ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନି ବୋଲି କହିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ସାରା ଦେଶ ଭଳି ଉତ୍ତର ପ୍ରଦେଶ ସରକାର ଓ ସାଧାରଣ ଲୋକ ମଧ୍ୟ କରୋନା ସହ ଲଢ଼େଇ କରୁଛନ୍ତି। ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂହ ବିଷ୍ଟଙ୍କ ଦେହାନ୍ତ ହୋଇଛି। ସେ ଗତ ମାସରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ଦିନ ୧୦.୪୪ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତେବେ ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ […]

ds

Hemant Lenka
  • Published: Monday, 20 April 2020
  • , Updated: 20 April 2020, 02:41 PM IST

ଲକ୍ଷ୍ନୌ: ସାରା ଦେଶ ଭଳି ଉତ୍ତର ପ୍ରଦେଶ ସରକାର ଓ ସାଧାରଣ ଲୋକ ମଧ୍ୟ କରୋନା ସହ ଲଢ଼େଇ କରୁଛନ୍ତି। ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂହ ବିଷ୍ଟଙ୍କ ଦେହାନ୍ତ ହୋଇଛି। ସେ ଗତ ମାସରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ଦିନ ୧୦.୪୪ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ତେବେ ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ନାହିଁ। ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ ବାପାଙ୍କ ଶେଷ କାମରେ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି।

ଯୋଗୀ ଆଦିତ୍ୟନାଥ ଏକ ବିବୃତିରେ କହିଛନ୍ତି, “ମୋ ବାପାଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ମୋ ବାପା ମୋତେ ସବୁ ବେଳେ ବିଶ୍ୱସ୍ତ, କଠିନ ପରିଶ୍ରମୀ ଓ ନିଃସ୍ୱାର୍ଥ ପର ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଥିଲେ। ଶେଷ ସମୟରେ ମୁଁ ବାପାଙ୍କ ସହ ରହିବାକୁ ଚାହୁଁଥିଲି।

ହେଲେ ଉତ୍ତର ପ୍ରଦେଶର ୨୩ କୋଟି ଲୋକଙ୍କ ଦାୟିତ୍ୱ ମୋ କାନ୍ଧରେ ଥିବାରୁ ମୁଁ ତାଙ୍କ ପାଖରେ ଉପସ୍ଥିତ ରହିପାରିଲିନାହିଁ। ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ହୋଇଛି। ଏହି କାରଣରୁ ମୁଁ ମୋ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବି ନାହିଁ।

ମୁଁ ମୋ ମା’ ଓ ପରିବାର ସଦସ୍ୟଙ୍କୁ ଲକଡାଉନ କଟକଣାକୁ ମାନି ବାପାଙ୍କ ଅନ୍ତିମ ସଂସ୍କାର କରନ୍ତୁ। ଲକଡାଉନ ଶେଷ ହେବା ପରେ ମୁଁ ଆପଣମାନଙ୍କ ପାଖକୁ ଯିବି।”

ଦିଲ୍ଲୀରୁ ଆନନ୍ଦଙ୍କ ମରଶରୀର ଉତ୍ତରାଖଣ୍ଡର ପାଉରିକୁ ନିଆଯିବ। ଆଜି ଯୋଗୀ ଆଦିତ୍ୟନାଥ କରୋନା ସମ୍ପର୍କରେ ସମୀକ୍ଷା କରୁଥିବା ବେଳେ ବାପାଙ୍କ ଦେହାନ୍ତ ଖବର ପାଇଥିଲେ। ସ୍ମୃତି ଇରାନୀଙ୍କ ଠାରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଅଖିଲେଶ ଯାଦବଙ୍କ ପର୍ଯ୍ୟନ୍ତ ଆନନ୍ଦ ସିଂହ ବିଷ୍ଟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related story