କରୋନା ବାବଦକୁ କ୍ଷତିପୂରଣ ଦେବାକୁ ଅଣ୍ଟା ଭିଡ଼ିଲା ଚୀନ୍

ବେଜିଂ: କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶକୁ ଆର୍ଥିକ ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ଚୀନ୍ ରାଷ୍ଟ୍ରପତି ଶି ଜିଙ୍ଗପିଙ୍ଗ୍। ମୋଟ୍ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି ସେ ଘୋଷଣା କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ପଇସା ଦିଆଯିବ ବୋଲି କରୋନା ମହାମାରୀର ପ୍ରମୁଖ ଭିଲେନ୍ କୁହାଯାଉଥିବା ଜିଙ୍ଗପିଙ୍ଗ କହିଛନ୍ତି। ଦୁନିଆରେ ଦ୍ୱତୀୟ ଅର୍ଥନୀତିକ ଶକ୍ତିଶାଳୀ ଦେଶର ପ୍ରମୁଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବୈଠକରେ ଭିଡିଓ କନଫରେନସିଂ […]

xing ping

Subhransu Sekhar
  • Published: Monday, 18 May 2020
  • , Updated: 18 May 2020, 08:21 PM IST

ବେଜିଂ: କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶକୁ ଆର୍ଥିକ ସହାୟତା ଦେବ ବୋଲି ଘୋଷଣା କରିଛନ୍ତି ଚୀନ୍ ରାଷ୍ଟ୍ରପତି ଶି ଜିଙ୍ଗପିଙ୍ଗ୍। ମୋଟ୍ ୧୫ ହଜାର ୧୬୬ କୋଟି ଟଙ୍କା ଚୀନ୍ ଦେବ ବୋଲି ସେ ଘୋଷଣା କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ପଇସା ଦିଆଯିବ ବୋଲି କରୋନା ମହାମାରୀର ପ୍ରମୁଖ ଭିଲେନ୍ କୁହାଯାଉଥିବା ଜିଙ୍ଗପିଙ୍ଗ କହିଛନ୍ତି।

ଦୁନିଆରେ ଦ୍ୱତୀୟ ଅର୍ଥନୀତିକ ଶକ୍ତିଶାଳୀ ଦେଶର ପ୍ରମୁଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବୈଠକରେ ଭିଡିଓ କନଫରେନସିଂ ଜରିଆରେ ଏଭଳି କହିଛନ୍ତି। ଜିଙ୍ଗପିଙ୍ଗ କହିଛନ୍ତି ଯଦି କରୋନାର ଭ୍ୟାକସିନ୍ ମିଳିଯିବ ତା’ହେଲେ ଏହା ସମସ୍ତଙ୍କ ପାଇଁ ଆଶ୍ୱସ୍ତିକର ଖବର। ଚୀନର କିଛି ପ୍ରମୁଖ କମ୍ପାନୀ କରୋନାର ଭ୍ୟାକସିନ୍ ପାଇଁ ଗବେଷଣା କରୁଛନ୍ତି ବୋଲି ସେ କହିଛନ୍ତି। ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ହେଲଛ ଆସେମ୍ୱଲିର ୭୩ତମ ବୈଠକ ବସିଥିଲା। ଆଜି ଏହାର ପ୍ରଥମ ଦିନ ଥିଲା। କରୋନା ସଂକ୍ରମଣ ପାଇଁ ମାତ୍ର ଦୁଇ ଦିନ ଏହି ବୈଠକ ବସିବ। ମଙ୍ଗଳବାର ଏହାର ଅନ୍ତିମ ବୈଠକ ରହିଛି। ଭାରତ ସମେତ ୧୯୪ଟି ଦେଶ ଏହି ବୈଠକରେ ଯୋଗଦେଇଛନ୍ତି। ପ୍ରଥମ ଦିନରେ ସ୍ୱାସ୍ଥ୍ୟ ବଜେଟ ଉପରେ ଆଲୋଚନା ହୋଇଛି। ଏହି ବୈଠକରେ ୧୯୪ଟି ଦେଶ ନିଜ ନିଜର ମତ ରଖିବେ। ସାରା ବିଶ୍ୱରେ ଏଯାବତ ୪,୮୩୩,୪୬୩ ଜଣଙ୍କର କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ୍ ୩୧୭,୨୨୫ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, କରୋନାର ଉତ୍ପତ୍ତି ଚୀନରୁ ହୋଇଛି ବୋଲି ଆମେରିକା ସହିତ ଅନେକ ଦେଶ ଦାବି କରୁଛନ୍ତି। ଚୀନ୍ ପ୍ରଥମେ ଅଭିଯୋଗକୁ ଖାରଜ କରିଆସୁଥିଲା। ଏମିତିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚୀନ୍ ସପକ୍ଷରେ ଓକିଲତା କରୁଥିଲା। ହେଲେ ଗତକାଲି ଚୀନର ନେଶନାଲ ହେଲଥ କମିଶନ ଏବଂ ସାଇନ୍ସ ଆଣ୍ଡ ଏଜୁକେଶନ ଡିପାର୍ଟମେଣ୍ଟର ଅଧିକାରୀ ଲିଓ ଡେଁଗଫୋଙ୍ଗ କହିଥିଲେ, କରୋନା ଭାଇରସର ପ୍ରାଥମିକ ନମୁନାକୁ ନଷ୍ଟ କରାଯାଇଛି। ଚୀନ୍ ସରକାର ଏ ନେଇ ନିର୍ଦ୍ଦେଶ ଦେଇଥିଲେ। ବାୟୋସେଫ୍ଟି ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ଯଦି କରୋନା ଭାଇରସ ଚୀନରୁ ବ୍ୟାପିନାହିଁ ତା’ହେଲେ ୧୫ ହଜାର ୧୬୬ କୋଟି ଟଙ୍କା ଦେବାକୁ ଚୀନ୍ ରାଷ୍ଟ୍ରପତି କାହିଁକି ଘୋଷଣା କରିଛନ୍ତି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Related story