Advertisment

Bihar Election: ବିଜେପିରେ ମିଶିଲେ ମୈଥିଲୀ ଠାକୁର

ଗତ ସପ୍ତାହରେ ମୈଥିଲୀ ଠାକୁର ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କୁ ଭେଟିଥିଲେ। ଏହା ପରେ ସେ ବିଜେପିରେ ମିଶିବା ନେଇ ଆଲୋଚନା ଜୋର ଧରିଥିଲା।

author-image
Jitendra Garnayak
Maithili

ମୈଥିଲୀ ଠାକୁର

ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବା ବେଳେ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି ଜଣାଶୁଣା ଲୋକଗୀତ ଓ ଭଜନ ଗାୟିକା ମୈଥିଲୀ ଠାକୁର। ବିହାରର ରାଜଧାନୀ ପାଟନାରେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଜୈସୱାଲ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। 

Advertisment

ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବା ପୂର୍ବରୁ ଆଲୋଚନା ହୋଇ ଆସୁଥିଲା ଯେ ତାଙ୍କୁ ଦଳ ଦରଭଙ୍ଗା ଅଞ୍ଚଳର ଅଲିନଗର ଆସନରୁ ଟିକେଟ ଦେଇପାରେ। ଏବେ ଏହି ଆସନଟି ମନ୍ତ୍ରୀ ମିଶ୍ରିଲାଲ ଯାଦବଙ୍କ ହାତରେ ଅଛି। ତେବେ ଦଳ ଏଥର ତାଙ୍କୁ ଟିକେଟ ଦେଇ ନପାରେ ବୋଲି ଚର୍ଚ୍ଚା ହେଉଛି। 

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟର ଅଧିକରୁ ଅଧିକ ବିଭିନ୍ନ ବର୍ଗ ଓ ବୟସର ଭୋଟରଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଥିବା ବେଳେ ମୈଥିଲୀର ଠାକୁରଙ୍କ ଯୋଗଦାନ ବେଶ୍‌ ସହାୟକ ହେବ ବୋଲି ବିଚାର କରାଯାଉଛି। 

Advertisment

BJP Leaders
ଅନ୍ୟମାନଙ୍କ ସହିତ ମୈଥିଲୀ ଠାକୁର

ଗତ ସପ୍ତାହରେ ମୈଥିଲୀ ଠାକୁର ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ଓ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କୁ ଭେଟିଥିଲେ। ଏହା ପରେ ସେ ବିଜେପିରେ ମିଶିବା ନେଇ ଆଲୋଚନା ଜୋର ଧରିଥିଲା। 

ଏ ସଂପର୍କରେ ତାୱଡେ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଥିଲେ, ୧୯୯୫ରେ ଲାଲୁ ରାଜ କ୍ଷମତାକୁ ଆସିବା ପରେ ଯେଉଁ ପରିବାର ବିହାର ଛାଡ଼ିଥିଲା, ସେହି ପରିବାରର ଝିଅ ଜଣାଶୁଣା କଣ୍ଠଶିଳ୍ପୀ ମୈଥିଲୀ ଠାକୁର ଜୀ ବିହାରକୁ ଫେରିବାକୁ ଚାହୁଁଛନ୍ତି। ବିହାରରେ ହୋଇଥିବା ପରିବର୍ତ୍ତନକୁ ଦେଖି ସେ ଏଠାକୁ ଫେରିବାକୁ ସ୍ଥିର କରିଛନ୍ତି। ବିହାରର ଝିଅ ମୈଥିଲୀ ଠାକୁର ଜୀଙ୍କୁ ଶୁଭେଚ୍ଛା। 

ବିହାରରେ ଆସନ୍ତା ନଭେମ୍ବର ମାସରେ ଦୁଇଟି ପର୍ଯ୍ୟାଳୟରେ ନିର୍ବାଚନ ହେବ। ନଭେମ୍ବର ୬ ଓ ୧୧ ତାରିଖରେ ସେଠାରେ ଭୋଟ୍ ଗ୍ରହଣ କରାଯିବ। ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ହେବ। ତା’ ପୂର୍ବରୁ ଆଜି ବିଜେପି ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୨୪୩ଟି ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ଏଥର ୧୦୧ଟି ଆସନରେ ନିର୍ବାଚନ ଲଢ଼ିବ।