ଆଳୁ ଓ ବିଟ୍‌ରେ ମଦ ପ୍ରସ୍ତୁତ କରୁଛନ୍ତି ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ ଏକ ନୂଆ ପ୍ରକାରର ମଦ ପ୍ରସ୍ତୁତ କରୁଛନ୍ତି। ଏହା ଆଳୁ ଓ ବିଟ୍‌ରେ ପ୍ରସ୍ତୁତ ହେଉଛି। ଏବେ ଆପଣ ଭାବୁଥିବେ ଯୋଗୀ ସରକାର କ’ଣ ମଦ କାରବାରକୁ ଅଧିକ ବଢାଇବାକୁ ଏପରି ମଦ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ। ଯୋଗୀ ସରକାର ଆଳୁ ଓ ବିଟ୍‌ରୁ ଯେଉଁ ମଦ ପ୍ରସ୍ତୁତ କରୁଛନ୍ତି ଏହା ଆପଣଙ୍କ ପିଇବା ଅଭ୍ୟାସ୍‌କୁ କମାଇ ଦେବ। ଅର୍ଥାତ ଆପଣ ନିୟମିତ […]

liquor

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 01:59 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ ଏକ ନୂଆ ପ୍ରକାରର ମଦ ପ୍ରସ୍ତୁତ କରୁଛନ୍ତି। ଏହା ଆଳୁ ଓ ବିଟ୍‌ରେ ପ୍ରସ୍ତୁତ ହେଉଛି। ଏବେ ଆପଣ ଭାବୁଥିବେ ଯୋଗୀ ସରକାର କ’ଣ ମଦ କାରବାରକୁ ଅଧିକ ବଢାଇବାକୁ ଏପରି ମଦ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ। ଯୋଗୀ ସରକାର ଆଳୁ ଓ ବିଟ୍‌ରୁ ଯେଉଁ ମଦ ପ୍ରସ୍ତୁତ କରୁଛନ୍ତି ଏହା ଆପଣଙ୍କ ପିଇବା ଅଭ୍ୟାସ୍‌କୁ କମାଇ ଦେବ। ଅର୍ଥାତ ଆପଣ ନିୟମିତ ମଦ ପିଉଛନ୍ତି କି ? ଏହି ଅଭ୍ୟାସକୁ ଛାଡିବାକୁ ଚାହୁଁଛନ୍ତି, ହେଲେ ଛାଡି ପାରୁନାହାନ୍ତି। ତେବେ ଚିନ୍ତା କରନ୍ତୁ ନାହିଁ। ଆଳୁ ଓ ବିଟ୍‌ରେ ପ୍ରସ୍ତୁତ ହେଉଥିବା ଏହି ମଦ ଆପଣଙ୍କ ପିଇବା ଅଭ୍ୟାସ ଛଡାଇଦେବ। ଉତ୍ତର ପ୍ରଦେଶ ଅବକାରୀ ବିଭାଗ ଅଣ୍ଡର ସେକ୍ରେଟାରୀ ବିନୋଦ ତିୱାରୀ ଏନେଇ ଦୈନିକ ଭାସ୍କରକୁ ସୂଚନା ଦେଇଛନ୍ତି।

ବିନୋଦ କହିଛନ୍ତି- “ମୁଖ୍ୟତଃ ଆଖୁ, ଗହମ, ଜବର, କମା, ଅଙ୍ଗୁର ଓ ମହୁଲରେ ଆମ ଦେଶରେ ମଦ ପ୍ରସ୍ତୁତ ହୋଇଥାଏ। ପ୍ରଥମ ଥର ପାଇଁ ଦେଶରେ ଆଳୁ ଓ ବିଟ୍‌ରେ ମଦ ପ୍ରସ୍ତୁତ କରାଯାଉଛି।”

ସୂଚନାଯୋଗ୍ୟ, ଏଥିପାଇଁ ଯୋଗୀ ସରକାର କ୍ୱିଣ୍ଟାଲ ପ୍ରତି ୪୮୭  ଟଙ୍କାରେ ଏକ ଲକ୍ଷ ଟନ୍‌ ଆଳୁ କିଣିବାକୁ ଯୋଜନା କରିଛନ୍ତି। ଏହା ଭାରତ ସରକାରଙ୍କ ନେଫେଡ ସଂସ୍ଥା, ଉପ୍ରର ପିସିଏଫ୍‌, ୟୁପିଏଗ୍ରୋ ତଥା ନାଫେଡ ଦ୍ୱାରା କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି।

Related story