କରୋନା କରିଥିଲା ଦୂର, ଏବେ ୭୦ ବର୍ଷୀୟ କଇଁଛକୁ ଦେଖା କରିବାକୁ ପହଞ୍ଚିବ ୨୧ ବର୍ଷୀୟ ଗର୍ଲଫ୍ରେଣ୍ଡ

କାନବେରା: କରୋନା ଭାଇରସ ଅନେକ ପ୍ରେମୀଙ୍କୁ ପରସ୍ପରଠାରୁ ଅଲଗା କରି ରଖିଛି। କେବଳ ମଣିଷ ନୁହନ୍ତି, କଥା କହିପାରୁ ନଥିବା ପଶୁମାନେ ମଧ୍ୟ କରୋନା ଯୋଗୁ ସେମାନଙ୍କ ପ୍ରେମୀଙ୍କ ଠାରୁ ଅଲଗା ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏମାନଙ୍କ ମଧ୍ୟରେ ପ୍ରସିଦ୍ଧ ଗାଲାପାଗୋସର କଇଁଛ ହୁଗୋ ମଧ୍ୟ କରୋନା ଯୋଗୁ ବେଶ ପ୍ରଭାବିତ ହୋଇଛି। କରୋନା ଯୋଗୁ ୭୦ ବର୍ଷୀୟ ହୁଗୋ ଠାରୁ ତା’ ଗର୍ଲଫ୍ରେଣ୍ଡ ଏଷ୍ଟ୍ରେଲା ଅଲଗା ହୋଇ ରହିଥିଲା। ଏବେ ସେମାନଙ୍କର ଭେଟିବାର ବାଟ […]

Hugo

Hugo

Hemant Lenka
  • Published: Friday, 28 May 2021
  • Updated: 28 May 2021, 06:23 PM IST

Sports

Latest News

କାନବେରା: କରୋନା ଭାଇରସ ଅନେକ ପ୍ରେମୀଙ୍କୁ ପରସ୍ପରଠାରୁ ଅଲଗା କରି ରଖିଛି। କେବଳ ମଣିଷ ନୁହନ୍ତି, କଥା କହିପାରୁ ନଥିବା ପଶୁମାନେ ମଧ୍ୟ କରୋନା ଯୋଗୁ ସେମାନଙ୍କ ପ୍ରେମୀଙ୍କ ଠାରୁ ଅଲଗା ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏମାନଙ୍କ ମଧ୍ୟରେ ପ୍ରସିଦ୍ଧ ଗାଲାପାଗୋସର କଇଁଛ ହୁଗୋ ମଧ୍ୟ କରୋନା ଯୋଗୁ ବେଶ ପ୍ରଭାବିତ ହୋଇଛି।

କରୋନା ଯୋଗୁ ୭୦ ବର୍ଷୀୟ ହୁଗୋ ଠାରୁ ତା’ ଗର୍ଲଫ୍ରେଣ୍ଡ ଏଷ୍ଟ୍ରେଲା ଅଲଗା ହୋଇ ରହିଥିଲା। ଏବେ ସେମାନଙ୍କର ଭେଟିବାର ବାଟ ଫିଟିଛି। ଗୋଟିଏ ଟିମ ୨୧ ବର୍ଷୀୟ ଏଷ୍ଟ୍ରେଲାକୁ ସାଙ୍ଗରେ ଧରି ଜର୍ମାନୀରୁ ଅଷ୍ଟ୍ରେଲିଆର ରେପ୍ଟାଇଲ୍ ପାର୍କକୁ ଆସୁଛନ୍ତି। ଏଠାରେ କଇଁଛ ହୁଗୋ ତା’ର ଗର୍ଲଫ୍ରେଣ୍ଡକୁ ଶେଷରେ ଭେଟିବ।

ନ୍ୟୁ ସାଉଥ ୱେଲ୍ସ ସେଣ୍ଟ୍ରାଲ କୋଷ୍ଟର ସୋମସର୍ବିରେ ଥିବା ଏକ ପାର୍କରେ ତିନି ମାସର କ୍ୱାରେଣ୍ଟିନ ଅବଧି ସରିବା ପରେ ଏଷ୍ଟ୍ରେଲା ୭୦ ବର୍ଷୀୟ ହୁଗୋକୁ ଭେଟିବ। ୨୦୧୯ରେ ଉଭୟ ପରସ୍ପରକୁ ଭେଟିବାର ଥିଲା। ହେଲେ କରୋନା ଯୋଗୁ ଏମାନେ ଏକାଠି ହୋଇପାରି ନଥିଲେ।

ପ୍ରାୟ ୪୦ ବର୍ଷ ପରେ ଅଷ୍ଟ୍ରେଲିଆ ଆସିଥିବା ଏଷ୍ଟ୍ରେଲା ହେଉଛି ପ୍ରଥମ ଗାଲାପାଗୋସ୍ କଇଁଛ। ହୁଗୋ ଦୀର୍ଘ ବର୍ଷ ଧରି ଏକାକୀ ଜୀବନ ବିତାଉ ଥିବା ବେଳେ ପାର୍କର ଅଧିକାରୀମାନେ ତା’ ପାଇଁ ସାଥୀ ଖୋଜୁଥିଲେ। ଯଦି ହୁଗୋ ତା’ର ଗର୍ଲଫ୍ରେଣ୍ଡ ଏଷ୍ଟ୍ରେଲାକୁ ଠିକ୍‌ ଭାବେ ଭେଟିବ ଓ ତା’ ସହ ସମ୍ପର୍କ ବଢ଼ାଇବା, ତା’ହେଲେ ଏହି ବିରଳ ପ୍ରଜାତିର କଇଁଛଙ୍କ ବଂଶବୃଦ୍ଧି ପାଇବ ବୋଲି ସମସ୍ତେ ଆଶା ରଖିଛନ୍ତି।

ହୁଗୋ ୧୯୬୩ ମସିହାରୁ ଏହି ପାର୍କରେ ରହୁଛି। ୨୦୧୯ରେ ଗାଲାପାଗୋସର ଫର୍ନାଣ୍ଡିନା ଦ୍ୱୀପରେ ମାଈ କଇଁଛ ଏଷ୍ଟ୍ରେଲାଙ୍କ ସନ୍ଧାନ କରାଯାଇଥିଲା। ଗୋଟିଏ କାର୍ଯ୍ୟକ୍ରମ ସମୟରେ ଏଷ୍ଟ୍ରେଲାଙ୍କ ସମ୍ପର୍କରେ ତଥ୍ୟ ମିଳିବାରୁ ସମସ୍ତେ ଖୁସି ହୋଇଯାଇଥିଲେ। ୟେଲ ୟୁନିଭର୍ସିଟିର ଗବେଷକମାନେ ଏହାକୁ Chelonoidis phantasticus ନାମକ ଏକ ପ୍ରଜାତି ଭାବେ ଚିହ୍ନଟ କରିଥିଲେ।

ପ୍ରାୟ ୧୦୦ ବର୍ଷ ପୂର୍ବେ ଏହି ପ୍ରଜାତି ବିଲୁପ୍ତ ହୋଇଯାଇଥିବା ଜଣାପଡ଼ିଥିଲା। ଏମାନଙ୍କ ବଂଶ ବୃଦ୍ଧି କରିବା ପାଇଁ ଜର୍ମାନୀରୁ ଏଷ୍ଟ୍ରେଲାକୁ ଅଣାଯାଉଛି। ହୁଗୋର ଓଜନ ପ୍ରାୟ ୧୮୧ କେଜି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos