ପୁଣି ଥରେ ବିବାହ କଲେ ଭାରତର ପୂର୍ବତନ ସଲିସିଟର ଜେନେରାଲ୍ ହରିଶ ସାଲଭେ। 68 ବର୍ଷ ବୟସରେ ସାଲଭେଙ୍କ ତୃତୀୟ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଗତକାଲି ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ତ୍ରିନାଙ୍କୁ ବିବାହ କରିଛନ୍ତି ହରିଶ। ନୀତା ଅମ୍ବାନି, ଲଳିତ ମୋଦି, ଉଜ୍ଜ୍ୱଳା ରାଉତଙ୍କ ଭଳି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବିବାହ ଉତ୍ସବରେ ଯୋଗଦେଇଛନ୍ତି।
ରିପୋର୍ଟ ଅନୁସାରେ ପୂର୍ବରୁ ଦୁଇ ଦୁଇ ଥର ବିବାହ କରିସାରିଛନ୍ତି ସାଲଭେ। ସେ ପ୍ରଥମେ ମୀନାକ୍ଷୀ ସାଲଭେଙ୍କୁ ବିବାହ କରିଥିଲେ। ସେମାନଙ୍କର ସାକ୍ଷି ଓ ସାନିଆ ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି। କିନ୍ତୁ ବିବାହର 38 ବର୍ଷ ପରେ 2020ରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ଏହାପରେ ସେ 2020ରେ କାରୋଲାଇନ୍ ବ୍ରୋସର୍ଡଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ପୁଣି ତ୍ରିନାଙ୍କୁ ତୃତୀୟ ବିବାହ କରିଛନ୍ତି ସାଲଭେ।
Former Solicitor general of India, #HarishSalve got married for the 3rd time. Nita Ambani, Lalit Modi amongst others attended the ceremony.
Hopefully he is lucky the third time. pic.twitter.com/RVSPXyTujC— Kumar Mihir Mishra (@Mihirlawyer) September 4, 2023
ପୂର୍ବତନ ସଲିସିଟର ଜେନେରାଲ୍ ସାଲଭେ ବହୁ ବିବାଦୀୟ ମାମଲାରେ ଆଇନଜୀବୀ ଭାବେ ଦାୟିତ୍ୱ ନିଭାଇ ବେଶ୍ ପରିଚିତ। ସେ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି। ପାକିସ୍ତାନରେ ଗୃହବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କ ମାମଲାଠାରୁ ଆରମ୍ଭ କରି ସଲମାନ ଖାନଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାରେ ମଧ୍ୟ ସେ ଅଂଶବିଶେଷ ଥିଲେ। ନଭେମ୍ବର 1999 ରୁ ନଭେମ୍ବର 2002 ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଭାବରେ କାର୍ଯ୍ୟ କରିଥିବା ସାଲଭେ ଜାନୁଆରୀରେ ୱେଲ୍ସ ଆଣ୍ଡ ଇଂଲଣ୍ଡ କୋର୍ଟ ପାଇଁ କ୍ୟୁଇନ୍ସ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ।
2015 ରେ ସାଲଭେଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ମଧ୍ୟରୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା।
ସାଲଭେ ନାଗପୁର ବିଶ୍ୱବିଦ୍ୟାଳୟରୁ LLB ଅଧ୍ୟୟନ କରିଥିଲେ। ସେ ଭାରତର ସଲିସିଟର ଜେନେରାଲ ଭାବରେ ନିଯୁକ୍ତ ହେବା ପୂର୍ବରୁ 1992 ରେ ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ।