ଭାରତକୁ କରୋନା ଲଢ଼େଇରେ ସହଯୋଗ କରିବାକୁ ଜିନପିଙ୍ଗଙ୍କ ଇଚ୍ଛା

ବେଜିଂ: ଭାରତକୁ କରୋନା ଲଢ଼େଇରେ ସହଯୋଗ କରିବାକୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରସ୍ତାବ ଦେଇଥିବା ବେଜିଂ ଗଣମାଧ୍ୟମ ଖବର ପ୍ରକାଶ କରିଛି। ଜିନପିଙ୍ଗ କହିଛନ୍ତି, ଚାଇନା କୋଭିଡ-୧୯ ଲଢ଼େଇରେ ଭାରତ ସହ ସାମିଲ ହେବାକୁ ଚାହୁଁଛି। ଏଥିସହ ଭାରତକୁ ସମସ୍ତ ପ୍ରକାରର ସହାୟତା ଓ ସମର୍ଥନ ଯୋଗଇ ଦେବ। ଭାରତ ସହ ମିଶି ଚାଇନା କାର୍ଯ୍ୟ କରିବ। ଭାରତର ସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ ବୋଲି ସେ କହିଛନ୍ତି। ଏହାପୂର୍ବରୁ ମଧ୍ୟ ଚାଇନା ସରକାର ଭାରତକୁ […]

China

Hemant Lenka
  • Published: Friday, 30 April 2021
  • , Updated: 30 April 2021, 06:07 PM IST

ବେଜିଂ: ଭାରତକୁ କରୋନା ଲଢ଼େଇରେ ସହଯୋଗ କରିବାକୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରସ୍ତାବ ଦେଇଥିବା ବେଜିଂ ଗଣମାଧ୍ୟମ ଖବର ପ୍ରକାଶ କରିଛି। ଜିନପିଙ୍ଗ କହିଛନ୍ତି, ଚାଇନା କୋଭିଡ-୧୯ ଲଢ଼େଇରେ ଭାରତ ସହ ସାମିଲ ହେବାକୁ ଚାହୁଁଛି। ଏଥିସହ ଭାରତକୁ ସମସ୍ତ ପ୍ରକାରର ସହାୟତା ଓ ସମର୍ଥନ ଯୋଗଇ ଦେବ। ଭାରତ ସହ ମିଶି ଚାଇନା କାର୍ଯ୍ୟ କରିବ। ଭାରତର ସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ମଧ୍ୟ ଚାଇନା ସରକାର ଭାରତକୁ ସହଯୋଗ କରିବାକୁ ରେଡ୍ଡୀ ଥିବା କହିଥିଲେ। ଏପରି କି ଭାରତକୁ ଆବଶ୍ୟକ ମେଡିକାଲ ସାମଗ୍ରୀ ଓ ଟିକା ପଠାଇବାକୁ ଚାଇନାର କର୍ମଚାରୀମାନେ ଓଭର ଟାଇମ କାମ କରୁଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଭାରତ ପଡ଼ୋଶୀ ଚାଇନାର ସହଯୋଗ ଗ୍ରହଣ କରିବ କି ନାହିଁ, ସେକଥା ଜଣାପଡ଼ିନି।

କେବଳ ଚାଇନା ନୁହେଁ, ଭାରତର କରୋନା ସ୍ଥିତି ଦେଖି ବିଶ୍ୱର ସବୁ ରାଷ୍ଟ୍ର ସହାୟତା ପାଇଁ ହାତ ବଢ଼ାଇଛନ୍ତି। ଆମେରିକା ଆଜି ଦୁଇଟି ବିମାନରେ ଅକ୍ସିଜେନ ସିଲିଣ୍ଡର ଠାରୁ ଆରମ୍ଭ କରି ଭେଣ୍ଟିଲେଣ୍ଟର ଓ ଅନ୍ୟାନ୍ୟ ମେଡିକାଲ ଉପକରଣ ପଠାଇଛି। ସିଙ୍ଗାପୁର ପୂର୍ବରୁ କ୍ରାୟୋଜେନିକ କଣ୍ଟେନର ଭାରତ ପାଇଁ ପଠାଇଥିଲା। ବ୍ରିଟେନ, ଫ୍ରାନ୍ସ, ୟୁଏଇ, ଆୟର୍ଲ୍ୟାଣ୍ଡ ଭଳି ଦେଣ ମଧ୍ୟ ନୂଆଦିଲ୍ଲୀକୁ ସହଯୋଗ ପାଇଁ ଆଗେଇ ଆସିଛନ୍ତି।

Related story