ପାକିସ୍ତାନରେ ୨ ହିନ୍ଦୁ ଭଉଣୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଇସଲାମାବାଦ: ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଥିବା ଅଭିଯୋଗ ହୋଇଛି। ସମ୍ପର୍କରେ ଦୁହେଁ ଭଉଣୀ ହେବେ। ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଭଉଣୀଙ୍କୁ ଜଣକର ବୟସ ୧୬ ହୋଇଥିବା ବେଳେ ଅନ୍ୟ ଜଣକର ୧୭ ହେବ। ଲାହୋରଠାରୁ ୩୦୦ କିମି ଦୂର ଭୱାଲ ନଗର ଫୋର୍ଟ ଆବାସରେ ଏହି  ଅଭାବନୀୟ ଘଟଣା ଘଟିଛି। ଜୁନ୍‌ ୫ ତାରିଖରେ ଏହି […]

Rape

Rape

Tapas Behera
  • Published: Friday, 17 June 2022
  • Updated: 17 June 2022, 11:12 AM IST

Sports

Latest News

ଇସଲାମାବାଦ: ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଥିବା ଅଭିଯୋଗ ହୋଇଛି। ସମ୍ପର୍କରେ ଦୁହେଁ ଭଉଣୀ ହେବେ। ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଇ ଭଉଣୀଙ୍କୁ ଜଣକର ବୟସ ୧୬ ହୋଇଥିବା ବେଳେ ଅନ୍ୟ ଜଣକର ୧୭ ହେବ। ଲାହୋରଠାରୁ ୩୦୦ କିମି ଦୂର ଭୱାଲ ନଗର ଫୋର୍ଟ ଆବାସରେ ଏହି  ଅଭାବନୀୟ ଘଟଣା ଘଟିଛି। ଜୁନ୍‌ ୫ ତାରିଖରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଦୁଇଭଉଣୀ ପରିସ୍ରା କରିବାକୁ ଘରୁ ବାହାରକୁ ଯାଇଥିବା ବେଳେ ସମ୍ପୃକ୍ତ ୨ ଜଣ ବ୍ୟକ୍ତି ଆସି ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ଦୁଷ୍କର୍ମ କରିଥିଲେ।  ଅଭିଯୁକ୍ତ ୨ ଜଣ ହେଲେ  ଉମେର ଆଶଫାକ୍‌ ଏବଂ କଶିଫ ଅଲ୍ଲି। ଦୁଷ୍କର୍ମ ପରେ ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଥିଲେ।  କିନ୍ତୁ ପୁଲିସ ପରେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ କୋର୍ଟରୁ ଆଗୁଆ ଜାମିନ ପାଛନ୍ତି।

ଅନ୍ୟପଟେ ୨ ଭଉଣୀଙ୍କ ଡାକ୍ତରୀ ପାରୀକ୍ଷା କରାଯାଇଥିଲା ଏବଂ ମେଡିକାଲ ରିପୋର୍ଟରୁ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି।  କିନ୍ତୁ ଅଭିଯୁକ୍ତ ଦ୍ୱୟଙ୍କ ପଛରେ ପ୍ରଭାବଶାଳି ବ୍ୟକ୍ତି ଥିବାରୁ ମାମଲାକୁ ରଫାଦଫା କରିବାକୁ ଚାହୁଁଥିଲେ। ଫଳରେ ପୁଲିସ ମାମଲା ରୁଜୁ କରିନଥିଲା । ହେଲେ ପରିବାର ଲୋକେ ରାଜି ନହେବାରୁ ଘଟଣାର ୩ ଦିନ ପରେ ପୁଳିସ ମାମଲା ରୁଜୁ କରିଛି । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos