ଏକାଥରେ ୧୦ ଟି-ଶାର୍ଟ ଧରି ଖସିବାକୁ ବସିଥିଲେ ଯୁବକ, ଧରା ପଡ଼ିଲେ

ଚେନ୍ନାଇ: ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୧୦ଟି ଟି-ଶାର୍ଟ ଚୋରି କରି ଖସିବାକୁ ଉଦ୍ୟମ କରୁଥିଲେ । ମାତ୍ର ଧରିଦେଲେ ଷ୍ଟୋରର ମାଲିକ । ତା’ ପରେ ଯାହା ହେଲା ତାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯୁବକଜଣକ ୫ଟି ଟି-ଶାର୍ଟ ପିନ୍ଧିଥିବା ବେଳେ ଆଉ ୫ଟି ଧୋତି ଭିତରେ ଲୁଚାଇଥିଲେ। ଏପରି ରୋଚକ ଘଟଣା ତାମିଲନାଡୁର ଏକ ଗାର୍ମେଟ ଶୋ’- ରୁମ୍‌ରେ ହୋଇଛି। ତାମିଲନାଡ଼ୁରେ ଆଗକୁ ଏକ ଗଣପର୍ବ ରହିଛି।  ଏଥିନିମନ୍ତେ […]

youth caught on camera

Niharika Rout
  • Published: Thursday, 09 September 2021
  • , Updated: 09 September 2021, 01:40 PM IST

ଚେନ୍ନାଇ: ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୧୦ଟି ଟି-ଶାର୍ଟ ଚୋରି କରି ଖସିବାକୁ ଉଦ୍ୟମ କରୁଥିଲେ । ମାତ୍ର ଧରିଦେଲେ ଷ୍ଟୋରର ମାଲିକ । ତା’ ପରେ ଯାହା ହେଲା ତାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯୁବକଜଣକ ୫ଟି ଟି-ଶାର୍ଟ ପିନ୍ଧିଥିବା ବେଳେ ଆଉ ୫ଟି ଧୋତି ଭିତରେ ଲୁଚାଇଥିଲେ। ଏପରି ରୋଚକ ଘଟଣା ତାମିଲନାଡୁର ଏକ ଗାର୍ମେଟ ଶୋ’- ରୁମ୍‌ରେ ହୋଇଛି।

ତାମିଲନାଡ଼ୁରେ ଆଗକୁ ଏକ ଗଣପର୍ବ ରହିଛି।  ଏଥିନିମନ୍ତେ ପ୍ରାୟତଃ ସବୁ ଦୋକାନରେ ଗହଳି ଲାଗି ରହୁଛି। ଏହାର ସୁଯୋଗ ନେଇ ଯୁବକଜଣକ ମାଗଣାରେ କିଛି ଟି-ଶାର୍ଟ ହାତେଇବାକୁ ପୂରା ପ୍ଲାନିଂ କରିଥିଲେ।

ଭିଡ଼ର ସୁଯୋଗ ଦେଖି ଯୁବକଜଣକ ଏକ ଶୋ’ ରୁମ୍‌ରେ ପଶିଥିଲେ। ଏହାପରେ ଟ୍ରାଏଲ ରୁମ୍‌କୁ ଗୋଟିଏ ପରେ ଗୋଟିଏ ଟି-ଶାର୍ଟ ନେଉଥିବା ବେଳେ ତାକୁ ଆଉ ବାହାରକୁ ଆଣୁ ନ ଥିଲେ। ଏହାଦେଖି ଶୋ’ ରୁମ୍‌ର କର୍ମଚାରୀ ତାଙ୍କୁ ଟି-ଶାର୍ଟ କାହିଁ ବୋଲି ପଚାରିଲେ। ମାତ୍ର ସାଇଜ୍‌ ଛୋଟ ହେବାରୁ ତାହାକୁ ଟ୍ରାଏଲ୍‌ ରୁମ୍‌ରେ ରଖି ଦେଇଥିବା ଯୁବକଜଣକ ତାଙ୍କୁ କହିଲେ। ମାତ୍ର ଅବିଶ୍ୱାସ ହେବାରୁ କର୍ମଚାରୀଜଣକ ଟ୍ରାଏଲ ରୁମ୍‌ ଭିତରକୁ ଯାଇ କିଛି ବି ନ ଥିବା ଦେଖିବାକୁ ପାଇଥିଲେ।

ଏନେଇ ସେ ଶୋ’ ରୁମ୍‌ ମାଲିକଙ୍କୁ ଜଣାଇଥିଲେ। ଏହାପରେ ଶୋ’ ରୁମ୍‌ ମାଲିକ ଯୁବକଙ୍କୁ ଅଟକାଇ ଟି-ଶାର୍ଟ କାହିଁ ବୋଲି ପଚାରିଥିଲେ। ପ୍ରଥମେ ପ୍ରଥମେ ଘଟଣାକୁ ମାନୁ ନ ଥିବା ଯୁବକ ପୁଲିସ୍‌ ନାଁ ଶୁଣି ଚୋରି କରିଥିବା ସ୍ୱୀକାର କଲେ। ଏହାପରେ ଧିରେ ଧିରେ ଟି- ଶାର୍ଟ ବାହାର କରିବାକୁ ଲାଗିଲେ।  ସେ ଗୋଟିଏ ପରେ ଗୋଟିଏ ବାହାର କରୁଥିବା ବେଳେ ତାହା ସରିବା ନାଁ ଧରୁ ନ ଥିଲା।

ଯୁବକଜଣକ ଏକାଥରେ ୫ଟି ପିନ୍ଧିଥିବା ବେଳେ ଆଉ ୫ଟି ତାଙ୍କ ଧୋତିରେ ଲୁଚାଇ ରଖିଥିଲେ। ସବୁ ଟି-ଶାର୍ଟ ବାହାର କରିବା ପରେ ଦୋକାନୀ ତାଙ୍କୁ ଧମକ ଦେଇ ଛାଡ଼ି ଦେଇଥିବା ଜଣାଯାଇଛି। ଦୋକାନୀଜଣକ  ସମସ୍ତ ଘଟଣାର  ଭିଡିଓ କରିଥିବା ବେଳେ  ଏନେଇ ଥାନାରେ ଅବଗତ କରି ନ ଥିବା ଜଣାଯାଇଛି। ଏହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Related story