ଆକ୍ରୋଶ ଦେଖି, ଶାଓମି ଜାଗାରେ ‘ମେଡ୍ ଇନ୍ ଇଣ୍ଡିଆ’ ଲେଖୁଛି କମ୍ପାନୀ

ନୂଆଦିଲ୍ଲୀ: ଚୀନ୍ ଏବଂ ଚୀନ୍ ଜିନିଷ ପ୍ରତି ଭାରତୀୟଙ୍କ ଆକ୍ରୋଶ ବଢ଼ୁଥିବା ଦେଖି ଶାଓମି ମୋବାଇଲ୍ ଫୋନ୍ ନିଜର ରଣନୀତି ପରିବର୍ତ୍ତନ କରିଛି। ବିଭିନ୍ନ ମୋବାଇଲ ଦୋକାନରେ ଶାଓମିର ବଡ଼ ବଡ଼ ହୋର୍ଡିଂ ଓ ପୋଷ୍ଟର ଲାଗିଥିଲା। ଏବେ ଏହି ପୋଷ୍ଟରରେ ଶାଓମି ଜାଗାରେ ମେକ୍ ଇନ୍ ଇଣ୍ଡିଆ ଲେଖିବାକୁ ଆରମ୍ଭ କରିଛି ଚୀନର ଅଗ୍ରଣୀ ମୋବାଇଲ କମ୍ପାନୀ ଶାଓମି। ଦୋକାନରେ ମୋବାଇଲ୍ ଭଙ୍ଗାରୁଜା ହେବାର ଆଶଙ୍କା କରି ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ସ ଆସୋସିଏସନ ଚାଇନିଜ […]

Xiaomi

Subhransu Sekhar
  • Published: Friday, 26 June 2020
  • , Updated: 26 June 2020, 05:36 PM IST

ନୂଆଦିଲ୍ଲୀ: ଚୀନ୍ ଏବଂ ଚୀନ୍ ଜିନିଷ ପ୍ରତି ଭାରତୀୟଙ୍କ ଆକ୍ରୋଶ ବଢ଼ୁଥିବା ଦେଖି ଶାଓମି ମୋବାଇଲ୍ ଫୋନ୍ ନିଜର ରଣନୀତି ପରିବର୍ତ୍ତନ କରିଛି। ବିଭିନ୍ନ ମୋବାଇଲ ଦୋକାନରେ ଶାଓମିର ବଡ଼ ବଡ଼ ହୋର୍ଡିଂ ଓ ପୋଷ୍ଟର ଲାଗିଥିଲା। ଏବେ ଏହି ପୋଷ୍ଟରରେ ଶାଓମି ଜାଗାରେ ମେକ୍ ଇନ୍ ଇଣ୍ଡିଆ ଲେଖିବାକୁ ଆରମ୍ଭ କରିଛି ଚୀନର ଅଗ୍ରଣୀ ମୋବାଇଲ କମ୍ପାନୀ ଶାଓମି। ଦୋକାନରେ ମୋବାଇଲ୍ ଭଙ୍ଗାରୁଜା ହେବାର ଆଶଙ୍କା କରି ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ସ ଆସୋସିଏସନ ଚାଇନିଜ ମୋବାଇଲ୍ କମ୍ପାନୀକୁ ଏଭଳି ଲେଖିବାକୁ କହିଥିବା ସୂଚନା ରହିଛି।

ଲାଇଭି ମିଣ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ସ ଆସୋସିଏସନର ସଭାପତି ଅରବିନ୍ଦର ଖୁରାନେ ଚିଠି ଲେଖିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା ଚୀନ ସାମଗ୍ରୀ ପ୍ରତି ଲୋକଙ୍କର ଆକ୍ରୋଶ ବଢ଼ିଛି। ତେଣୁ କିଛି ମାସ ପାଇଁ ଚାଇନିଜ୍ ବ୍ରାଣ୍ଡିଂ କପଡା କିମ୍ବା ଫ୍ଲେକ୍ସକୁ ଘୋଡାଇବା ଦରକାର ନହେଲେ କାଢ଼ିଦେବା ଦରକାର। ଏଭଳି ହଟାଇବାକୁ ଖୁଚୁରା ବ୍ୟବସାୟୀଙ୍କୁ ଅନୁରୋଧ କରିଛି ସଂଘ।

ଏହାପରେ ଭାରତରେ ଲୋକପ୍ରିୟ ଚାଇନିଜ ମୋବାଇଲ୍ କମ୍ପାନୀ ଶାଓମି ଏହାର ବୋର୍ଡରେ ଧଳା ରଙ୍ଗରେ ମେକ୍ ଇନ୍ ଇଣ୍ଡିଆ ବ୍ୟାନରକୁ ଘୋଡାଇବା ଆରମ୍ଭ କରିଛି। ତେବେ ଅନ୍ୟ ଚାଇନିଜ କମ୍ପାନୀ ଏଯାଏ କୌଣସି ନିଷ୍ପତ୍ତି ନେଇନଥିବା ସୂଚନା ରହିଛି।

Related story