ଚାଇନାକୁ ଧମକାଇଲା ଆମେରିକା; କହିଲା- ତାଇୱାନକୁ ଏକ ଘରିଆ କରିପାରିବନି

ନୂଆଦିଲ୍ଲୀ: ତାଇୱାନ୍‌-ଚାଇନା ବିବାଦ ମଧ୍ୟରେ ଧସେଇ ପଶିଥିବା ଆମେରିକାକୁ ନେଇ ଚାଇନା ଖପ୍ପା ହୋଇଥିବା ବେଳେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆମେରିକାକୁ ଚେତାବନୀ ଦେବାକୁ ଯାଇ ତାଇୱାନ ବିରୋଧରେ ସମରସଜ୍ଜା ଆରମ୍ଭ କରିଥିବା ଚାଇନାକୁ ଆମେରିକା ଚେତାବନୀ ଦେଇଛି। ତାଇୱାନ୍‌ ପରେ ଏବେ ଜାପାନ ଗସ୍ତରେ ଥିବା ଆମେରିକାର ହାଉସ ସ୍ପିକର ନାନ୍ସି ପେଲୋସି  ଚାଇନାର ନାଲି ଆଖିକୁ ଆମେରିକା ଡରେ ନାହିଁ  ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଟୋକିଓଗସ୍ତରେ ଥିବା ନାନ୍ସି ପେଲୋସି  କହିଛନ୍ତି ଯେ,  […]

usa

usa

Tapas Behera
  • Published: Friday, 05 August 2022
  • Updated: 05 August 2022, 01:58 PM IST

Sports

Latest News

ନୂଆଦିଲ୍ଲୀ: ତାଇୱାନ୍‌-ଚାଇନା ବିବାଦ ମଧ୍ୟରେ ଧସେଇ ପଶିଥିବା ଆମେରିକାକୁ ନେଇ ଚାଇନା ଖପ୍ପା ହୋଇଥିବା ବେଳେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆମେରିକାକୁ ଚେତାବନୀ ଦେବାକୁ ଯାଇ ତାଇୱାନ ବିରୋଧରେ ସମରସଜ୍ଜା ଆରମ୍ଭ କରିଥିବା ଚାଇନାକୁ ଆମେରିକା ଚେତାବନୀ ଦେଇଛି। ତାଇୱାନ୍‌ ପରେ ଏବେ ଜାପାନ ଗସ୍ତରେ ଥିବା ଆମେରିକାର ହାଉସ ସ୍ପିକର ନାନ୍ସି ପେଲୋସି  ଚାଇନାର ନାଲି ଆଖିକୁ ଆମେରିକା ଡରେ ନାହିଁ  ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଟୋକିଓଗସ୍ତରେ ଥିବା ନାନ୍ସି ପେଲୋସି  କହିଛନ୍ତି ଯେ,  ଚାଇନା କେବେ ତାଇୱାନକୁ ଏକଘରିଆ କରିପାରିବ ନାହିଁ। ତାଇୱାନ ସହ ଆମେରିକାର ଭଲ ସମ୍ପର୍କ ରହିଛି। ଏହାକୁ ଚାଇନା ଭଙ୍ଗ କରିପାରିବ ନାହିଁ ବୋଲି ସେ କହିଛନ୍ତି।  ଗତ ୨୫ ବର୍ଷ ମଧ୍ୟରେ ଦ୍ୱୀପଦେଶ ତାଇୱାନ ଗସ୍ତ କରିବା ନାନ୍ସି ପେଲୋସି  ହେଉଛନ୍ତି ପ୍ରଥମ ଆମେରିକା ସ୍ପିକର। ତାଙ୍କ ଗସ୍ତ ସମୟରେ ସେ ତାଇୱାର ଗଣତନ୍ତ୍ରର ସୁରକ୍ଷା କାଏମ ରହିବା ପାଇଁ  ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲିକହିଥିଲେ। ଯାହାକୁ ନେଇ ଚାଇନା ଖପ୍ପା ହୋଇ ତାଇୱାନକୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛି ।  ତେବେ  ତାଇୱାନ୍‌ ପରେ ପେଲୋସି ଏବଂ ଆମେରିକା କଂଗ୍ରେସର ୫ ଜଣିଆ ସଦସ୍ୟ ସିଙ୍ଗାପୁର, ମାଲେସିଆ, ତାଇୱାନ୍‌ ଏବଂ ଦକ୍ଷିଣକୋରିଆ ଗସ୍ତ ପରେ ଗରୁବାର ଟୋକିଓରେ ପହଞ୍ଚିଛନ୍ତି।

ସେପଟେ ଆମେରିକା ନେତାଙ୍କ ଗସ୍ତକୁ ନେଇ ଚୀନ୍ ଓ ତାଇଓ୍ୱାନ୍ ମଧ୍ୟରେ ବିବାଦ ତେଜୁଥିବାବେଳେ ଏହା ଭିତରକୁ ପଶି ଆସିଛି ଜାପାନ।  ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍‌ର ଶରବ୍ୟ ହୋଇଛି।  ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଜାପାନକୁ ଟାର୍ଗେଟ କରିଛି ଚୀନ୍ ସେନା । ଦକ୍ଷିଣଚୀନ୍ ସାଗରରେ ତାଇଓ୍ୱାନ ସୀମା ନିକଟରେ ସମରାଭ୍ୟାସ କରୁଥିବା ଚୀନ୍ ସେନା ପକ୍ଷରୁ ୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଛଡ଼ା ଯାଇଛି । ଏହି କ୍ଷେପଣାସ୍ତ୍ରଗୁଡ଼ିକ ଜାପାନର ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଞ୍ଚଳରେ ପଡ଼ିଛି ବୋଲି ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୋଉ କିଶି କହିଛନ୍ତି । ତେବେ ଜାପାନ ପକ୍ଷରୁ କୂଟନୈତିକସ୍ତରରେ ଏହାର ପ୍ରତିବାଦ କରାଯାଇଥିବା ସେ କହିଛନ୍ତି। ସେପଟେ ଜାପାନର ବରିଷ୍ଠ ପଦାଧିକାରୀଙ୍କ ସହ ପେଲୋସି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଜି ଆଲୋଚନା ଆରମ୍ଭ କରିଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଲୋସି କହିଛନ୍ତି ଯେ, ଚୀନ୍ ହୁଏତ ତାଇଓ୍ୱାନକୁ ଅନ୍ୟ ଦେଶ ସହ ମିଶିବାକୁ ଦେଇନପାରେ । ହେଲେ ଆମକୁ ତାଇଓ୍ୱାନ ସହ ସଂପର୍କ ରଖିବାକୁ ରୋକି ପାରିବ ନାହିଁ।  ଆମର ତାଇଓ୍ୱାନ ସହ ସଂପର୍କ ଖୁବ୍ ନିବିଡ଼ ।

ଏଣୁ ତାଇଓ୍ୱାନରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ଲାଗି ଆମେରିକା ଗୁରୁତ୍ୱ ଦେଇ ଆସିଛି ଏବଂ ଏହା ଆଗକୁ ମଧ୍ୟ ବଜାୟ ରହିବ ବୋଲି ପେଲୋସି କହିଛନ୍ତି । ଗତ ୨ ତାରିଖରେ ପେଲୋସି ତାଇଓ୍ୱାନ ଗସ୍ତ କରିଥିଲେ । ସମୁଦ୍ର ମଝିରେ ଥିବା ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ ଉପରେ ନିଜର ଅଧିକାର ଜାହିର କରିବା ଲାଗି ଚୀନ୍ ସବୁବେଳେ ଚେଷ୍ଟା କରି ଆସୁଛି । ତେବେ ବିଶ୍ୱ ସମୁଦାୟ ଏହାକୁ ବିରୋଧ କରି ଆସୁଛନ୍ତି।  ଏହାସହ ଆମେରିକା ଏନେଇ ତାଇଓ୍ୱାନ ଛିଡ଼ା ହେବାରୁ ଚୀନ୍ ଏହାକୁ ତୀବ୍ର ବିରୋଧ କରୁଛି । ଏଣୁ ୨ ତାରିଖରେ ପେଲୋସି ତାଇଓ୍ୱାନ ଗସ୍ତ କରିବା ନେଇ ଜଣାପଡ଼ିବା ପରେ ଚୀନ୍ ପକ୍ଷରୁ ତାଇଓ୍ୱାନର ଚାରିପଟେ ଦକ୍ଷିଣ ଚୀନ୍ ସମୁଦ୍ରର ୬ଟି ସ୍ଥାନରେ ସପ୍ତାହକ ପାଇଁ ସମରାଭ୍ୟାସ ଆରମ୍ଭ କରିଥିଲା । ଗତକାଲି ସମରାଭ୍ୟାସ ବେଳେ ଦକ୍ଷିଣ ଚୀନ୍ ସାଗର ମଧ୍ୟରୁ ତାଇଓ୍ୱାନ ସୀମାରେ ଥିବା ସମୁଦ୍ର ମଧ୍ୟକୁ ଘନ ଘନ ରକେଟ୍ ମାଡ଼ କରିଛି ଚୀନ୍ ସେନା । ସେପଟେ ଚୀନ୍ ସେନାର ସମରାଭ୍ୟାସକୁ କଡ଼ା ନିନ୍ଦା କରିଛି ତାଇଓ୍ୱାନ।  ଅନ୍ୟପକ୍ଷରେ ଆମେରିକାରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ପେଲୋସିଙ୍କ ତାଇଓ୍ୱାନ ଗସ୍ତ ନେଇ ଅସନ୍ତୋଷ ଜାହିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story