ଆଉ ଏକ ଝଟକା: ଟ୍ରମ୍ପଙ୍କ ଚ୍ୟାନେଲ ଉପରେ ରୋକ ଲଗାଇଲା ୟୁ-ଟ୍ୟୁବ

ୱାଶିଂଟନ: ଗୋଟିଏ ପରେ ଗୋଟିଏ ଝଟକାର ସମ୍ମୁଖୀନ ହେଉଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ ଫେସବୁକ ଓ ପରେ ଟ୍ୱିଟର ତାଙ୍କ ଆଉକାଉଣ୍ଟ ଉପରେ ରୋକ ଲଗାଇଥିବା ବେଳେ ଏବେ ୟୁଟ୍ୟୁବ ସମାନ ପଦକ୍ଷେପ ନେଇଛି। ଆଜି ୟୁ-ଟ୍ୟୁବ ପକ୍ଷରୁ ଟ୍ରମ୍ପଙ୍କ ଚ୍ୟାନେଲ ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇ ଦିଆଯାଇଛି। ସେହିପରି ହିଂସାକୁ ଉସକାଇବା ଭଳି ବୟାନ ଦେଇଥିବା ଭିଡିଓକୁ ମଧ୍ୟ ୟୁ-ଟ୍ୟୁବ ହଟାଇ ଦେଇଛି। ଗତ ସପ୍ତାହରେ ଆମେରିକାର କ୍ୟାପିଟୋଲ ବିଲଡିଂରେ […]

ry

Hemant Lenka
  • Published: Wednesday, 13 January 2021
  • , Updated: 13 January 2021, 12:21 PM IST

ୱାଶିଂଟନ: ଗୋଟିଏ ପରେ ଗୋଟିଏ ଝଟକାର ସମ୍ମୁଖୀନ ହେଉଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଥମ ଫେସବୁକ ଓ ପରେ ଟ୍ୱିଟର ତାଙ୍କ ଆଉକାଉଣ୍ଟ ଉପରେ ରୋକ ଲଗାଇଥିବା ବେଳେ ଏବେ ୟୁଟ୍ୟୁବ ସମାନ ପଦକ୍ଷେପ ନେଇଛି। ଆଜି ୟୁ-ଟ୍ୟୁବ ପକ୍ଷରୁ ଟ୍ରମ୍ପଙ୍କ ଚ୍ୟାନେଲ ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇ ଦିଆଯାଇଛି।

ସେହିପରି ହିଂସାକୁ ଉସକାଇବା ଭଳି ବୟାନ ଦେଇଥିବା ଭିଡିଓକୁ ମଧ୍ୟ ୟୁ-ଟ୍ୟୁବ ହଟାଇ ଦେଇଛି। ଗତ ସପ୍ତାହରେ ଆମେରିକାର କ୍ୟାପିଟୋଲ ବିଲଡିଂରେ ଟ୍ରମ୍ପଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ଏହି ଘଟଣା ପୂର୍ବରୁ ଟ୍ରମ୍ପ ସୋଶାଲ ମିଡିଆରେ ଏକାଧିକ ଉତ୍ତେଜନା ମୂଳକ ଭିଡିଓ ପୋଷ୍ଟ କରିଥିଲେ। ଆଗକୁ ଏପରି ଘଟିବାର ଆଶଙ୍କା ଥିବାରୁ ଗୋଟିଏ ପରେ ଗୋଟିଏ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ରୋକ ଲଗାଇବା ଆରମ୍ଭ କରିଛନ୍ତି।

ୟୁଟ୍ୟୁବ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୭ ଦିନ ପାଇଁ ଟ୍ରମ୍ପଙ୍କ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ ହୋଇପାରିବ ନାହିଁ। ଡୋନାଲ୍ଡ ଜେ ଟ୍ରମ୍ପଙ୍କ ଚ୍ୟାନେଲ ଆମ ଦ୍ୱାରା ପ୍ରଦତ୍ତ ନିୟମକୁ ଉଲ୍ଲଙ୍ଘନ କରିଛି। ବର୍ତ୍ତମାନ ଆମେରିକାରେ ଚାଲିଥିବା ହିଂସାକାଣ୍ଡ ପାଇଁ ଟ୍ରମ୍ପ ୟୁଟ୍ୟୁବରେ ଭିଡିଓ ଅପଲୋଡ କରିଥିଲେ।

ତେଣୁ ସତର୍କତା ଦୃଷ୍ଟିରୁ ଅସ୍ଥାୟୀ ଭାବେ ତାଙ୍କ ଚ୍ୟାନେଲକୁ ବନ୍ଦ କରାଯାଇଛି। ଉକ୍ତ ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି। ସେହିପରି ଟ୍ରମ୍ପଙ୍କ ଚ୍ୟାନେଲରେ ଥିବା କମେଣ୍ଟ ବିକଳ୍ପକୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ୟୁଟ୍ୟୁବ ପକ୍ଷରୁ କୁହାଯାଇଛି।

ଗତ ସପ୍ତାହରେ ଫେସବୁକ ପକ୍ଷରୁ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ଟ୍ୱିଟର ମଧ୍ୟ ସବୁ ଦିନ ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିଛି।

Related story