ନୂଆଦିଲ୍ଲୀ: ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ଅବଧି ବୃଦ୍ଧିକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ବୈଦେଶିକ ତଥା ଅର୍ଥ ମନ୍ତ୍ରୀ ଯଶୱନ୍ଦ ସିହ୍ନା। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଫାରୁକ୍ ଅଧିକ ରାଷ୍ଟ୍ରବାଦୀ।
ସେ ଏକ ଟ୍ୱିଟ୍ ଜରିଆରେ କହିଛନ୍ତି, “ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ଅବଧି ଆଉ ୩ ମାସ ବଢ଼ାଇବା ଦୁଃଖଦ କଥା। ଅନ୍ୟ କେତେଜଣଙ୍କ ଅପେକ୍ଷା ଅଧିକ ରାଷ୍ଟ୍ରବାଦୀ। ଏପରିକି ଅମା ଦେଶକୁ ନଷ୍ଟ କରିବାକୁ ବାହାରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ମଧ୍ୟ ଅଧିକ ରାଷ୍ଟ୍ରବାଦୀ।”
ଗତ ବର୍ଷ ବିଜେପି ଛାଡ଼ିଥିବା ସିହ୍ନା କହିଛନ୍ତି, ମୋଦିର ଅର୍ଥ ସେହି ଲୋକ ଯିଏ ଦେଶକୁ ଧ୍ୱଂସ କରିଛି।