ଭାରତ ପାଖରୁ ୧୫ ଲକ୍ଷ କୋଟି ଋଣ ନେଇଛି ଆମେରିକା

ଓ୍ୱାଶିଂଟନ: କରୋନା ପାଇଁ ବିଶ୍ୱ ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଆଉ ଏଥିରୁ ବାଦ୍ ପଡ଼ିନି ଆମେରିକା। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ଅର୍ଥନୀତି ଭାରତଠାରୁ ପ୍ରାୟ ୭ ଗୁଣା ଅଧିକ। ଏହାର ମୂଲ୍ୟ ୨୧ ଟ୍ରିଲିୟନ ଡଲାର। ଏବେର ଏକ ରିପୋର୍ଟ ଅନୁଯାୟୀ କିନ୍ତୁ ଆମେରିକା ୨୯ ଟ୍ରିଲିୟନ ଡଲାର ଋଣରେ ପହଞ୍ଚିଛି। ଯାହାକି ଭାରତର ଅର୍ଥନୀତିଠାରୁ ପ୍ରାୟ ୧୦ ଗୁଣା ଅଧିକ। ଏମିତିକି ଆମେରିକା ମଧ୍ୟ ଭାରତରୁ ୨୧୬ ବିଲିୟନ ଡ଼ଲାର […]

Biden

Subhransu Sekhar
  • Published: Saturday, 27 February 2021
  • , Updated: 27 February 2021, 08:54 PM IST

ଓ୍ୱାଶିଂଟନ: କରୋନା ପାଇଁ ବିଶ୍ୱ ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଆଉ ଏଥିରୁ ବାଦ୍ ପଡ଼ିନି ଆମେରିକା। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ଅର୍ଥନୀତି ଭାରତଠାରୁ ପ୍ରାୟ ୭ ଗୁଣା ଅଧିକ। ଏହାର ମୂଲ୍ୟ ୨୧ ଟ୍ରିଲିୟନ ଡଲାର। ଏବେର ଏକ ରିପୋର୍ଟ ଅନୁଯାୟୀ କିନ୍ତୁ ଆମେରିକା ୨୯ ଟ୍ରିଲିୟନ ଡଲାର ଋଣରେ ପହଞ୍ଚିଛି। ଯାହାକି ଭାରତର ଅର୍ଥନୀତିଠାରୁ ପ୍ରାୟ ୧୦ ଗୁଣା ଅଧିକ। ଏମିତିକି ଆମେରିକା ମଧ୍ୟ ଭାରତରୁ ୨୧୬ ବିଲିୟନ ଡ଼ଲାର ବା ୧୫ ଲକ୍ଷ କୋଟି ପାଖାପାଖି ଋଣ ନେଇଛି। ୨୦୨୦ ରେ ଆମେରିକାର ଜାତୀୟ ଋଣ ହାର ୨୩.୪ ଟ୍ରିଲିୟନ ଡଲାର ଥିଲା। ଏହି ଅନୁଯାୟୀ, ପ୍ରତ୍ୟେକ ଆମେରିକୀୟଙ୍କ ଋଣ ହାର ମୁଣ୍ଡ ପିଛା ୭୨୩୦୯ ଡଲାର ବା ୫୨ ଲକ୍ଷରୁ ଅଧିକ ଋଣ ଥିଲା।

ଏବେ ସମାନ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ବର୍ତ୍ତମାନ ପ୍ରତ୍ୟେକ ଆମେରିକୀୟଙ୍କର ଋଣ ମୁଣ୍ଡ ପିଛା ୮୪,୦୦୦ ଡଲାର ବା ୬୦ ଲକ୍ଷରୁ ଅଧିକ ରହିଛି। ଆମେରିକା ସଂସଦର ସଦସ୍ୟ ଆଲେକ୍ସ ମୋନି କହିଛନ୍ତି ଯେ ଆମେରିକା ଚାଇନା ଏବଂ ଜାପାନରୁ ସର୍ବାଧିକ ଋଣ ନେଇଛି। ହେଲେ ଏହି ଦୁଇ ଦେଶ ସହ ଆମେରିକାର ସମ୍ପର୍କ ମଧ୍ୟ ଭଲ ନାହିଁ।

ଆମେରିକା ଚାଇନାକୁ ସବୁବେଳେ ପ୍ରତିଦ୍ୱନ୍ଦୀ ଭାବରେ ବିଚାର କରୁଛି। ଆମେରିକା ଉଭୟ ଚାଇନା ଏବଂ ଜାପାନରୁ କିନ୍ତୁ ୧-୧ ଟ୍ରିଲିୟନ ଡଲାର ଋଣ ନେଇଛି। ବଢ଼ୁଥିବା ଋଣ ଭାରକୁ ବିଚାରକୁ ନେଇ ୧.୯ ଟ୍ରିଲିୟନ ଡଲାରର ଏକ ନୂଆ ରିଲିଫ ପ୍ୟାକେଜକୁ ମୋନି ବିରୋଧ କରିଛନ୍ତି।

ବ୍ରାଜିଲ ମଧ୍ୟ ଆମେରିକା ପାଖରୁ ୨୫୮ ବିଲିୟନ ଡ଼ଲାର ଋଣ ନେଇଛି। ୨୦୦୦ ମସିହାରେ ଆମେରିକାର ୬ ଟ୍ରିଲିୟନ ଡଲାର ଋଣ ଥିଲା। ଏବେ ଏହା ବଢ଼ି ଦ୍ୱିଗୁଣିତ ହୋଇସାରିଲାଣି। ମୋନି କହିଛନ୍ତି ଯେ ଓବାମା ଆଠ ବର୍ଷ ଧରି ଦେଶର ରାଷ୍ଟ୍ରପତି ଥିଲେ ଏବଂ ତାଙ୍କ ଶାସନ କାଳରେ ଋଣ ଭାର ଅଧିକ ବୃଦ୍ଧି ପାଇଥିଲା।

ସୂଚନାଯୋଗ୍ୟ, ଭାରତ ମଧ୍ୟ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜାରରୁ ୧୨ ଲକ୍ଷ କୋଟି ଋଣ ନେବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସରକାରଙ୍କ ଉପରେ ମୋଟ ଋଣ ୧୪୭ ଲକ୍ଷ କୋଟି ରହିଛି। ନୂଆ ଆର୍ଥିକ ବର୍ଷରେ ଋଣ ନେବା ନେଇ ଘୋଷଣା ହେବା ପରେ ଏହି ସଂଖ୍ୟା ୧୫୯ଲକ୍ଷ କୋଟିରେ ପରିଣତ ହୋଇଛି।

Related story