ଭୋଟ୍‌ଦେଲେ ବିଶ୍ୱର ସବୁଠାରୁ ଗେଡ଼ା ମହିଳା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଗେଡ଼ା ମହିଳା ତଥା ଗିନିଜ୍‌ ବିଶ୍ୱ ରେକର୍ଡଧାରୀ ଜ୍ୟୋତି ଆମ୍‌ଜେ ଆଜି ନାଗପୁରରେ ଭୋଟ୍‌ ଦେବାର ଦୃଶ୍ୟ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ୬୩ ସେମି ବା ୨ ଫୁଟ୍‌ ୧ ଇଞ୍ଚ ଉଚ୍ଚତାର ମହିଳାଙ୍କ ବୟସ ଏବେ ୨୫ ବର୍ଷ। ସେ ଆଜି ଲାଲ୍‌ ରଙ୍ଗର ଏକ ପୋଷାକରେ ବୁଥକୁ ଆସିଥିଲେ ଏବଂ ଧୈର୍ଯ୍ୟର ସହିତ ଧାଡ଼ିରେ ଠିଆ ହୋଇ ନିଜ ଭୋଟ୍‌ ଅଧିକାର ସାବ୍ୟସ୍ତ କରିଥିଲେ। ସେ ଏହି […]

amge

Subrat Kumar Nayak
  • Published: Thursday, 11 April 2019
  • , Updated: 11 April 2019, 08:28 PM IST

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଗେଡ଼ା ମହିଳା ତଥା ଗିନିଜ୍‌ ବିଶ୍ୱ ରେକର୍ଡଧାରୀ ଜ୍ୟୋତି ଆମ୍‌ଜେ ଆଜି ନାଗପୁରରେ ଭୋଟ୍‌ ଦେବାର ଦୃଶ୍ୟ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ୬୩ ସେମି ବା ୨ ଫୁଟ୍‌ ୧ ଇଞ୍ଚ ଉଚ୍ଚତାର ମହିଳାଙ୍କ ବୟସ ଏବେ ୨୫ ବର୍ଷ। ସେ ଆଜି ଲାଲ୍‌ ରଙ୍ଗର ଏକ ପୋଷାକରେ ବୁଥକୁ ଆସିଥିଲେ ଏବଂ ଧୈର୍ଯ୍ୟର ସହିତ ଧାଡ଼ିରେ ଠିଆ ହୋଇ ନିଜ ଭୋଟ୍‌ ଅଧିକାର ସାବ୍ୟସ୍ତ କରିଥିଲେ।

ସେ ଏହି ଅବସରରେ କହିଥିଲେ, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ଭୋଟ୍‌ ଦିଅନ୍ତୁ। ପ୍ରଥମେ ଭୋଟ୍‌ ଓ ତା’ପରେ ଯାଇ ଯେଉଁ କାମ। ଆମ୍ଜେ ରୋଷେଇରେ ରୁଚି ରଖିବା ସହିତ ଜଣେ ଉଦ୍ୟୋଗୀ ମଧ୍ୟ। ସେ ବିଗ୍‌ବସ୍‌ ୬ରେ ଭାଗ ନେଇଛନ୍ତି ଏବଂ ବିଭିନ୍ନ ଆମେରିକୀୟ ଓ ଇଟାଲୀୟ ଟିଭି ସିରିଜ୍‌ରେ ଅଭିନୟ କରିସାରିଛନ୍ତି। ପୁଣେର ଲୋନାଭାଲାଠାରେ ଥିବା ୱାକ୍ସ ମ୍ୟୁଜିଅମ୍‌ରେ ତାଙ୍କର ପ୍ରତିକୃତି ସ୍ଥାନ ପାଇଛି।

Related story