ସରକାର ଗଠନ କରିବାକୁ ତାଲିବାନ ତତ୍ପର, ପୂର୍ବତନ ରାଷ୍ଟ୍ରପତିଙ୍କ ସହ ରୁଦ୍ଧଦ୍ୱାର ବୈଠକ

କାବୁଲ: ଆଫଗାନରେ ସରକାର ଗଠନ କରିବାକୁ ତତ୍ପର ହୋଇ ଉଠିଛି ତାଲିବାନ। ଏଥିପାଇଁ ଆଜି ଜଣେ ତାଲିବାନ କମାଣ୍ଡର ତଥା ହକ୍କାନୀ ଆତଙ୍କବାଦୀ ସଂଗଠନର ବରିଷ୍ଠ ସଦସ୍ୟ ଆନ୍ସ ହକ୍କାନୀ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କ ସହ ରୁଦ୍ଧଦ୍ୱାର ବୈଠ କରିଛି। ସରକାର ଗଠନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ଓ କେମିତି ସବୁ କିଛିର ବ୍ୟବସ୍ଥା ହେବ, ସେ ବିଷୟରେ ହକ୍କାନୀ ପୂର୍ବତନ ରାଷ୍ଟ୍ରପତି କାରଜାଇଙ୍କ ସହ କଥାବାର୍ତ୍ତା କରିଛି। ହକ୍କାନୀ, କାରଜାଇ ଓ […]

Taliban1

Hemant Lenka
  • Published: Wednesday, 18 August 2021
  • , Updated: 18 August 2021, 04:25 PM IST

କାବୁଲ: ଆଫଗାନରେ ସରକାର ଗଠନ କରିବାକୁ ତତ୍ପର ହୋଇ ଉଠିଛି ତାଲିବାନ। ଏଥିପାଇଁ ଆଜି ଜଣେ ତାଲିବାନ କମାଣ୍ଡର ତଥା ହକ୍କାନୀ ଆତଙ୍କବାଦୀ ସଂଗଠନର ବରିଷ୍ଠ ସଦସ୍ୟ ଆନ୍ସ ହକ୍କାନୀ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କ ସହ ରୁଦ୍ଧଦ୍ୱାର ବୈଠ କରିଛି।

ସରକାର ଗଠନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ ଓ କେମିତି ସବୁ କିଛିର ବ୍ୟବସ୍ଥା ହେବ, ସେ ବିଷୟରେ ହକ୍କାନୀ ପୂର୍ବତନ ରାଷ୍ଟ୍ରପତି କାରଜାଇଙ୍କ ସହ କଥାବାର୍ତ୍ତା କରିଛି। ହକ୍କାନୀ, କାରଜାଇ ଓ ତାଲିବାନର କିଛି ସଦସ୍ୟ ଆଲୋଚନା କରୁଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

କାରଜାଇଙ୍କ ସରକାର ସମୟରେ ମୁଖ୍ୟ ଶାନ୍ତିଦୂତ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ଏହି ବୈଠକରେ ଯୋଗଦେଇଥିଲା। ବୈଠକ ସମ୍ପର୍କରେ ତାଲିବାନ ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇ ନାହିଁ। କେବଳ ବୈଠକ ଅନୁଷ୍ଠିତ ହୋଇଥିବା କୁହାଯାଇଛି।

ତାଲିବାନ ସଂଗଠନର ମୁଖ୍ୟ ସହଯୋଗୀ ହେଉଛି ହକ୍କାନୀ ନେଟୱର୍କ। ରବିବାର ହକ୍କାନୀ ନେଟୱର୍କ ହିଁ କାବୁଲ ଦଖଲ କରିଥିଲା। ଏହି ନେଟୱର୍କ ମୁଖ୍ୟ ଆଡ୍ଡା ପାକିସ୍ତାନ ସୀମାନ୍ତରେ ରହିଛି। ଅନେକ ସମୟରେ ସଂଗଠନ ପକ୍ଷରୁ ଆଫଗାନରେ ହମଲା କରାଯାଉଥିଲା।

ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ତାଲିବାନର ଦ୍ୱିତୀୟ ସର୍ବୋଚ୍ଚ ନେତା ଅବଦୁଲ ଘନି ବରାଦାର ଆଫଗାନିସ୍ତାନ ଫେରିଛନ୍ତି। ସେ ହିଁ ତାଲିବାନ ସରକାରରେ ରାଷ୍ଟ୍ରପତି ହେବେ ବୋଲି କୁହାଯାଉଛି। ୨୦ ବର୍ଷ ତଳେ ଆମେରିକା ସେନା ଭୟରେ ସେ ଆଫଗାନିସ୍ତାନ ଛାଡ଼ିଥିଲେ।

କିନ୍ତୁ ଏବେ ତାଲିବାନ ଆଫଗାନ ଦଖଲ କରିବା ପରେ ସେ କାନ୍ଦାହାରରେ ପହଞ୍ଚିଛନ୍ତି। ତାଲିବାନ ମୁଖ୍ୟ ମହମ୍ମଦ ଓମାର ଡେପୁଟି ଭାବେ ବରାଦାର କାମ କରୁଥିଲେ। ୨୦୧୩ରେ ଓମାରର ମୃତ୍ୟୁ ଘଟିଛି। ଏବେ ତାଲିବାନ ନେତା ଭାବେ ହାଇବତୁଲ୍ଲା ଅଖୁଣ୍ଡଜାଦା କାମ କରୁଥିଲେ ହେଁ ସଂଗଠନର ଚେହେରା ହେଉଛନ୍ତି ବରାଦାର।

Related story