ବସ୍ତି ଜିଲ୍ଲାର ନାମ ପରିବର୍ତ୍ତନ କରିବେ ଯୋଗୀ ସରକାର

ଲକ୍ଷ୍ନୌ:  ଆହ୍ଲାବାଦକୁ ପ୍ରୟାଗରାଜ, ଫୈଜାବାଦକୁ ଅଯୋଧ୍ୟା, ମୁଗଲସରାୟକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନଗର କରିବା ପରେ ଏବେ ବସ୍ତି ଜିଲ୍ଲାର ନାମ ପରିବର୍ତ୍ତନ କରିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବସ୍ତି ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଯୋଗୀଙ୍କ କ୍ୟାବିନେଟରେ ଗୃହୀତ ହେବା ପରେ ବସ୍ତି ଜିଲ୍ଲାର ନାମ ପରିବର୍ତ୍ତନ ହୋଇ ବଶିଷ୍ଠ ନଗର ହୋଇଯିବ। ଅଯୋଧ୍ୟା ଜିଲ୍ଲା ପାଖରେ ଏହି ବସ୍ତି ଜିଲ୍ଲା […]

Yogi

Subhransu Sekhar
  • Published: Sunday, 09 February 2020
  • , Updated: 09 February 2020, 04:44 PM IST

ଲକ୍ଷ୍ନୌ:  ଆହ୍ଲାବାଦକୁ ପ୍ରୟାଗରାଜ, ଫୈଜାବାଦକୁ ଅଯୋଧ୍ୟା, ମୁଗଲସରାୟକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନଗର କରିବା ପରେ ଏବେ ବସ୍ତି ଜିଲ୍ଲାର ନାମ ପରିବର୍ତ୍ତନ କରିବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବସ୍ତି ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବ ଯୋଗୀଙ୍କ କ୍ୟାବିନେଟରେ ଗୃହୀତ ହେବା ପରେ ବସ୍ତି ଜିଲ୍ଲାର ନାମ ପରିବର୍ତ୍ତନ ହୋଇ ବଶିଷ୍ଠ ନଗର ହୋଇଯିବ। ଅଯୋଧ୍ୟା ଜିଲ୍ଲା ପାଖରେ ଏହି ବସ୍ତି ଜିଲ୍ଲା ରହିଛି।

ସୂଚନାଯୋଗ୍ୟ, ପ୍ରୟାଗରାଜରେ ମାଘ ମେଳା ଚାଲିଛି। ଏହି ଅବସରରେ ଅନେକ ସାଧୁ-ସନ୍ଥ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶର ଯେଉଁ ସବୁ ସ୍ଥାନ ମୁସଲିମ ବୋଲି ଜଣାପଡ଼ୁଛି ସେହି ସବୁ ସ୍ଥାନର ନାମ ପରିବର୍ତ୍ତନ ହେବା ଦରକାର ବୋଲି ସାଧୁ-ସନ୍ଥ ଇଚ୍ଛା ପ୍ରକାଶ କରିଥିବା ସୂଚନା ରହିଛି। ବସ୍ତି ଜିଲ୍ଲାର ନାମ ପରିବର୍ତ୍ତନ ହୋଇ ବଶିଷ୍ଠ ନଗର ହେବା ପ୍ରସ୍ତାବକୁ ମଧ୍ୟ ଏହି ସାଧୁ ସନ୍ଥ ଗ୍ରହଣ କରିଥିବା ଜଣାପଡ଼ିଛି।

Related story