Advertisment

ଆଦାନି-ହିଣ୍ଡେନବର୍ଗ ମାମଲା: ଦୁଇମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ସେବି ଉଭୟ ହିଣ୍ଡେନବର୍ଗ ରିପୋର୍ଟ ଏବଂ ଏଥିରେ ଆଦାନି ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଛି।

ଅଦ୍ୟତନ ହୋଇଛି
undefined

Supreme Court

Advertisment

ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(ସେବି)କୁ ଏହାର ଯାଞ୍ଚ ଶେଷ କରି ଏହାର ରିପୋର୍ଟ ଦୁଇମାସ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେବି ଉଭୟ ହିଣ୍ଡେନବର୍ଗ ରିପୋର୍ଟ ଏବଂ ଏଥିରେ ଆଦାନି ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପପତି ଡିୱାଇ ଚନ୍ଦ୍ରଚୂଡ଼ ନେତୃତ୍ୱରେ ଗଠିତ ହୋଇ ଥିବା ବେଞ୍ଚ କହିଛନ୍ତି ଯେ, ନିୟାମକ ସଂସ୍ଥା ସେବି ଏହି ମାମଲାର ଅନ୍ୟାନ୍ୟ ଦିଗ ଉପରେ ଅନୁସନ୍ଧାନ କରିବା ଉଚତ୍‌। ବେଞ୍ଚ କହିଛନ୍ତି ଯେ, ଷ୍ଟକ୍ ମୂଲ୍ୟର ଉଲ୍ଲଂଘନ ଏବଂ ହେରଫେର ହୋଇଛି କି ନାହିଁ ସେବି ଅନୁସନ୍ଧାନ କରିବା ଆବଶ୍ୟକ।

Advertisment

ଷ୍ଟକ୍ ମାର୍କେଟର ନିୟାମକ ପ୍ରଣାଳୀର ବିଦ୍ୟମାନ ଢ଼ାଞ୍ଚାକୁ ସମୀକ୍ଷା କରିବା ପାଇଁ ଶୀର୍ଷ ଅଦାଲତ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରିଛନ୍ତି। କମିଟିର ମୁଖ୍ୟ ଭାବେ ଅବସରପ୍ରାପ୍ତ ଜଷ୍ଟିସ ଏମ ସାପ୍ରେଙ୍କୁ ସର୍ବୋଚ୍ଚ ନ୍ୟାଳୟ ନିଯୁକ୍ତ କରିଛନ୍ତି। ଏଥିରେ ଓପି ଭଟ୍ଟ, ଜଷ୍ଟିସ କେ.ପି ଦେବଦତ୍ତ, କେ.ଭି କାମାତ, ନନ୍ଦନ ନିଲକାନି ଏବଂ ସୋମାସେଖର ସୁନ୍ଦରେସନ।ଙ୍କୁ ଅନ୍ୟ ସଦସ୍ୟ ଭାବେ ମନୋନୀତ କରାଯାଇଛି। 

ପୂର୍ବରୁ ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗରେ କୋର୍ଟ ରାୟ ଆସିବା ପର୍ଯ୍ୟନ୍ତ ଉକ୍ତ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂ ବନ୍ଦ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଆଇନଜୀବୀ ଏମ୍‌ ଏଲ୍‌ ଶର୍ମା ଉକ୍ତ ପ୍ରସଙ୍ଗରେ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାପାଇଁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ଭଳି କୌଣସି ନିର୍ଦ୍ଦେଶ ଆମେ ଦେଇପାରିବୁନି। କେବେ ବି ଆମେ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାପାଇଁ ନିର୍ଦ୍ଦେଶ ଦେଇନୁ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment
Adani Enterprises
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe