ଭିଡିଓ କନଫରେନ୍ସିଂ ପାଇଁ ଜୁମ୍ ଆପ୍ ନିରାପଦ ନୁହେଁ

ନୂଆଦିଲ୍ଲୀ: ଲକଡାଉନ ବେଳେ ଭିଡିଓ କନଫରେନସିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଆଜି ଏ ନେଇ ସ୍ପଷ୍ଟ କରିଛନ୍ତି। ଲକଡାଉନ ବେଳେ ବ୍ୟବସାୟିକ ବୈଠକ ଏବଂ ଭିଡିଓ କନଫରେନସିଂ ପାଇଁ ଏହି ଆପର ଲୋକପ୍ରିୟତା ବଢ଼ିଛି। ଅଧିକାଂଶ ଲୋକ ଏବେ ଏହି ଆପର ବ୍ୟବହାର କରୁଛନ୍ତି। ଜୁମ୍ ଆପର ବିଶେଷତ୍ୱ ହେଉଛି କମ୍ ଡାଟା ଖର୍ଚ୍ଚରେ ଉଚ୍ଚ ଗୁଣବତ୍ତାର ବାର୍ତ୍ତାଳାପ ହୋଇପାରିବ। ଏହି ଆପରେ ଡାଟା ହ୍ୟାକିଂ ଓ ସାଇବର […]

zoom app

Subhransu Sekhar
  • Published: Thursday, 16 April 2020
  • , Updated: 16 April 2020, 08:32 PM IST

ନୂଆଦିଲ୍ଲୀ: ଲକଡାଉନ ବେଳେ ଭିଡିଓ କନଫରେନସିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ। କେନ୍ଦ୍ର ସରକାର ଆଜି ଏ ନେଇ ସ୍ପଷ୍ଟ କରିଛନ୍ତି। ଲକଡାଉନ ବେଳେ ବ୍ୟବସାୟିକ ବୈଠକ ଏବଂ ଭିଡିଓ କନଫରେନସିଂ ପାଇଁ ଏହି ଆପର ଲୋକପ୍ରିୟତା ବଢ଼ିଛି। ଅଧିକାଂଶ ଲୋକ ଏବେ ଏହି ଆପର ବ୍ୟବହାର କରୁଛନ୍ତି। ଜୁମ୍ ଆପର ବିଶେଷତ୍ୱ ହେଉଛି କମ୍ ଡାଟା ଖର୍ଚ୍ଚରେ ଉଚ୍ଚ ଗୁଣବତ୍ତାର ବାର୍ତ୍ତାଳାପ ହୋଇପାରିବ।

ଏହି ଆପରେ ଡାଟା ହ୍ୟାକିଂ ଓ ସାଇବର ଆକ୍ରମଣର ସମ୍ଭାବନା ରହିଥିବାରୁ ସରକାର ଏହି ଆପକୁ ବ୍ୟବହାର ନକରିବାକୁ ଆହ୍ୱାନ କରିଛନ୍ତି। ଏମିତିକି ଜୁମ୍ ଆପରେ ଲଗଇନ୍ କଲେ ବ୍ୟବହାର ହେଉଥିବା ଆଇଡି ପାସଓ୍ୱାର୍ଡ ମଧ୍ୟ ସୁରକ୍ଷିତ ନୁହେଁ। ଏହା ସୁରକ୍ଷିତ ନହେବାର କାରଣ ଏହି ଆପ୍ ଆମେରିକାନ କମ୍ପାନୀ ହେଲେ ମଧ୍ୟ ଅନେକ ସର୍ଭର ଚାଇନାରେ ରହିଛି। ଲୋକପ୍ରିୟ ଟିକଟକ ଆପର ସର୍ଭର ମଧ୍ୟ ଚାଇନାରେ ରହିଛି। ଜର୍ମାନୀ, ସିଙ୍ଗାପୁର ଓ ତାଇଓ୍ୱାନ ସରକାର ଏହି ଆପର ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ପୂର୍ବରୁ ଗୁଗୁଲ ମଧ୍ୟ ନିଜ କର୍ମଚାରୀଙ୍କୁ ଜୁମ୍ ଆପର ବ୍ୟବହାର କରିବାକୁ ମନାକରିଛି।

Related story