Advertisment

ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଅସାମ୍ବିଧାନିକ? କ'ଣ କହିଲେ ସୁପ୍ରିମକୋର୍ଟ, ଜାଣନ୍ତୁ

ରାଜ୍ୟରେ ଏକ କିମ୍ବା ଏକାଧିକ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଜଣେ ଆବେଦନକାରୀ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

କୌଣସି ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଅସାମ୍ବିଧାନିକ ନୁହେଁ। ଏହା କୌଣସି ଆଇନର ଉଲ୍ଲଙ୍ଘନ କରୁନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ଖାରଜ କରି ଏପରି ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Advertisment

ସୂଚନା ଅନୁସାରେ, ଜଣେ ଆବେଦନକାରୀ ରାଜ୍ୟରେ ଏକ କିମ୍ବା ଏକାଧିକ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ବିଧାନରେ କୌଣସି ପଦବୀ ଧାର୍ଯ୍ୟ କରାଯାଇ ନାହିଁ ଏବଂ ଏହା ସମ୍ବିଧାନର ଧାରା 14 (ସମାନତା ଅଧିକାର)କୁ ଉଲ୍ଲଙ୍ଘନ କରୁଛି ବୋଲି ସେ ଦାବି କରିଥିଲେ। 

ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିଛି, ଏପରି ନିଯୁକ୍ତିର କୌଣସି ଆଧାର ନାହିଁ ଏଥିରେ ରୋକ୍ ଲଗାଯାଉ ବୋଲି ସେ ଆବେଦନ କରିଥିଲେ।

Advertisment

ଏ ଉପରେ ବିଚାର କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଆବେଦନକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏହା ଅସାମ୍ବିଧାନିକ ନୁହେଁ। ବିଭିନ୍ନ ରାଜ୍ୟ ଏହି ପ୍ରକ୍ରିୟାକୁ ଗ୍ରହଣ କରିଛନ୍ତି। ବରିଷ୍ଠ ନେତାମାନଙ୍କୁ କିମ୍ବା ମେଣ୍ଟ ସରକାରରେ ନେତାମାନଙ୍କୁ ଗୁରୁତ୍ୱ ଦେବା ପାଇଁ ଏପରି କରାଯାଉଛି। 

ଜଣେ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ। ଏହା ସମ୍ବିଧାନର ଉଲ୍ଲଂଘନ କରୁନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

ଦେଶରେ ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାକୁ ଆପଣାଇଛନ୍ତି। କେତେକ ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯାଉ ଥିବାବେଳେ ଅନ୍ୟ କେତେକ ରାଜ୍ୟରେ ଏହା କରାଯାଉ ନାହିଁ। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ପାଞ୍ଚ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ଜଣେ ଉପମୁଖ୍ୟମନ୍ତ୍ରୀ ପଦ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ଏବଂ ସେମାନଙ୍କ ଦରମା ଓ ଭତ୍ତା ମଧ୍ୟ ସମାନ।

Supreme Court Deputy Chief Minister Appointment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe