କୋଭିଶିଲ୍ଡ, କୋଭାକ୍ସିନ୍ ପରେ ଆଉ ଏକ ଟିକା ଅନୁମତି ଆଶାରେ

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛି। ଏବେ ଆଉ ଏକ ଟିକା ଜାୟଡସ କ୍ୟାଡିଲାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ମିଳିଛି। କୋଭାକ୍ସିନ୍ ଦେଶର ପ୍ରଥମ ସ୍ୱଦେଶୀ ଟିକା ହୋଇଥିବା ବେଳେ ଜାୟଡସ କ୍ୟାଡିଲା ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା। ତେବେ ଦେଶର ପ୍ରଥମ ସ୍ୱଦେଶୀ ଡିଏନଏ ଟିକା ଭାବରେ ରେକର୍ଡ କରିଛି ଏହି କ୍ୟାଡିଲା […]

ZYDUS-CADILA

ZYDUS-CADILA

Subhransu Sekhar
  • Published: Monday, 04 January 2021
  • Updated: 04 January 2021, 10:37 AM IST

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛି। ଏବେ ଆଉ ଏକ ଟିକା ଜାୟଡସ କ୍ୟାଡିଲାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମତି ମିଳିଛି। କୋଭାକ୍ସିନ୍ ଦେଶର ପ୍ରଥମ ସ୍ୱଦେଶୀ ଟିକା ହୋଇଥିବା ବେଳେ ଜାୟଡସ କ୍ୟାଡିଲା ଦେଶର ଦ୍ୱିତୀୟ ସ୍ୱଦେଶୀ ଟିକା।

ତେବେ ଦେଶର ପ୍ରଥମ ସ୍ୱଦେଶୀ ଡିଏନଏ ଟିକା ଭାବରେ ରେକର୍ଡ କରିଛି ଏହି କ୍ୟାଡିଲା ଟିକା। ଏହି ଟିକା ପ୍ରସ୍ତୁତିକୁ ବିଆଇଆରଏସି ଏବଂ କେନ୍ଦ୍ରର ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ ଥିବା ନ୍ୟାଶନାଲ ବାୟୋଫାର୍ମା ମିଶନ୍ (ଏନବିଏମ୍) ସମର୍ଥନ କରିଛି।

ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ବିଶେଷଜ୍ଞ କମିଟି ସନ୍ତୁଷ୍ଟ ହେବା ପରେ ତୃତୀୟ ପର୍ଯ୍ୟାୟ ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଡିବିଟିର ସଚିବ ଡକ୍ଚର ରେଣୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି ଟିକା ଖୁବଶୀଘ୍ର ଅନୁମତି ପାଇବ ବୋଲି କୁହାଯାଉଛି।

ଦୁଇଟି ପର୍ଯ୍ୟାୟର ପରୀକ୍ଷା ରିପୋର୍ଟ ଅନୁଯାୟୀ ଏହା ନିରାପଦ। ଏହି ଟିକାର ତିନୋଟି ଡୋଜ ନେଲେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇ ପାରିବ। ସ୍ୱଳ୍ପ ବ୍ୟବଧାନରେ ତିନୋଟି ଡୋଜ ନେବାକୁ ହେବ। ଜାଇଡସ କ୍ୟାଡିଲା ଭାରତରେ ୧୦୦୦ରୁ ଅଧିକ ସ୍ୱେଚ୍ଛାସେବୀମାନଙ୍କ ଉପରେ ଏହି ଡିଏନ୍ଏ ଟିକା କରଣ କରିଛି।

ଗତକାଲି ଏ ନେଇ ଡିସିଜିଆଇ ପ୍ରେସ କନଫରେନ୍ସ କରି କହିଛି, "କ୍ୟାଡିଲା ହେଲ୍‍ଥ କେୟାର ସଂସ୍ଥା କୋଭିଡ ମୁକାବିଲା ପାଇଁ ଯେଉଁ ଟିକା ପ୍ରସ୍ତୁତ କରିଛି ତାହାର ନାମ ଏନ୍‍-କଭ୍‍ ଭ୍ୟାକ୍ସିନ। ଡିଏନ୍‍ଏ ପ୍ଲାଟଫର୍ମ ଟେକ୍‍ନୋଲଜି ବ୍ୟବହାର କରି କ୍ୟାଡିଲା ଏହି ଟିକା ବିକଶିତ କରିଛି । ଏହି ଫାର୍ମା ପକ୍ଷରୁ ଦେଶରେ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ପ୍ରୟୋଗ ୧ ହଜାରରୁ ଅଧିକ ଲୋକଙ୍କ ଉପରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସେହି ପରୀକ୍ଷା କାର୍ଯ୍ୟ ଚାଲିଛି । ଏହି କ୍ଲିନିକାଲ ଟ୍ରାଏଲରୁ ମିଳିଥିବା ଅନ୍ତରୀଣ ଡାଟାରୁ ଜଣାପଡିଛି ଯେ ଏହି ଟିକା ନିରାପଦ ଏବଂ ଏହାର ରୋଗ ନିରୋଧକ ଶକ୍ତି ଭଲ । ଏହି ଟିକାକୁ ଇଂଜେକ୍ସନ ଆକାରରେ ନିୟମିତ ବ୍ୟବଧାନରେ ୩ ଥର ନେବାକୁ ପଡିବ । ଏହି ସଂସ୍ଥା ପକ୍ଷରୁ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନ କରାଯାଇଛି । ଏଥିରେ ୨୬,୦୦୦ ଭାରତୀୟଙ୍କୁ ପରୀକ୍ଷାମୂଳକଭାବେ ଏହି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ସେହି ପରୀକ୍ଷାକୁ ଅବ୍ୟାହତ ରଖିବାକୁ ବିଷୟ ବିଶେଷଜ୍ଞ କମିଟି ମଧ୍ୟ ସୁପାରିସ କରିଛି "।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos