ପୁଣି ଆମେରିକାରେ ଫୁଟିଲା ଗୁଳି, ଜଣେ ମୃତ, ୬ ଆହତ

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି। ଶନିବାର ଓ୍ୱାଶିଂଟନର ରେଣ୍ଟନ୍ ସହରରେ ଗୁଳିକାଣ୍ଡ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ଶନିବାର ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟିଥିଲା। ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କିଏ  ଓ କାହିଁକି ଗୁଳିମାଡ କରିଥିଲା ତାହା ସ୍ପଷ୍ଟ ହୋଇପାରି […]

shooting

Madhupriya Mistry
  • Published: Sunday, 24 July 2022
  • , Updated: 24 July 2022, 12:36 PM IST

ୱାଶିଂଟନ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି। ଶନିବାର ଓ୍ୱାଶିଂଟନର ରେଣ୍ଟନ୍ ସହରରେ ଗୁଳିକାଣ୍ଡ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

ରିପୋର୍ଟ ଅନୁସାରେ, ଶନିବାର ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟିଥିଲା। ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କିଏ  ଓ କାହିଁକି ଗୁଳିମାଡ କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି।

ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଆମେରିକାରେ ୩୦୨ଟି ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହାକୁ ନଜରରେ ରଖି ନିକଟରେ ରାଷ୍ଟ୍ରପତି ଜୋ ବାଇଡେନ୍ ସରକାର ଅସ୍ତଶସ୍ତ୍ର କିଣିବା ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନେଇ ଚିନ୍ତା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମେ' ୨୪ରେ ଟେକ୍ସାସରେ ଥିବା ଏକ ସ୍କୁଲରେ ଗୁଳିମାଡ ହୋଇଥିଲା। ଏଥିରେ ୧୯ ଶିଶୁଙ୍କ ସମେତ ଅନେକ ପ୍ରାଣ ହରାଇଥିଲେ। ସେହିପରି ଜୁନ ୧ରେ ଓକ୍ଲାହୋମାର ତୁଲସା ସହରରେ ଥିବା ଏକ ହସ୍ପିଟାଲ ପରିସରରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା। ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

Related story