‘ମୋତେ ୧୦୦ ପୁରୁଷଙ୍କ ସହ ଶୋଇବା ପାଇଁ ବାଧ୍ୟ କରାଯାଇଥିଲା’

ନୂଆଦିଲ୍ଲୀ: ଜଣେ କି ଦୁଇ ଜଣ ନୁହଁ। ଜଣେ ଯୁବତୀଙ୍କ ସହ ୧୦୦ ଜଣ ଯୌନପିପାସୁ ଘଟାଇଛନ୍ତି ଅଭାବନୀୟ କାଣ୍ଡ।  ଏହି ଘଟଣା ଯେତିକି ଉଦ୍‌ବେଗଜନକ ସେତିକି ହୃଦୟବିଦାରକ। ଇଂଲଣ୍ଡର ଜଣେ ଯୁବତୀଙ୍କୁ ୧୦୦ ଜଣ ପୁରୁଷଙ୍କ ସହ ଶୋଇବା ପାଇଁ ବାଧ୍ୟ କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି। ଶିଶୁ ଯୌନ ନିର୍ଯାତନା ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ କହିଛନ୍ତି ଯେ, ଯେତେବେଳେ ତାଙ୍କୁ […]

rape

Tapas Behera
  • Published: Monday, 10 September 2018
  • , Updated: 11 September 2018, 08:09 AM IST

ନୂଆଦିଲ୍ଲୀ: ଜଣେ କି ଦୁଇ ଜଣ ନୁହଁ। ଜଣେ ଯୁବତୀଙ୍କ ସହ ୧୦୦ ଜଣ ଯୌନପିପାସୁ ଘଟାଇଛନ୍ତି ଅଭାବନୀୟ କାଣ୍ଡ।  ଏହି ଘଟଣା ଯେତିକି ଉଦ୍‌ବେଗଜନକ ସେତିକି ହୃଦୟବିଦାରକ। ଇଂଲଣ୍ଡର ଜଣେ ଯୁବତୀଙ୍କୁ ୧୦୦ ଜଣ ପୁରୁଷଙ୍କ ସହ ଶୋଇବା ପାଇଁ ବାଧ୍ୟ କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି।

ଶିଶୁ ଯୌନ ନିର୍ଯାତନା ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ କହିଛନ୍ତି ଯେ, ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା ସେବେଠାରୁ ସେ ଯୌନ ଉତ୍ପୀଡ଼ନର ଶିକାର ହୋଇ ଆସୁଛନ୍ତି।

ସେ କହିଛନ୍ତି ଯେ, ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଘଟି ଆସୁଛି। ଇଂଲଣ୍ଡର Sheffield କୋର୍ଟରେ ଏହି ଶୁଣାଣି ବେଳେ ଏମିତି ଚାଞ୍ଚଲ୍ୟକର ଘଟଣାର ଖୁଲାସା ହୋଇଛି। ଏହି ଘଟଣାରେ ୮ ଜଣ ଏସୀୟ ନାଗରିକ ଅଭିଯୁକ୍ତ ଅଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି। ଏମାନଙ୍କ ନାମରେ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ଆହୁରି ୫ ଜଣଙ୍କ ପ୍ରତି ଯୌନ ନିର୍ଯାତନାର ମାମଲା ରହିଛି।

ଇଂଲଣ୍ଡର Sheffield କୋର୍ଟରେ ଏହି ମାମଲା ଚାଲୁଥିବା ବେଳେ ଯୁବତୀ ଜଣକ ଭିଡିଓ କନଫରେନ୍ସିଂରେ ନିଜ ସହ ଘଟିଥିବା ଅମାନବୀୟ ଘଟଣା ସମ୍ପର୍କରେ ବଖାଣିଥିଲେ।

ପୀଡ଼ିତା ଯୁବତୀ ଜଣକ ୧୪ ବର୍ଷରୁ ଗର୍ଭବତୀ ହୋଇ ପିଲା ଜନ୍ମଦେଇଥିବା କହିଛନ୍ତି। ଅପରେଶନ Stowwood ଜରିଆରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେହିପରି ଗତ ଶୁଣାଣି ବେଳେ ଏକ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିଥିଲା। ଜଣେ ଯୁବତୀ ଏକାଧିକ ପୁରୁଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ପରେ ଗର୍ଭବତୀ ହୋଇଥିଲେ। ତେବେ ପରିବାର ଲୋକେ ସମ୍ପୃକ୍ତ ଯୁବତୀଙ୍କର ଗର୍ଭପାତ କରିଥିଲେ।

ସୌଜନ୍ୟ: ଆଜ୍‌ତକ

Related story