ସଂସଦ ଭିତରକୁ ଗୁଳି ନେଇ ଯାଉଥିବା ବେଳେ ଅଖତର ଅଟକ

ନୂଆଦିଲ୍ଲୀ: ସଂସଦ ଭବନ ପରିସର ଭିତରକୁ ଜଣେ ଯୁବକ ଗୁଳି ଧରି ପ୍ରବେଶ କରୁଥିବା ବେଳେ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସ ଏ ନେଇ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଯୁବକଙ୍କ ନାମ ଅଖତର ଖାନ୍। Delhi Police: One person, Akhtar Khan was entering Parliament through Gate-8 today, he had 3 live rounds in his pocket which were detected by security personnel that he […]

Parliamnet

Subhransu Sekhar
  • Published: Thursday, 05 March 2020
  • , Updated: 05 March 2020, 07:32 PM IST

ନୂଆଦିଲ୍ଲୀ: ସଂସଦ ଭବନ ପରିସର ଭିତରକୁ ଜଣେ ଯୁବକ ଗୁଳି ଧରି ପ୍ରବେଶ କରୁଥିବା ବେଳେ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସ ଏ ନେଇ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଯୁବକଙ୍କ ନାମ ଅଖତର ଖାନ୍।

https://twitter.com/ANI/status/1235551444733812736

ପୁଲିସର ସୂଚନା ଅନୁଯାୟୀ, ଅଖତର ସଂସଦର ଗେଟ୍ ନମ୍ୱର ୮ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଗେଟ୍ ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଯୁବକଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ। ପୁଲିସ ଚେକିଂ ବେଳେ ଅଖତରର ପକେଟରୁ ତିନିଟୋ ଗୁଳି ପାଇଥିଲା। ଏହାପରେ ସୁରକ୍ଷାକର୍ମୀ ପୁଲିସକୁ ହସ୍ତାନ୍ତର କରିଥିଲେ ଅଖତରକୁ। ତେବେ ଅଖତର ପକେଟରେ ଗୁଳି ରଖି ସଂସଦ ଭିତରକୁ କାହିଁକି ଯାଉଥିଲା ତାହା ଜଣାପଡ଼ିନି।

Related story