Advertisment

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେକୁ ଉଦ୍‌ଘାଟନ କଲେ ମୋଦି

ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଅନ୍ତର୍ଗତ ଦିଲ୍ଲୀ-ଦାଉସା-ଲାଲସୋଟ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

Narendra Modi

Narendra Modi

Advertisment

ରାଜସ୍ଥାନର ଦୌସାରେ ୧୮ ହଜାର ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଅନ୍ତର୍ଗତ ଦିଲ୍ଲୀ-ଦାଉସା-ଲାଲସୋଟ ଏକ୍ସପ୍ରେସୱେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

Advertisment

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଏହା ସମ୍ପୂର୍ଣ୍ଣ ହୋଇଥିବା ପ୍ରଥମ ପର୍ଯ୍ୟାୟ। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ୧ ହଜାର ୩୮୬ କିଲୋମିଟର ଲମ୍ବ ସହିତ ଭାରତର ଦୀର୍ଘତମ ଏକ୍ସପ୍ରେସୱେ ହେବ । ଏହା ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ଦୂରତାକୁ ୧୪ ଶହ ୨୪ କିଲୋମିଟରରୁ ୧୨ ଶହ ୪୨ କିଲୋମିଟର ଅର୍ଥାତ୍ ୧୨% ହ୍ରାସ କରିବ। ଯାତ୍ରା ସମୟ ମଧ୍ୟ ୨୪ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ । ଏହା ଛଅଟି ରାଜ୍ୟ, ଯଥା ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ର ଦେଇ ଯିବ। ଏଥି ସହ କୋଟା, ଇନ୍ଦୋର, ଜୟପୁର, ଭୋପାଳ, ଭଦୋଦରା ଏବଂ ସୁରଟ ଭଳି ପ୍ରମୁଖ ସହରକୁ ସଂଯୋଗ କରିବ। ନୂତନ ଭାରତରେ ଅଭିବୃଦ୍ଧି, ବିକାଶ ଏବଂ ସଂଯୋଗର ଇଞ୍ଜିନ୍ ଭାବରେ ଉତ୍କୃଷ୍ଟ ସଡକ ଭିତ୍ତିଭୂମି ସଂରଚନାକୁ ଗୁରୁତ୍ୱ ଦିଆଯାଇଛି।

ଦେଶରେ ଚାଲିଥିବା ଅନେକ ବିଶ୍ୱ ସ୍ତରୀୟଏକ୍ସପ୍ରେସୱେ ନିର୍ମାଣ ଦ୍ୱାରା ଅନୁଭବ କରାଯାଇ ପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେର ୨୪୬ କିଲୋମିଟର ଦୀର୍ଘ ଦିଲ୍ଲୀ - ଦାଉସା - ଲାଲସୋଟ ବିଭାଗ ୧୨ ହଜାର ୧୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହୋଇଛି । ଏହା ଦ୍ୱାରା ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଯାତ୍ରା ସମୟ ୫ ଘଣ୍ଟାରୁ ପ୍ରାୟ ୩.୫ ଘଣ୍ଟାକୁ ହ୍ରାସ ହେବ । 

Advertisment

ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି “ମୁଁ ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଦେଶକୁ ଉତ୍ସର୍ଗ କରି ଗର୍ବିତ ଅନୁଭବ କରୁଛି। ଏହା ଦେଶର ସବୁଠାରୁ ବଡ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ। ମୁଁ ଦଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଗତ ୯ବର୍ଷ ଧରି କେନ୍ଦ୍ର ସରକାର ଭିତ୍ତିଭୂମି କ୍ଷେତ୍ରରେ କ୍ରମାଗତ ଭାବରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ପାଶ୍ଚାତ୍ୟ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ଼ ସ୍ତମ୍ଭ ହେବାକୁ ଯାଉଛି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe