Advertisment

ପ୍ରତିରକ୍ଷା ମନ୍ତ୍ରଣାଳୟ ଆଇନକୁ ନିଜ ହାତକୁ ନେଇ ପାରିବ ନାହିଁ, ବର୍ଷିଲେ ସୁପ୍ରିମକୋର୍ଟ

ପ୍ରତିରକ୍ଷା ମନ୍ତ୍ରଣାଳୟ ଆଇନକୁ କେବେ ହେଲେ ନିଜ ହାତକୁ ନେଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

OROP

OROP

Advertisment

ୱାନ ରାଙ୍କ-ୱାନ ପେନସନ(ଓଆରଓପି)ର ବେକୟା ଅର୍ଥକୁ ୪ଟି କିସ୍ତିରେ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଇନକୁ କେବେ ହେଲେ ନିଜ ହାତକୁ ନେଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସୀମା ଓ ଜଷ୍ଟିସ ଜେବି ପାର୍ଡିୱାଲାଙ୍କ ଖଣ୍ଡପୀଠ ବେଶ କଡ଼ା ସ୍ୱରରେ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇ ଜାନୁଆରୀ ୨୦ରେ ଜାରି ହୋଇଥିବା ନୋଟିସକୁ ପ୍ରତ୍ୟାହାର କରିବାକୁ କହିଛନ୍ତି। ଏହି ନୋଟିସରେ ସରକାର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସେମାନଙ୍କ ବକେୟା ୪ଟି କିସ୍ତିରେ ପ୍ରଦାନ କରିବେ ବୋଲି କହିଥିଲେ।

ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କହିଛନ୍ତି ଯେ କେନ୍ଦ୍ର ସରକାର ପୂର୍ବତନ କର୍ମଚାରୀମାନଙ୍କୁ ଓଆରଓପିର ବକେୟାର ଗୋଟିଏ କିସ୍ତି ପ୍ରଦାନ କରିଛନ୍ତି। ବାକି ବକେୟାର ଅର୍ଥ ଦେବାକୁ କିଛି ସମୟ ଚାହୁଁଛନ୍ତି। ତେବେ ଖଣ୍ଡପୀଠ ଏହା ଶୁଣି ବିରକ୍ତ ହୋଇଥିଲେ। ଏଜି ଭେଙ୍କଟରମଣିଙ୍କୁ କହିଥିଲେ ଯେ “ପ୍ରଥମେ ଜାନୁଆରୀ ୨୦ରେ ଓଆରଓପି ବକେୟାକୁ ନେଇ ଜାରି ହୋଇଥିବା ଆପଣଙ୍କର ନୋଟିସକୁ ପ୍ରତ୍ୟାହାର କରନ୍ତୁ। ଏହାପରେ ଆପଣ ସମୟ ପାଇଁ କରିଥିବା ଆବେଦନକୁ ବିଚାର କରାଯିବ।”

Advertisment

ଖଣ୍ଡପୀଠଙ୍କ କହିବା କଥା ସୁପ୍ରିମକୋର୍ଟ ଓଆରଓପିକୁ ନେଇ ଦେଇଥିବା ରାୟକୁ ଜାନୁଆରୀ ୨୦ ନୋଟିସ ସଂପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ କରିଛି। ମନ୍ତ୍ରଣାଳୟ କେବେ ହେଲେ ଏକପାଖିଆ ଭାବେ ଓଆରଓପି ବକେୟାକୁ ୪ଟି କିସ୍ତିରେ ଦେବେ ବୋଲି କହିପାରିବେ ନାହିଁ। କେତେ ଟଙ୍କା ଦିଆଯିବ? ପ୍ରାଥମିକତା ଭିତ୍ତିରେ କାହାକୁ ଦିଆଯିବ ଓ କ’ଣ ସବୁ ପ୍ରାବଧାନ ରହିବ, ତା’ର ବିସ୍ତୃତ ତଥ୍ୟ ଦେବାକୁ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, “ଆମେ ଚାହୁଁଛୁ ଯେ କିଛି ନିର୍ଦ୍ଦିଷ୍ଟ ବର୍ଗୀକରଣ ବ୍ୟବସ୍ଥା ରହୁ ଓ ବୟସ୍କ ଲୋକଙ୍କୁ ପ୍ରଥମେ ବକେୟାର ଅର୍ଥ ଦିଆଯାଉ। ଏହି ବିବାଦ ଆରମ୍ଭ ହେବା ଦିନଠାରୁ ୪ ଲକ୍ଷରୁ ଅଧିକ ପେନସନ ଉପଭୋକ୍ତା ପ୍ରାଣ ହରାଇ ସାରିଲେଣି।”

Supreme Court OROP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe