ସ୍ତ୍ରୀ ମାଗିଲା ୩୦ ଟଙ୍କା, ସ୍ୱାମୀ ଦେଲା ତିନ୍ ତଲାକ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ନଏଡାରେ ଥିବା ରାଓଜି ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବା କିଣିବା ପାଇଁ ଜଣେ ୩୦ ବର୍ଷୀୟ ମହିଳା ତାଙ୍କ ସ୍ୱାମୀଙ୍କୁ ୩୦ ଟଙ୍କା ମାଗିଥିଲେ। ହେଲେ ଟଙ୍କା ଦେବା ପରିବର୍ତ୍ତେ ତାଙ୍କର ୩୨ ବର୍ଷୀୟ ସ୍ୱାମୀ ସବୀର ତାଙ୍କୁ ଟ୍ରିପଲ୍ ତଲାକ୍ ଦେଇଛନ୍ତି। ଏଥିସହ ସେ ସ୍କୃ ଡ୍ରାଇଭରରେ ପତ୍ନୀଙ୍କୁ ବାଡ଼େଇଥିବା ଜଣାପଡ଼ିଛି। ମହିଳାଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପୂର୍ବରୁ ମଧ୍ୟ ତାଙ୍କ ଝିଅଙ୍କ ସହ ଶବୀରର […]

triple

Subhransu Sekhar
  • Published: Monday, 01 July 2019
  • , Updated: 01 July 2019, 05:30 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ନଏଡାରେ ଥିବା ରାଓଜି ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବା କିଣିବା ପାଇଁ ଜଣେ ୩୦ ବର୍ଷୀୟ ମହିଳା ତାଙ୍କ ସ୍ୱାମୀଙ୍କୁ ୩୦ ଟଙ୍କା ମାଗିଥିଲେ। ହେଲେ ଟଙ୍କା ଦେବା ପରିବର୍ତ୍ତେ ତାଙ୍କର ୩୨ ବର୍ଷୀୟ ସ୍ୱାମୀ ସବୀର ତାଙ୍କୁ ଟ୍ରିପଲ୍ ତଲାକ୍ ଦେଇଛନ୍ତି। ଏଥିସହ ସେ ସ୍କୃ ଡ୍ରାଇଭରରେ ପତ୍ନୀଙ୍କୁ ବାଡ଼େଇଥିବା ଜଣାପଡ଼ିଛି।

ମହିଳାଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ପୂର୍ବରୁ ମଧ୍ୟ ତାଙ୍କ ଝିଅଙ୍କ ସହ ଶବୀରର ଭଲ ସମ୍ପର୍କ ନଥିଲା। ନିକଟରେ ତାଙ୍କ ଝିଅକୁ ସବୀର ଏକ ଲୁହା ରଡରେ ପିଟିଥିଲା ବୋଲି ସେ କହିଛନ୍ତି। ଆକ୍ରମଣର ଶିକାର ହେବା ପରେ ସେ ପାଞ୍ଚ ଦିନ ତାଙ୍କ ବାପଘରେ ରହି ଦାଦରି ସ୍ଥିତ ତାଙ୍କ ଶାଶୂ ଘରକୁ ଯାଇଥିଲେ। ଏହାପରେ ଶବୀର ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ବୋଲି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ।

ଦାଦରି ଥାନାରେ ଏ ନେଇ ଶବୀର, ତାଙ୍କ ମାଆ ନାଜୋ ଏବଂ ଭଉଣୀ ଶମାଙ୍କ ନାଁରେ ଏତଲା ରୁଜୁ ହୋଇଛି। ଶବିର ଛାଡ଼ପତ୍ର ଦେଇଛନ୍ତି ବୋଲି କିଛି ପ୍ରମାଣ ମିଳିନାହିଁ। ତେବେ ତଦନ୍ତ ପରେ ସବୁ କଥା ସ୍ପଷ୍ଟ ହେବ ବୋଲି ଦାଦରି ଥାନା ଅଧିକାରୀ ନୀରଜ ମଲ୍ଲିକ କହିଛନ୍ତି।

Related story