Advertisment

ପରିଚୟ ହରାଇବ ଧାରା ୪୨୦, ହତ୍ୟା ପାଇଁ ଲାଗିବ ୧୦୧

ଏହା ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଫିଲ୍କ ହେଲା ରାଜ କପୁରଙ୍କ ଶ୍ରୀ ୪୨୦। କିନ୍ତୁ ଏବେ ଏହି ଚର୍ଚ୍ଚିତ ଧାରା ୪୨୦ ତା’ର ପରିଚୟ ହରାଇବାକୁ ଯାଉଛି।

Section 420

Section 420

Advertisment

୪୨୦ କହିଲେ ଗୋଟିଏ କଥା ମନକୁ ଆସେ। ଆଉ ସେଇଟା ହେଲା ଠକେଇ। ପ୍ରତିଶ୍ରୁତି ପୂରଣ କରି ପାରୁ ନଥିବା ଲୋକଙ୍କୁ ସାଧାଣତଃ ୪୨୦ କହି ତାଚ୍ଛଲ୍ୟ ମଧ୍ୟ କରାଯାଏ। ଭାରତୀୟ ପିଙ୍ଗଲ କୋଡ(ଆଇପିସି)ର ଏହି ଧାରାକୁ ନେଇ ବଲିଡଉରେ ଅନେକ ଫିଲ୍ମ ତିଆରି ହୋଇଛି।

Advertisment

ଏହା ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଫିଲ୍କ ହେଲା ରାଜ କପୁରଙ୍କ ଶ୍ରୀ ୪୨୦। କିନ୍ତୁ ଏବେ ଏହି ଚର୍ଚ୍ଚିତ ଧାରା ୪୨୦ ତା’ର ପରିଚୟ ହରାଇବାକୁ ଯାଉଛି। କାରଣ ଭାରତ ସରକାର ଆଣିଥିବା ଭାରତୀୟ ନ୍ୟାୟ ସଂହିତା ବିଲ୍‌ ୨୦୨୩ରେ ଏବେ ୪୨୦ ଧାରା ୩୧୬ ଭାବେ ପରିଚୟ ହାସଲ କରିବେ। ୪୨୦ରେ ଯେଉଁ ସବୁ ଅପରାଧ ଆସୁଥିଲା, ସେଗୁଡ଼ିକୁ ୩୧୬ ଧାରା ଅଧୀନରେ ବିଚାର କରାଯିବ।

ଭାରତର ସରକାରଙ୍କ ପ୍ରସ୍ତାବିତ ନୂଆ ଆଇନରେ ପରିବର୍ତ୍ତନ କେବଳ ୪୨୦ରେ ସୀମିତ ନାହିଁ। ଆଉ ଏକ ଚର୍ଚ୍ଚିତ ଦଫା ୩୦୨(ହତ୍ୟା)କୁ ବଦଳି ଯିବ। ଏବେ ହତ୍ୟା ମାମଲା ଧାରା ୧୦୧ ଅଧୀନରେ ରହିବ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଏ। ଏହାଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଲୋକମାନେ ଏକାଠି ହୋଇପାରିବେ ନାହିଁ। ଏହାକୁ ମଧ୍ୟ ପ୍ରସ୍ତାବିତ ନୂଆ ଆଇନରେ ପରିବର୍ତ୍ତନ କରାଯାଇଛି। ଏବେ ୧୪୪ ବଦଳରେ ୧୮୭ ଲାଗୁ କରାଯିବ।

Advertisment

ନୂଆ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଲୋକସଭାରେ ସ୍ୱତନ୍ତ୍ର ବିଲ୍ ଆଣିଥିଲେ। ଏବେ ଏହି ବିଲ୍‌ ସିଲେକ୍ଟ କମିଟି ପାଖକୁ ଯାଇଛି। ସରକାର କହିଛନ୍ତି ଯେ ଆଇପିସି ବ୍ରିଟିଶ ଅମଳର। ସମୟକ୍ରମେ ଏଥିରେ ବିଭିନ୍ନ ଧାରା ଓ ଉପ ଧାରା ଯୋଡ଼ା ଯାଉଛି। ତେଣୁ ଏହା ଦିନକୁ ଜଟିଳ ହେବାରେ ଲାଗିଛି।

ପରିସ୍ଥିତିକୁ ଦେଖି ଆଇନରେ ପରିବର୍ତ୍ତନ ଓ ଏହାକୁ ଅଧିକ ସହଜ ପାଇଁ ଉଦ୍ୟମ ହୋଇଛି। ନିର୍ଭୟା ଓ ବିଭିନ୍ନ କୋର୍ଟଙ୍କ ରାୟ ଯୋଗୁ ଦେଶର ୩ ଅପରାଧିକ ଆଇନରେ ବାରମ୍ବାର ସଂଶୋଧନ କରାଯାଇଥିଲା। କିନ୍ତୁ ସଂଶୋଧନ ବେଳେ ଏହା ଅଧିକ ଜଟିଳ ହେବାରେ ଲାଗିଥିଲା। ତେଣୁ ସରକାର ନୂଆ ଆଇନ ଆଣିଥିବା କହିଛନ୍ତି।

ଭାରତୀୟ ନ୍ୟାୟ ସଂହିତାରେ ୩୫୬ଟି ଧାରା ରହିବ। ପୂର୍ବରୁ ଆଇପିସିରେ ୫୧୧ଟି ଧାରା ରହିଥିଲା। ଏହା ମଧ୍ୟରେ ୧୭୫ଟି ଧାରା ସମୟକ୍ରମେ ସଂଶୋଧନ ପରେ ଯୋଡ଼ା ଯାଇଛି। ଭାରତୀୟ ନ୍ୟାୟ ସଂହିତାରେ ୮ଟି ନୂଆ ଧାରା ଯୋଡ଼ା ଯାଇଥିବା ବେଳେ ୨୨ଟି ବଦଳା ଯାଇଛି।

କେବଳ ଆଇପିସି ନୁହେଁ, ୪୦ ବର୍ଷ ପୁରୁଣା ସିଆରପିସି ମଧ୍ୟ ଏଣିକି ଭାରତୀୟ ନାଗରିକ ସୁରକ୍ଷା ସଂହିତା ନାଁରେ ପରିଚିତ ହେବ। ଭାରତୀୟ ପ୍ରମାଣ ଆଇନର ନାଁ ଭାରତୀୟ ସାକ୍ଷ୍ୟ ଅଭିନିୟାମ ରହିବ।

Lok Sabha New Law
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe