Advertisment

କୋଭିଡ-୧୯ର ତଦନ୍ତ ପାଇଁ ବେଜିଂକୁ ସହଯୋଗ କରିବାକୁ କହିଲେ ଟେଡ୍ରୋସ, କିନ୍ତୁ ଏବେ କାହିଁକି?

ଲଣ୍ଡନ: ଇଂଲଣ୍ଡରେ ଆୟୋଜିତ ଜି୭ ବୈଠକ ବଢ଼ାଇଲା ଡ୍ରାଗନର ହୃଦସ୍ପନ୍ଦନ। ଗୋଟିଏ ସ୍ୱରରେ କରୋନାର ଉତ୍ପତ୍ତି ବାବଦରେ ତଦନ୍ତ ଆଉ ଥରେ ହେବା ଦରକାର ବୋଲି ଦାବି କରିଛନ୍ତି ଏହି ବୈଠକରେ ଯୋଗ ଦେଇଥିବା ସମସ୍ତ ଦେଶ। ଭାରତ ମଧ୍ୟ ତଦନ୍ତକୁ ସମର୍ଥନ କରିଛି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏବେ ଚାଲିଥିବା ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବାକୁ ବେଜିଂକୁ କହିଛି। ଆମେରିକାର ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱ […]

ଅଦ୍ୟତନ ହୋଇଛି
କୋଭିଡ-୧୯ର ତଦନ୍ତ ପାଇଁ ବେଜିଂକୁ ସହଯୋଗ କରିବାକୁ କହିଲେ ଟେଡ୍ରୋସ, କିନ୍ତୁ ଏବେ କାହିଁକି?

WHO

Advertisment

ଲଣ୍ଡନ: ଇଂଲଣ୍ଡରେ ଆୟୋଜିତ ଜି୭ ବୈଠକ ବଢ଼ାଇଲା ଡ୍ରାଗନର ହୃଦସ୍ପନ୍ଦନ। ଗୋଟିଏ ସ୍ୱରରେ କରୋନାର ଉତ୍ପତ୍ତି ବାବଦରେ ତଦନ୍ତ ଆଉ ଥରେ ହେବା ଦରକାର ବୋଲି ଦାବି କରିଛନ୍ତି ଏହି ବୈଠକରେ ଯୋଗ ଦେଇଥିବା ସମସ୍ତ ଦେଶ। ଭାରତ ମଧ୍ୟ ତଦନ୍ତକୁ ସମର୍ଥନ କରିଛି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏବେ ଚାଲିଥିବା ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବାକୁ ବେଜିଂକୁ କହିଛି। ଆମେରିକାର ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ମୁଖ୍ୟ ଟେଡ୍ରୋସ ଅଦନୋମ ମଧ୍ୟ ଏହି ବୈଠକରେ ଭିଡ଼ିଓ କନଫରେନସିଂ ଜରିଆରେ ଯୋଗ ଦେଇଥିଲେ।

Advertisment

ଟେଡ୍ରୋସ ବୈଠକରେ କହିଛନ୍ତି, ' ତଦନ୍ତ ସେତେବେଳେ ହୋଇପାରିବ ଯେତେବେଳେ ଚାଇନା ସମସ୍ତ ପ୍ରକାର ସହଯୋଗ କରିବ। କରୋନା କେଉଁଠୁ ଆସିଛି ଜାଣିବା ପାଇଁ ହେଲେ ତଦନ୍ତକାରୀ ଟିମକୁ ସମସ୍ତ ପ୍ରକାର ସହଯୋଗ ଆବଶ୍ୟକ ରହିଛି’। ଯାହାକି ବେଜିଂର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କିନ୍ତୁ ଏବେ ହଠାତ୍ ଟେଡ୍ରୋସ କାହିଁକି ଏଭଳି ତଦନ୍ତକୁ ଜୋର ଦେଉଛନ୍ତି ତାହା ସନ୍ଦେହ ଘରେରେ।

ଜି୭ ବୈଠକରେ ସାମିଲ ଥିବା ସମସ୍ତ ଦେଶ କରୋନା ଭାଇରସର ଉତ୍ପତ୍ତି ନେଇ ଏକ ହେବାରୁ ଟେଡ୍ରୋସ ବାଧ୍ୟବାଧକତାରେ ତଦନ୍ତ ପାଇଁ ବେଜିଂକୁ କହିଛନ୍ତି କି ତାହା ଏବେ ପ୍ରଶ୍ନ ଘେରରେ। କାରଣ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ଼୍ ଟ୍ରମ୍ପ କରୋନା ବାବଦରେ ଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଳମ୍ୱରେ ଦୁନିଆକୁ ଅବଗତ କରାଇଥିଲା। ଏଥିସହ ବେଜିଂ ବିରୋଧରେ ଟେଡ୍ରୋସ ନିରବ ରହିବାକୁ ନେଇ ଟ୍ରମ୍ପ ବାରମ୍ବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ବର୍ଷୁଥିଲେ। ତେବେ ଅନେକ ଦେଶ ଏହାକୁ ନେଇ ଏକାଠି ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉହାନ ଯାଇ ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାରି ଭିତରେ ଏହି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ତଦନ୍ତ କରି ଫେରିଛି। ଆଉ ବାଦୁଡିରୁ ବ୍ୟାପିଥାଇପାରେ ବୋଲି ବେଜିଂ ଯେଉଁ ସ୍କ୍ରିପ୍ଟ ଦୁନିଆ ଆଗରେ ପଢ଼ୁଥିଲା ସମାନ ସ୍କ୍ରିପ୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଦନ୍ତ ପରେ ପଢ଼ିଥିଲା। ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

Advertisment

ସପ୍ତାହେ ପୂର୍ବରୁ, WHOର କୋଭିଡ ମନିଟରିଂ ଟିମ୍ ଅଧୀନରେ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ୱଚ୍ଛ ଏବଂ ପ୍ରମାଣ ଭିତ୍ତିକ ତଦନ୍ତର ଆବଶ୍ୟକତା ରହିଛି କହିଥିଲା। ଏହାକୁ ଆମେରିକା ଏବଂ ବ୍ରିଟେନ ସମର୍ଥନ ଜଣାଇଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିଶ ଜନସନ ମିଳିତ ବିବୃତ୍ତି ଜାରି କରି କହିଥିଲେ ଯେ କୋଭିଡ-୧୯ର ଉତ୍ପତ୍ତି ବିଷୟରେ WHOର ତଦନ୍ତକୁ ସେମାନେ ସମର୍ଥନ କରୁଛନ୍ତି।

ନିକଟରେ ଆମେରିକାର ଗୁପ୍ତଚର ଏକ ରିପୋର୍ଟ ଦେଇଥିଲେ ଯେଉଁଥିରେ କୋଭିଡ-୧୯ର ଉତ୍ପତ୍ତି ଚାଇନାର ହୋଇଛି ବୋଲି ଉଲ୍ଲେଖ ରହିଥିଲା। ଏଥିରେ କୁହାଯାଇଛି ଯେ ଏହି ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ଉତ୍ପନ୍ନ ହୋଇଥିଲା। ଏହାପରେ ଆମେରିକାର ମିଷ୍ଟର ପ୍ରେସିଡେଣ୍ଟ ଗୁପ୍ତଚରଙ୍କୁ ୯୦ ଦିନ ମଧ୍ୟରେ ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇ ଦେଇଛନ୍ତି।

ସୂଚନାଯାଗ୍ୟ, ୨୦୧୯ ବର୍ଷ ଶେଷରେ ଚାଇନାର ଉହାନ ସହରରୁ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରଠୁ ଉହାନ ଲ୍ୟାବରୁ ଏହି କୋଭିଡ-୧୯ ଉତ୍ପନ୍ନ ହୋଇଛି ବୋଲି ଦାବି ହେଉଛି। ଆମେରିକାର ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନା ଏହାର ଲ୍ୟାବରେ ଏହି ଭୂତାଣୁ ପ୍ରସ୍ତୁତ କରିଛି। ସେବେଠାରୁ ଉହାନ ଲ୍ୟାବ ସନ୍ଦେହ ଘେରରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe