Advertisment

ପ୍ରଥମଥର ପାଇଁ ଭାରତରେ ଠାବ ହେଲା ଲିଥିୟମ ଭଣ୍ଡାର, ହୋଇପାରେ ଗେମ ଚେଞ୍ଜର

ଇଲେକ୍ଟ୍ରିକ୍ ଭେହିକିଲର ପ୍ରମୁଖ ଅଂଶ ଭାବେ ଜଣାଣୁଣା ଲିଥିୟମର ଡିମାଣ୍ଡ ସାରା ବିଶ୍ୱରେ ବେଶ ଅଧିକ।

Lithium reserves

Lithium reserves

Advertisment

ଧଳା ସୁନା କୁହାଯାଉଥିବା ଲିଥିୟମ ଭଣ୍ଡାର ପ୍ରଥମଥର ପାଇଁ ଭାରତରେ ଠାବ ହୋଇଛି। ଇଭି ବା ଇଲେକ୍ଟ୍ରିକ୍ ଭେହିକିଲର ପ୍ରମୁଖ ଅଂଶ ଭାବେ ଜଣାଣୁଣା ଲିଥିୟମର ଡିମାଣ୍ଡ ସାରା ବିଶ୍ୱରେ ବେଶ ଅଧିକ। ଏଭଳି ସ୍ଥିତିରେ ଜମ୍ମୁ- କଶ୍ମୀରର ରିଆସି ଜିଲ୍ଲାରୁ ୫.୯ ମିଲିୟନ ଟନର ଲିଥିୟମ ଖଣି ଠାବ କରିଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ। ଏଥିସହ ଅନ୍ୟ କିଛି ରାଜ୍ୟରୁ ସର୍ଭେ ବେଳେ ସୁନା ଖଣି ମଧ୍ୟ ଠାବ ହୋଇଛି।

Advertisment

ଆଧୁନିକ ରିଚାର୍ଜେବୁଲ ବ୍ୟାଟେରିରେ ବ୍ୟବହାର ହେଉଥିବା ଲିଥିୟମ ଧାତୁ ପ୍ରଥମ ଥର ପାଇଁ ପାଇଁ ଭାରତରେ ଠାବ ହୋଇଥିବାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରରୁ ୫୦ ଲକ୍ଷ ୯୦ ହଜାର ଟନ ଲିଥିୟମର ପ୍ରାକୃତିକ ଭଣ୍ଡାର ଠାବ ହୋଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ଲିଥିୟମ ହେଉଛି ଏକ ଦୁର୍ଲଭ ତଥା ମୂଲ୍ୟବାନ ଅଣଲୌହ ଧାତୁ। ଏହାକୁ କାଚ, ସେରାମିକ୍, ଆଲୁମିନିୟମ, ଗ୍ରୀଜ୍, ଔଷଧ ଓ ଏୟାର କଣ୍ଡିସନର୍ ଆଦି ବିଭିନ୍ନ ଶିଳ୍ପରେ ବ୍ୟବହାର କରାଯାଏ। ତେବେ ଏହାର ଅଧିକ ଡିମାଣ୍ଡ ରିଚାର୍ଜେବୁଲ ବ୍ୟାଟେରି ପାଇଁ ରହିଛି। ମୋବାଇଲ, ଲ୍ୟାପଟପ୍‌ ଠାରୁ ଆରମ୍ଭ କରି ବିଦ୍ୟୁତ ଚାଳିତ ଗାଡ଼ି ବା ଇଭିରେ ଲିଥିୟମ ଆୟନ ବ୍ୟାଟେରିର ବ୍ୟବହାର ହୋଇଥାଏ।

Advertisment

ଲିଥିୟମ ଏଭଳି ଏକ ଧାତୁ, ଯାହାର ଓଜନ ଓ ଆୟତନ ତୁଳନାରେ ବିଦ୍ୟୁତ ଶକ୍ତି ସଂରକ୍ଷଣ କ୍ଷମତା ଖୁବ୍ ଅଧିକ। ଏହା ଖୁବ୍ ହାଲୁକା ଧାତୁ। ଲିଡ୍-ଏସିଡ୍ ବ୍ୟାଟେରି ତୁଳନାରେ ଲିଥିୟମ ଆୟନ ବ୍ୟାଟେରିକୁ ହଜାର ହଜାର ଥର ରିଚାର୍ଜ କରାଯାଇପାରିବ। ତେଣୁ ଭାରତରୁ ଏଭଳି ଲିଥିୟମ ଭଣ୍ଡାର ଠାବ ହୋଇଥିବାରୁ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।

କେବଳ ଲିଥିୟମ ଭଣ୍ଡାର ନୁହେଁ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ୧୧ଟି ରାଜ୍ୟରୁ ୫୧ଟି ବିଭିନ୍ନ ମିନେରାଲ୍ ବ୍ଲକ୍ ବା ଖଣି ଠାବ କରି ସମ୍ପୃକ୍ତ ରାଜ୍ୟକୁ ହସ୍ତାନ୍ତର କରିଛି । ଜମ୍ମୁ-କଶ୍ମୀର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ଝାରଖଣ୍ଡ, କର୍ଣ୍ଣାଟକା, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ ଓ ତେଲେଙ୍ଗାନାରେ ଏହି ଖଣି ଠାବ ହୋଇଛି ।

୫୧ଟିରୁ ୫ଟି ହେଉଛି ସୁନା ଖଣି। ଅନ୍ୟ ଖଣିଜ ଗୁଡ଼ିକ ହେଉଛି ପଟାସ, ମଲିବଡେନମ୍ ଓ ଅନ୍ୟ ବେସ୍ ମେଟାଲ। କୋଇଲା ଓ ଲିଗ୍ନାଇଟ୍ ସମେତ ମୋଟ ୭ ହଜାର ୮୯୭ ମିଲିୟନ ଟନ୍ ଖଣିଜ ଭଣ୍ଡାର ସଂପର୍କିତ ରିପୋର୍ଟ କେନ୍ଦ୍ର କୋଇଲା ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି। ୨୦୧୮-୧୯ରୁ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏହି ଗବେଷଣା ଜାରି ରଖିଥିଲା ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି।

Jammu Kashmir Lithium
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe