Advertisment

କୁଳଦେବତା ଭାବି ପୂଜା କରୁଥିଲେ, ବାହାରିଲା ଡାଇନୋସର ଅଣ୍ଡା

କୁହାଯାଏ ନର୍ମଦା ଉପତ୍ୟକାରେ ପ୍ରାୟ ୬.୫ କୋଟି ବର୍ଷ ତଳେ ଡାଇନୋସରମାନେ ରହୁଥିଲା। ଏହା ସମାନଙ୍କ ଗଡ଼ ଭାବେ ବେଶ ପରିଚିତ ଥିଲା।

ଅଦ୍ୟତନ ହୋଇଛି
EGG

EGG

Advertisment

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ମଧ୍ୟପ୍ରଦେଶର ଗୋଟିଏ ଗାଁର ଲୋକମାନେ ଯେଉଁ ପଥରକୁ କୁଳଦେବତା ଭାବି ପୂଜା କରୁଥିଲେ, ସେଇଟା ପ୍ରକୃତରେ ଥିଲା ବିଲୁପ୍ତ ହୋଇସାରିଥିବା ଡାଇନୋସରର ଅଣ୍ଡା। ଧର ଜିଲ୍ଲା ପଦାଲୟାରେ ଏପରି ଘଟଣା ଘଟିଛି। ଏକଥା ଜଣାପଡ଼ିବା ପରେ ସମସ୍ତେ ଚକିତ ହୋଇଛନ୍ତି।

Advertisment

କିଛି ବର୍ଷ ତଳେ ଗାଁର ଲୋକମାନେ ଚାଷ କରୁଥିବା ବେଳେ ଗୋଟିଏ ଗୋଲାକାର ପଥର ଠାବ କରିଥିଲେ। ଏହାକୁ ସେମାନେ କୁଳଦେବତାର ଆଖ୍ୟା ଦେଇ ଦୀର୍ଘ ବର୍ଷ ହେଲା ପୂଜା କରୁଥିଲେ। କୁଳଦେବତାଙ୍କ ନାଁ କାକାଡ ଭୈରବ ବା ଭଲାତ ବାବା ରଖାଯାଇଥିଲା।

ଗାଁର ସବୁ ଲୋକ ଏହାକୁ ପୂଜା କରନ୍ତି। ବିଶ୍ୱାସ ଅନୁସାରେ କୁଳଦେବତାଙ୍କୁ ପୂଜା କଲେ ଗାଁ ଲୋକଙ୍କ ଜମି ଓ ଜୀବନ ସୁରକ୍ଷିତ ରହିବ। ସେହି ଆଶାରେ ସେମାନେ ବିରାଟ ଗୋଲାକାର ପଥର ଭଳି ଦିଶୁଥିବା ଜିନିଷକୁ ପୂଜା କରି ଆସୁଥିଲେ।

Advertisment

ସେମାନେ କୁଳଦେବତାଙ୍କ ପାଖରେ ନଡ଼ିଆ ଅର୍ପଣ କରିବା ସହ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରୁଥିଲେ। ବର୍ଷା ଦିନରେ ଏଠାରେ ଛେଳି ବଳି ମଧ୍ୟ ଦିଆଯାଏ। ବେଶ କିଛି ବର୍ଷ ଧରି ଗାଁ ଲୋକମାନେ ଏପରି ପୂଜା କରି ଚାଲିଥିଲେ।

କିନ୍ତୁ କିଛି ଦିନ ତଳେ ବିଶେଷଜ୍ଞ ଟିମ ଗାଁ ପରିଦର୍ଶନରେ ଯାଇଥିଲେ। ୩ ଜଣ ବିଶେଷଜ୍ଞ ଗାଁରେ ସ୍ୱତନ୍ତ୍ର କର୍ମଶାଳା କରିଥିଲେ। ଏହି କର୍ମଶାଳାରେ ବୈଜ୍ଞାନିକ ଡ ମହେଶ ଠାକୁର, ଡ ବିବେକ ଭି କପୁର ଓ ଡ ଶିଳ୍ପା ସାମିଲ ହୋଇଥିଲେ। ସମସ୍ତେ ମାଣ୍ଡବରେ ଥିବା ଡାଇନୋସର ଜୀବାଶ୍ମ ପାର୍କର ବିକାଶ କାର୍ଯ୍ୟର ତଦାରଖ କରିବାକୁ ଆସିଥିଲେ।

ଏହି ସମୟ ସେମାନେ ଦେଖିବାକୁ ପାଇଥିଲେ ଯେ ଗାଁ ଲୋକମାନେ ପ୍ରାୟ ୧୮ ସେମି ବ୍ୟାସ ବିଶିଷ୍ଟ ଗୋଟିଏ ଗୋଲାକାର ପଥରର ପୂଜା କରୁଛନ୍ତି। ଏହାର ଯାଞ୍ଚ କରିବାକୁ ସେମାନେ ଚାହିଁଥିଲେ। କିନ୍ତୁ ଗାଁ ଲୋକମାନେ ଏହାକୁ ବିରୋଧ କରିବା ସହ ଗୋଲାକାର ପଥର ମଧ୍ୟରେ ଗାଁର କୁଳଦେବତା କାକାଡ ଭୈରବ ରହିଥିବା କହିଥିଲେ।

ତେବେ ବିଶେଷଜ୍ଞମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ କୁଳଦେବତା ଭାବେ ପୂଜା ପାଉଥିବା ଗୋଲାକାର ପଥର ପ୍ରକୃତରେ ଡାଇନୋସର ଅଣ୍ଡା। ଏହା କୋଟି କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା ବୋଲି ଜଣାପଡ଼ିବା ପରେ ସମସ୍ତେ ଚକିତ ହୋଇଛନ୍ତି।

ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫଓ) ଏଏସ୍‌ ସୋଲାଙ୍କି କହିଛନ୍ତି, “୨୦୧୧ରେ ତିଆରି ହୋଇଥିବା ଗୋଟିଏ ଡାଇନୋସର ପାର୍କ ଆମ ପାଖରେ ରହିଛି। ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଗାଁର ଲୋକମାନେ ଅନେକ ସମୟରେ ଏପରି ବିରାଟକାୟ ଡାଇନୋସର ଅଣ୍ଡା ଠାବ କରନ୍ତି ଓ ଏହାକୁ କୁଳଦେବତା ଭାବେ ପୂଜା ମଧ୍ୟ କରନ୍ତି। ଏବେ ପୁଣିଥରେ ସମାନ ଘଟଣା ଘଟିଛି।”

ସୋଲାଙ୍କି ଯେଉଁ ପାର୍କ କଥା କହିଛନ୍ତି, ସେଠାରେ ୨୫୦ରୁ ଅଧିକ ଡାଇନୋସର ଅଣ୍ଡାକୁ ସଂରକ୍ଷିତ କରି ରଖାଯାଇଛି। ସେହିକରି ଆଉ କିଛି ଡାଇନସରର ଜୀବାଶ୍ମ ରହିଛି।

କୁହାଯାଏ ନର୍ମଦା ଉପତ୍ୟକାରେ ପ୍ରାୟ ୬.୫ କୋଟି ବର୍ଷ ତଳେ ଡାଇନୋସରମାନେ ରହୁଥିଲା। ଏହା ସମାନଙ୍କ ଗଡ଼ ଭାବେ ବେଶ ପରିଚିତ ଥିଲା।

Madhya Pradesh Dinosaur Eggs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe