ମୁଡ ଅଫ ନେଶନ: ଯୋଗୀ ଆଦିତ୍ୟନାଥ ୧ନଂ ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ କେତେ

ନୂଆଦିଲ୍ଲୀ: ଦେଶରେ ସବୁଠୁ ଭଲ କାମ ଓ ଲୋକପ୍ରିୟତା ହାସଲ କରି ପାରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାର ଏକ ନମ୍ବର ସ୍ଥାନରେ ପୁଣିଥରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଛନ୍ତି। ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟ୍ସର ମୁଡ ଅଫ ନେଶନ ସର୍ଭେରୁ ଏହା ସାମ୍ନାକୁ ଆସିଛି। ମୁଡ ଅଫ ନେଶନ ସର୍ଭେରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଯୋଗୀ ଆଦିତ୍ୟ ନାଥ ୧ ନଂ ସ୍ଥାନରେ ରହିଛନ୍ତି। ଯୋଗୀଙ୍କ ସପକ୍ଷରେ ୨୪% ଭୋଟ ରହିଛି। ଗତବର୍ଷ ତୁଳନାରେ ଏହା […]

f

Hemant Lenka
  • Published: Saturday, 08 August 2020
  • , Updated: 08 August 2020, 05:09 PM IST

ନୂଆଦିଲ୍ଲୀ: ଦେଶରେ ସବୁଠୁ ଭଲ କାମ ଓ ଲୋକପ୍ରିୟତା ହାସଲ କରି ପାରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାର ଏକ ନମ୍ବର ସ୍ଥାନରେ ପୁଣିଥରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଛନ୍ତି। ଇଣ୍ଡିଆ ଟୁଡେ-କାର୍ଭି ଇନସାଇଟ୍ସର ମୁଡ ଅଫ ନେଶନ ସର୍ଭେରୁ ଏହା ସାମ୍ନାକୁ ଆସିଛି।

ମୁଡ ଅଫ ନେଶନ ସର୍ଭେରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଯୋଗୀ ଆଦିତ୍ୟ ନାଥ ୧ ନଂ ସ୍ଥାନରେ ରହିଛନ୍ତି। ଯୋଗୀଙ୍କ ସପକ୍ଷରେ ୨୪% ଭୋଟ ରହିଛି। ଗତବର୍ଷ ତୁଳନାରେ ଏହା ୬% ଅଧିକ। ଉତ୍ତର ପ୍ରଦେଶରେ ଅପହରଣ ଓ ହତ୍ୟାକାଣ୍ଡ ନେଇ ଯୋଗୀ ସରକାରଙ୍କୁ ବିରୋଧୀ ସମାଲୋଚନା କରୁଥିବା ବେଳେ ସର୍ଭେ ରିପୋର୍ଟରେ ଲୋକମାନେ କିନ୍ତୁ ଅଲଗା କଥା କହିଛନ୍ତି।

ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଷ୍ଟ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ୮ମ ସ୍ଥାନରେ ରହିଛନ୍ତି। ତାଙ୍କୁ ମାତ୍ର ୬% ଭୋଟ ମିଳିଛି।

ଅନ୍ୟପକ୍ଷରେ ଭଲ କାମ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାର ଶ୍ରେଷ୍ଠ ୮ ଜଣଙ୍କ ମଧ୍ୟରୁ ୭ ଜଣ ଅଣ ବିଜେପି ଓ ଅଣ କଂଗ୍ରେସ ଦଳର ରହିଛନ୍ତି। ଯୋଗୀଙ୍କ ପୂର୍ବରୁ କ୍ରମାଗତ ୩ଥର ୧ ନଂ ସ୍ଥାନରେ ରହିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ୪ର୍ଥ ସ୍ଥାନରେ ରହିଛନ୍ତି।

ତାଙ୍କୁ ମାତ୍ର ୯% ଭୋଟ ମିଳିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ୧୫% ଭୋଟ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତୃତୀୟ ସ୍ଥାନରେ ୧୧% ଭୋଟ ସହ ଆନ୍ଧ୍ର ପ୍ରଦେଶର ଜଗନ ମୋହନ ରେଡ୍ଡୀ ରହିଛନ୍ତି।

୮% ଲୋକ ବର୍ତ୍ତମାନ ଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଦୌ ପସନ୍ଦ କରିନାହାନ୍ତି। ସେମାନେ ନୂଆ ଚେହେରା ସପକ୍ଷରେ ମତ ଦେଇଛନ୍ତି।

୬ ନଂ ସ୍ଥାନରେ ୭% ଭୋଟ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ୭% ଭୋଟ ସହ ୭ ନମ୍ବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରହିଛନ୍ତି।

୯ମ ସ୍ଥାନରେ ୩% ଭୋଟ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରହିଛନ୍ତି। ୧୦ମ ସ୍ଥାନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଛନ୍ତି।

୨୦୨୦ ଜାନୁଆରୀ ମାସରେ ପ୍ରକାଶ ପାଇଥିବା ମୁଡ ଅଫ ନେଶନ ସର୍ଭେରେ ଯୋଗୀ ଆଦିତ୍ୟ ନାଥ ୧୮% ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୧% ଭୋଟ ସହ କେଜ୍ରିୱାଲ ଓ ମମତା ବାନାର୍ଜୀ ଦ୍ୱିତୀୟ ସ୍ଥାନରେ ରହିଥିଲେ। ମୁଡ ଅଫ ନେଶନ ସର୍ଭେକୁ ଦିଲ୍ଲୀ ସ୍ଥିତ ମାର୍କେଟ ରିସର୍ଚ୍ଚ ଏଜେଜନ୍ସି ପକ୍ଷରୁ ଜୁଲାଇ ୧୫ରୁ ଜୁଲାଇ ୨୭ ମଧ୍ୟରେ କରାଯାଇଥିଲା।

ପୂର୍ବରୁ ସର୍ଭେକୁ ଫେସ ଟୁ ଫେସ କରାଯାଉଥିଲା। ହେଲେ କରୋନା ଯୋଗୁ ଚଳିତ ଥର ଟେଲିଫୋନ ଜରିଆରେ ସର୍ଭେ କରାଯାଇଛି। ମୋଟ ୧୨,୦୨୧ଟି ସାକ୍ଷାତକାର କରାଯାଇଥିଲା। ଗ୍ରାମାଞ୍ଚଳରେ ୬୭% ଓ ସହରାଞ୍ଚଳରେ ୩୩% ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା।

Related story