'ଡରି ଯାଇଛନ୍ତି ଜିନ୍‌ପିଙ୍ଗ, ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି'

ୱାଶିଂଟନ୍‌: ‘ଡରି ଯାଇଛନ୍ତି ଜିନ୍‌ପିଙ୍ଗ। ଏଥିପାଇଁ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି।’ ଏଭଳି କିଛି କହି ଆମେରିକାର ହାଉସ ସ୍ପିକର୍‌ ନାନ୍ସି ପେଲୋସି ଚୀନ୍‌ ଦେଇଥିବା ଧମକର କଡା ଜବାବ ଦେଇଛନ୍ତି। ସି ଜିନପିଙ୍ଗ ନିଜକୁ ଅସୁରକ୍ଷିତ ମନେ କରି ଏପରି ଧମକ ଦେଉଛନ୍ତି। ଏଥିପାଇଁ ସେ ନିଜେ ଡରିଯାଇଥିବା ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏଥିରେ ଆମେ ଡରିଯିବୁ ଏବଂ ଗସ୍ତ ପରିବର୍ତ୍ତନ କରିଦେବୁ ବୋଲି ନାନ୍ସି ନିକଟରେ […]

nancy-pelosi and xi-zinping

Madhupriya Mistry
  • Published: Wednesday, 10 August 2022
  • , Updated: 10 August 2022, 09:30 AM IST

ୱାଶିଂଟନ୍‌: 'ଡରି ଯାଇଛନ୍ତି ଜିନ୍‌ପିଙ୍ଗ। ଏଥିପାଇଁ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି।' ଏଭଳି କିଛି କହି ଆମେରିକାର ହାଉସ ସ୍ପିକର୍‌ ନାନ୍ସି ପେଲୋସି ଚୀନ୍‌ ଦେଇଥିବା ଧମକର କଡା ଜବାବ ଦେଇଛନ୍ତି। ସି ଜିନପିଙ୍ଗ ନିଜକୁ ଅସୁରକ୍ଷିତ ମନେ କରି ଏପରି ଧମକ ଦେଉଛନ୍ତି। ଏଥିପାଇଁ ସେ ନିଜେ ଡରିଯାଇଥିବା ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏଥିରେ ଆମେ ଡରିଯିବୁ ଏବଂ ଗସ୍ତ ପରିବର୍ତ୍ତନ କରିଦେବୁ ବୋଲି ନାନ୍ସି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

ନାନ୍ସି ଅହୁରି ଚୀନ୍‌କୁ ଟାର୍ଗେଟ୍‌ କରି କଡା ସ୍ୱରରେ କହିଛନ୍ତି, ଆମେରିକା କଂଗ୍ରେସର ଲୋକେ ଚୀନ ହିସାବରେ ଚାଲିବେ ନାହିଁ । ଚୀନ ତାଇୱାନକୁ ଅକ୍ତିଆର କରିବାକୁ ଚାହୁଁଛି, କିନ୍ତୁ ଆମେ ଏହାକୁ ସ୍ୱୀକାର କରିପାରିବୁ ନାହିଁ’। ଚୀନର ଅର୍ଥବ୍ୟବସ୍ଥାକୁ ଇଙ୍ଗିତ କରି ସେ କହିଛନ୍ତି, 'ମୁଁ ଭାବୁଛି ଚୀନ ଜଟିଳ ପରିସ୍ଥିତି ଦେଇ ଗତି କରୁଛି।'

ଚୀନର ବାରମ୍ୱାର ଚେତାବନୀ ପରେ ବି ଗତ ସପ୍ତାହରେ ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିଲେ। ଚୀନ୍‌ ପୂର୍ବରୁ ଧମକ ଦେଉଥିବା ବେଳେ ନାନ୍ସିଙ୍କ ଗସ୍ତ ପରେ ସେ ତାଇାୱାନ ସୀମାରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଥିଲା। ଚୀନ୍‌ ତାଇୱାନ ରାଜଧାନୀ ଉପର ଦେଇ ଅନେକ ମିସାଇଲ ମାଡ କରିଥିଲା। ଚୀନର କିଛି ମିସାଇଲ ତା'ର ଜଳ ସୀମାରେ ମଧ୍ୟ ପଡିଥିବା ଜାପାନ ଦାବି କରିଥିଲା।

ସେପଟେ ତାଇୱାନ୍‌ ମଧ୍ୟ ଚୀନ୍‌କୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତି ଆରମ୍ମ କରିଦେଇଛି। ରିପୋର୍ଟ ମୁତାବକ, ତାଇୱାନ୍‌ ମଧ୍ୟ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି। ତାଇୱାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚୀନ୍ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ସେ ଭାରତ-ପ୍ରଶାନ୍ତ ମହାସାଗରରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି।

Related story