ପ୍ରଧାନମନ୍ତ୍ରୀ ହେବା ପରେ କ’ଣ ସବୁ ପ୍ରତିଶ୍ରୁତି ଦେଲେ ଋଷି ସୁନକ?

ଲଣ୍ଡନ: ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଭାବେ ୪୨ ବର୍ଷୀୟ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ସେ ବ୍ରିଟେନର ସର୍ବକନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ବ୍ରିଟେନ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି। ଏହାକୁ ସୁଧାରିବା ପାଇଁ ସୁନକ ପ୍ରୟାସ କରିବେ। ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ସୁନକ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ଅର୍ଥନୀତିକୁ […]

Sunak

  • Published: Tuesday, 25 October 2022
  • , Updated: 25 October 2022, 05:25 PM IST

ଲଣ୍ଡନ: ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଭାବେ ୪୨ ବର୍ଷୀୟ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ସେ ବ୍ରିଟେନର ସର୍ବକନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ବ୍ରିଟେନ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି।

ଏହାକୁ ସୁଧାରିବା ପାଇଁ ସୁନକ ପ୍ରୟାସ କରିବେ। ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ସୁନକ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସେ କରିଥିବା ଯୋଜନା ସମ୍ପର୍କରେ ବି ସମ୍ୟକ ସୂଚନା ଦେଇଛନ୍ତି। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ଆମ ଦେଶ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି। ୟୁକ୍ରେନରେ ପୁଟିନ(ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ) କରୁଥିବା ଯୁଦ୍ଧ ପୂରା ବିଶ୍ୱ ମାର୍କେଟକୁ ଦୋହଲାଇ ଦେଇଛି। ଲିଜ ଟ୍ରସ(ପୂର୍ବତନ ପ୍ରଧାନମନ୍ତ୍ରୀ) ଅର୍ଥନୀତି ପାଇଁ ଭୁଲ କାମ କରୁ ନଥିଲେ। ଅର୍ଥନୀତିକୁ ସଜାଡ଼ିବାକୁ ସେ ଚେଷ୍ଟା କରିଥିଲେ।

ମୁଁ ତାଙ୍କ କାମକୁ ପ୍ରଶଂସା କରୁଛି। କିନ୍ତୁ କିଛି ତ୍ରୁଟି ରହିଥିଲା। ସେ ମନ୍ଦ ଉଦ୍ଦେଶ୍ୟରେ ଏମିତି କରି ନଥିଲେ। ଏହା କେବଳ ଏକ ତ୍ରୁଟି ଥିଲା। ମୋତେ ସେହି ସବୁ ତ୍ରୁଟିକୁ ସୁଧାରିବାକୁ ନିଯୁକ୍ତ କରାଯାଇଛି। ମୁଁ ଆମ ଦେଶକୁ କଥାରେ ନୁହେଁ, କାମରେ ଏକାଠି କରିବି।

ମୁଁ ଦୈନନ୍ଦିକ କାମ କରି ସବୁ ପ୍ରତିଶ୍ରୁତିକୁ ପୂରଣ କରିବ। ବିଶ୍ୱାସ ହାସଲ ହୋଇଛି। ମୁଁ ମଧ୍ୟ ଏହାକୁ ସବୁବେଳେ ବଜାୟୀ ରଖିବି। ଏହି ସମର୍ଥନ ସମସ୍ତଙ୍କର ଓ ସମସ୍ତଙ୍କୁ ଏକାଠି ରଖିବାକୁ ମିଳିଛି। ଆମ ଘୋଷଣାପତ୍ର ଆମ ହୃଦୟରେ ରହିଛି।

ତୁରନ୍ତ ଦେଶ ଭୋଗୁଥିବା ଅର୍ଥନୀତିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ଆଗକୁ ଆସିବ। ଆମେ କେବେ ହେଲେ ଆମର ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଋଣବୋଝ ରଖି ପାରିବୁ ନାହିଁ। ଆମେ ଯାହା ଋଣ କରିଛୁ, ତା’କୁ କାହିଁକି ଆମ ପରବର୍ତ୍ତୀ ପିଢ଼ି ଭରଣ କରିବେ?

ଶକ୍ତିଶାଳୀ ନ୍ୟାଶନାଲ ହେଲ୍ଥ କେୟାର ବ୍ୟବସ୍ଥା, ସ୍କୁଲ, ସୁରକ୍ଷିତ ରାସ୍ତା, ସେନା ବାହିନୀକୁ ସମର୍ଥନ ଓ ନିଯୁକ୍ତି ସୃଷ୍ଟି ଉପରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବୁ। ଅଖଣ୍ଡତା, ପ୍ରଫେସନାଲିଜିମ ଓ ଉତ୍ତରଦାୟିତ୍ୱ ସବୁ ସ୍ତରେ ରହିବ। ମୁଁ ଆମ ଦେଶକୁ ଏହି ସବୁ କାମରେ ଏକାଠି କରିବି।”

ବୋରିସ ଜନସନ ପ୍ରଧାନମନ୍ତ୍ରୀ ଥିବା ବେଳେ ସୁନକ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଦେଶର ବ୍ୟବସାୟ ଓ ଲୋକଙ୍କ ସୁରକ୍ଷା ପାଇଁ ସେ ସବୁ କିଛି କରିଥିଲେ ବୋଲି କହିଛନ୍ତି। ଅନେକ ପ୍ରକାରର ଯୋଜନା ସେତେବେଳେ ପ୍ରଣୟନ କରାଯାଇଥିଲା। ଏବେ ମଧ୍ୟ ଲୋକଙ୍କୁ ସମସ୍ୟା ମଧ୍ୟରୁ ମୁକୁଳାଇବା ପାଇଁ ଅନେକ ଯୋଜନା ଲାଗୁ ହେବ ବୋଲି ଋଷି ସୁନକ କହିଛନ୍ତି।

Related story