ତୀବତ୍ର ଥିଲା ୬.୯ ।  ତାଇତୁଙ୍ଗରୁ ୭.୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି  । କିଛି ସମୟ ପାଇଁ ଥରି ଉଠିଥିଲା ପୂର୍ବ ଦକ୍ଷିଣ ତାଇୱାନ ଅଞ୍ଚଳ  । ରାଜଧାନୀ ତାଇପେଇ ଅଞ୍ଚଳରେ ବି ଭୂମିକମ୍ପର ପ୍ରଭାବ ଅନୁଭୁତ ହୋଇଛି  ।  ଏହା ପୂର୍ବରୁ ତାଇୱାନରେ ଗତ ୧୯୯୯ ମସିହାରେ ବଡ ଧରଣର ଭୂମିକମ୍ପ ହୋଇଥିଲା  । ରିକ୍ଟର ସ୍କେଲରେ ସେତେବେଳେ ଭୂମିକମ୍ପର ତୀବ୍ରତା ୭.୬ ଥିଲା । ଏଥିରେ ୨୪୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା

Related story